Legatus

ବୌଦ୍ଧ ଧନୁଯାତ୍ରାର ପଞ୍ଚମ ସଂନ୍ଧ୍ୟା, ପରିବେଷିତ ହେଲା ନାଟକ ରାସକୁଂଜେ ରସରାଜ

 Breaking News

ବୌଦ୍ଧ ଧନୁଯାତ୍ରାର ପଞ୍ଚମ ସଂନ୍ଧ୍ୟା, ପରିବେଷିତ ହେଲା ନାଟକ ରାସକୁଂଜେ ରସରାଜ

ବୌଦ୍ଧ ଧନୁଯାତ୍ରାର ପଞ୍ଚମ ସଂନ୍ଧ୍ୟା, ପରିବେଷିତ ହେଲା ନାଟକ ରାସକୁଂଜେ ରସରାଜ
December 17
11:09 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧୨: ବୌଦ୍ଧ ଭୈରବୀ ପଡିଆଠାରେ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଧନୁଯାତ୍ରା ନାଟ୍ୟୋତ୍ସବର ଶନିବାର ଥିଲା ପଞ୍ଚମ ସନ୍ଧ୍ୟା । ନାଟକ ପ୍ରାରମ୍ଭରୁ ଏକ ନୃତ୍ୟ ନାଟିକା ମାତୃରୁପେଣ ସଂସ୍ଥିତା ପରିବେଷିତ ହୋଇଥିଲା ।
ପଞ୍ଚମ ସଂନ୍ଧ୍ୟାରେ ନାଟକ ପରିବେଷଣ ହୋଇଥିଲା ରାସକୁଂଜେ ରସରାଜ । ଏହି ନାଟକରେ କୃଷ୍ଣ ରୋଗଣା ଗ୍ରସ୍ତରେ ପଡି ଥିବାରୁ ରାଧାଙ୍କର ସତୀତ୍ୱ ପ୬ମାଣ ପାଇଁ ବୈଦ୍ୟଙ୍କର କହିବା ଅନୁସାରେ ସହସ୍ର ଛିଦ୍ର ଥିବା ମାଠିଆରେ ଯମୁନା ନଦୀରୁ ପାଣି ଆଣି କୃଷ୍ଣଙ୍କର ମସ୍ତକରେ ଢାଳିଥିଲେ , କୃଷ୍ଣ ରୋଗ ଉପଶମ ହୋଇଥିଲେ । ତାପରେ ରାଇକିଶୋରୀ ଓ ରାଇ ଦରବାର ଆଦି ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା ।
ଏହି ନାଟ୍ୟତ୍ସୋବରେ ସମସ୍ତ ନାଟକ ଗୁଡିକ ବୌଦ୍ଧଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି । ନାଟକ ଗୁଡିକୁ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷିତ ହେଉଅଛି ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ବାଣିଜ୍ୟମେଳାର ଆୟୋଜନ କରାଯାଇଛି । ଶୀତ ସନ୍ଧ୍ୟାରେ ମଧ୍ୟ ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି ।
ଏସଟିଏଫ ଦ୍ୱାରା କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ବୌଦ୍ଧ,୧୭/୧୨: ବୌଦ୍ଧଜିଲ୍ଲାରେ ଅବାଧରେ ଚାଲିଛି ବନ୍ୟଜନ୍ତୁ ଶିକାର । ଜିଲ୍ଲାରେ ହାତୀ, ବାଘ, ଭାଲୁ ଭଳି ବନ୍ୟଜନ୍ତୁ ଶିକାର କରାଯାଉଛି । ଜିଲ୍ଲାରେ ଅବାଧରେ ବନ୍ୟଜନ୍ତୁ ଶିକାର ହେଉଥିଲେ ମଧ୍ୟ ବନ ବିଭାଗ ଏହାର ଟେର ପାଉନାହିଁ । ଫଳରେ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ବୃଦ୍‌ଧି ପାଇବାରେ ଲାଗିଛି । ଜିଲ୍ଲାର ଉପାନ୍ତ ଓ ସୀମାବର୍ତ୍ତି ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଅଧିକ ଭାବରେ ହେଉଥିବା ଅଭିଯୋଗ ହେଉଛି ।
ଜିଲ୍ଲାରେ ବନ୍ୟଜନ୍ତୁ ଙ୍କ ଚମଢା କାରବାର ହେଉଥିଲେ ମଧ୍ୟ ବନ ବିଭାଗ ଜାଣି ପାରୁନଥିବା ବେଳେ ଏସଟିଏଫ ଜିଲ୍ଲାରୁ ବନ୍ୟଜନ୍ତୁ ଛାଲ ଧରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେଉଛି । ଏଭଳି ଘଟଣା ଜିଲ୍ଲାର ମନମୁଣ୍ଡା ଥାନା ମନମୁଣ୍ଡା- ଶଗଡା ରାସ୍ତାର ଦେଖିବାକୁ ମିଳିଛି । ଏସଟିଏଫ ଏକ କଲରାପତରିଆ ବାଘଛାଲ ସହିତ ଜଣେ ବ୍ୟକ୍ତିକୁ କାବୁ କରିବାରେ ସଫଲ ହୋଇଛି । ଏସଟିଏଫ ଦ୍ୱାର ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଥିବା ବେଳେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ମତେ,ସ୍ପେସାଲ ଟ୍ରାକିଙ୍ଗ ଫୋର୍ସ ଏକ ବିଶେଷ ସୂତ୍ରରୁ ଜାଣିବାକୁ ପାଇଲେ ବାଘଛାଲ ଡିଲ ହେଉଛି ।
ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା-ଶଗଡା ରାସ୍ତାର ମେହେରୁଣି ପୋଲ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘଛାଲ ଡିଲ ଚାଲିଥିବା ସମୟରେ ଚଢଉ କରିଥିଲା । ସେଠାରୁ ଏକ କଲରାପତରିଆ ବାଘ ଛାଲ ସହିତ ଆଉ କିଛି ଜିନିଷକୁ ଜବତ କରିଥିଲା । ଏହି ଘଟଣାରେ ଏସଟିଏଫ ମନମୁଣ୍ଡା ଥାନା ପରିବନ୍ଧ ଗ୍ରାମର ନାରାୟଣ ମାଝୀ(୨୮)କୁ ଧରିଥିଲା ।
ତାକୁ ପଚରା ଉଚରା କରିବାରୁ ତାଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାଇ ତାକୁ ଗିରଫ କରି ଆଜି କଣ୍ଟାମାଳ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି । ଅଭିଯୁକ୍ତ ଜଣକ ଶିକାରୀ ନା ବେପାରୀ ତାକୁ ନେଇ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି । ଜବତ ବାଘଛାଲକୁ ପରୀକ୍ଷା ପାଇଁ ଡେରାଡୁନକୁ ପଠାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭିନ୍ନ ଏକ ପରମ୍ପରା ମର୍ଜାକୁଦର ଚୁଡାଖାଇ ଯାତ୍ରା
ବୌଦ୍ଧ,୧୭/୧୨: ବୌଦ୍ଧର ଦ୍ୱୀପାଂଚଳ ଭାବରେ ପରିଚିତ ମର୍ଯ୍ୟାକୁଦ ଠାରେ ଭିନ୍ନ ଏକ ପରମ୍ପରାରେ ଚୂଡାଖାଇ ଯାତ୍ରା ମହାସାରୋହରେ ପାଳିତ ହୋଇଥାଏ । ଏହି ଯାତ୍ରାକୁ ଚୂଡାଖାଇ ଯାତ୍ରା ବା ସତୀକନ୍ୟା ଯାତ୍ରା ବୋଲି କୁହାଯାଏ । ପ୍ରତିବର୍ଷ ମାର୍ଗର୍ଶିର ମାସ ପୁର୍ଣ୍ଣିମା ଦିନ ଏହି ଯାତ୍ରା ପାଳିତ ହୋଇଥାଏ । ରବିବାର ଏହି ଯାତ୍ରା ପାଳିତ ହେବାକୁ ଯାଉଥିବା ବେଳେ ସମଗ୍ର ମର୍ଯ୍ୟାକୁଦ ଉତ୍ସବ ମୁଖର ହୋଇପଡିଛି ।
ଏହି ଯାତ୍ରାରେ ଅଶ୍ଳୀଳ ଗୀତ ଗାନ । ଅଶ୍ଳୀଳ ଗାନ ନ ବୋଲିଲେ ଗାଁରେ ଅମଙ୍ଗଳ ହୁଏ ଏଭଳି ଏକ ଧାର୍ମିକ ଭାବନା ରହିଆସିଅଛି । ପର୍ବଟି କାହିଁ କେଉଁ ଆବାହନ କାଳରୁ ଗାଁରେ ରହିଆସିଛି । ଗାଁର ଇଷ୍ଟଦେବୀ ହେଉଛନ୍ତି ମାଁ ସତୀ କନ୍ୟା । ମାଙ୍କ ନିକଟରେ ଗ୍ରାମର ନାରୀମାନେ ଏହି ଯାତ୍ରା ଦିନ ପୂଜା କରିବାର ପରମ୍ପରା ରହିଛି । ମାଁ ସତୀକନ୍ୟାଙ୍କ ପୂଜା ରିତୀନିତୀ ସଂର୍ମ୍ପୂଣ୍ଣ ସ୍ୱତନ୍ତ୍ର ଭାବରେ ପାଳନ କରାଯାଇଥିଏ । ମାଁ ଜଣେ କୁମାରୀ କନ୍ୟା ହୋଇଥିବା ହେତୁ ଏଠାରେ ନଡିଆ, ଉଖୁଡା, ଖିରି, ପିଠା, ସିନ୍ଦୁର, କଜ୍ଜଳ ସହିତ ମାଈ କୁକୁଡା ଏବଂ ମାଈ ଛେଳି ଭୋଗ ଲାଗି କରାଯାଇଥାଏ ।
ଯାତ୍ରା ଦିନ ଗ୍ରାମର ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଯୁବତୀ ଓ ବୃଦ୍ଧ ବୃଦ୍ଧା ଏକତ୍ରିତ ହୋଇ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରିଥାନ୍ତି । ଗ୍ରାମର ଦେହୁରୀଙ୍କ ଘରେ ବର୍ଷ ସାରା ପୂଜା ପାଇଆସୁଥିବା ବେଳେ ମାର୍ଗଶୀର ପୁର୍ଣ୍ଣମାରେ ମାଁ ସତୀକନ୍ୟାଙ୍କ ପୀଠରେ କେବଳ ଗୋଟିଏ ଦିନ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ ।
ଏହି ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମି ଥାଏ । ପୁର୍ବରୁ ମର୍ଜାକୁଦକୁ ଡଙ୍ଗା ସାହାଯ୍ୟରେ ଯିବାକୁ ପଡୁଥିବା ବେଳେ ଏବେ ଉକ୍ତ ଦ୍ୱୀପକୁ ସେତୁ ନିର୍ମାଣ ହୋଇଥିବାରୁ ବହୁ ସଂଖ୍ୟରେ ଲୋକମାନେ ଯାତ୍ରା ଦେଖିବାକୁ ଆସିଥିବା ବେଳେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930