Indus Valley Times

ମଇ ୨୭ ତାରିଖ ରୁ ବୌଦ୍ଧ ଜ଼ିଲ୍ଲା ରେ ଆରମ୍ଭ ହେବ ଅନ ଲାଇନ ନଥିପତ୍ର ବ୍ୟବସ୍ଥା

 Breaking News

ମଇ ୨୭ ତାରିଖ ରୁ ବୌଦ୍ଧ ଜ଼ିଲ୍ଲା ରେ ଆରମ୍ଭ ହେବ ଅନ ଲାଇନ ନଥିପତ୍ର ବ୍ୟବସ୍ଥା

ମଇ ୨୭ ତାରିଖ ରୁ ବୌଦ୍ଧ ଜ଼ିଲ୍ଲା ରେ ଆରମ୍ଭ ହେବ ଅନ ଲାଇନ ନଥିପତ୍ର ବ୍ୟବସ୍ଥା
May 20
10:43 2025

ବୌଦ୍ଧ, ୨୦/୫ : ସୋମବାର ଅପରାହ୍ନ ୩ ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ପହଂଚିଥିଲେ ପୂର୍ବତନ ଜ଼ିଲ୍ଲାପାଳ ତଥା ଡୋମେନ ଆଡ଼ଭାଇଜର, ଓକାକ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ କ୍ଷ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା ।
ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅନଲାଇନ ପ୍ରକ୍ରିୟା ରେ ସମସ୍ତେ ସାମିଲ ହେବାପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ସମସ୍ତ ଙ୍କ ସହଯୋଗ ରେ ବୌଦ୍ଧ ଜ଼ିଲ୍ଲା ରେ ଓସ୍ୱାସ ପ୍ରୋଜେକ୍ଟ ର ସଫଳ ରୂପାୟନ ତଥା କାର୍ଯ୍ୟକାରିତା ପାଇଁ ଶ୍ରୀଯୁକ୍ତ ସାହୁ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଓଡିଶା ସରକାର ଙ୍କ ପକ୍ଷ ରୁ ପାଇଲଟ ଜ଼ିଲ୍ଲା ଭାବରେ ବୌଦ୍ଧ ଜ଼ିଲ୍ଲା କୁ ନିଆଯାଇଛି ।
ମେ ମାସ ୨୭ ତାରିଖ ରୁ ବୌଦ୍ଧ ଜ଼ିଲ୍ଲା ର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟାଳୟ ରେ ଆରମ୍ଭ ହେବ ଅନଲାଇନ ନଥିପତ୍ର ବ୍ୟବସ୍ଥା ।
ବୌଦ୍ଧ ଜ଼ିଲ୍ଲା ଓ ବ୍ଲକ ସ୍ତରରେ ପ୍ରଥମ ପର୍ଯ୍ୟାୟ ରେ ୬୦ ଟି ସରକାରୀ କାର୍ଯ୍ୟାଳୟ କୁ ସାମିଲ କରାଯାଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଆଜି ଜ଼ିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ, ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଏବଂ ଓସ୍ୱାନ ସମ୍ମିଳନୀ କକ୍ଷ ରେ (୩ ଟି ହଲ ) ରେ ୧୫୦ ରୁ ଉର୍ଦ୍ଧ ଅଧିକାରୀ ଏବଂ କର୍ମଚାରୀ ତାଲିମ ଗ୍ରହଣ କରିଥିଲେ ।
ତାଲିମ ଦାତା ଭାବେ ଓସ୍ୱାସ ପି. ଏମ. ୟୁ. ଶ୍ୟାମା ସୁନ୍ଦର ପୃଷ୍ଟି, ଗଣେଷ କୁମାର,ଏବଂ ୨ ଜଣ ସିନିୟର ଟ୍ରେନର ଅଶୋକ କୁମାର ଖଣ୍ଡାୟତ ରାୟ, ଶାନ୍ତନୁ ଦାଶ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ।
ନୋଡାଲ ଅଫିସର, ଓସ୍ୱାସ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଜ଼ିଲ୍ଲା ଇ ଶାସନ ସେକ୍ସନ ର ଇ ଶାସନ ପରିଚାଳକ ସମୀର କୁମାର ନାଏକ ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସ୍ତରରେ ଆୟୋଜନ କରିଥିଲେ ।
ଆଗାମୀ ଦିନରେ ମାଷ୍ଟର ଟ୍ରେନର ମାନେ ସମସ୍ତ କାର୍ଯ୍ୟାଳୟ କୁ ଯାଇ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରିବେ । ରାଜ୍ୟ ସରକାର ଙ୍କ ର ଏଭଳି ପ୍ରୟାସ କୁ ଜ଼ିଲ୍ଲା ରେ ସମସ୍ତ ଅଧିକାରୀ ସ୍ୱାଗତ କରି ଆଗାମୀ ଦିନ ରେ ଆମ ଜ଼ିଲ୍ଲା ଅନ୍ୟ ଜ଼ିଲ୍ଲା ମାନଙ୍କ ଆଗରେ ଉଦାହରଣ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଆଜି ର ଏହି ତାଲିମ ସମୟରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସମସ୍ତ ବ୍ଲକ ସ୍ତରୀୟ, ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବି. ଡି. ଓ, ତହସିଲଦାର ଏବଂ ବିଭିନ୍ନ ଅଧିକାରୀ, କର୍ମଚାରୀ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ ।
ଶେଷ ରେ ନୋଡାଲ ଅଫିସର ତଥା ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ମଇ ୨୭ ତାରିଖ ରୁ ବୌଦ୍ଧ ଜ଼ିଲ୍ଲା ର ସମସ୍ତ କାର୍ଯ୍ୟାଳୟ, ବ୍ଲକ, ତହସିଲ ରେ ଓସ୍ୱକ୍ଷସ ଫାଇଲ ପତ୍ର କାମ ଆରମ୍ଭ କରିବା ପାଇଁ ଏଡଭାଇଜର, ଓକାକ ଶ୍ରୀଯୁକ୍ତ ସାହୁ ସମସ୍ତଙ୍କୁ ଆହ୍ୱାନ କରିବା ପରେ ଟ୍ରେନିଂ ପ୍ରକିୟା ଶେଷ ହୋଇଥିଲା । ଏହା କାର୍ଯ୍ୟକାରି ହେବା ପରେ ଫାଇଲ ନଥିପତ୍ର ରେ କୌଣସି ପ୍ରକାରର ମାନୁପୁ ଲେସନ ହେବ ନାହିଁ ବୋଲି ଶ୍ରୀ ସାହୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031