Indus Valley Times

ବୌଦ୍ଧ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା ଦ୍ୱିତୀୟ ସନ୍ଧ୍ୟା

 Breaking News

ବୌଦ୍ଧ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା ଦ୍ୱିତୀୟ ସନ୍ଧ୍ୟା

April 25
19:56 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୪: ବୌଦ୍ଧଗଡଜାତର ଗଣ ପର୍ବ ରାମଲୀଳା ଯାତ୍ରା ଅବସରରେ ବୌଦ୍ଧ କଚେରୀ ପଡିଆଠାରେ ବୌଦ୍ଧଜିଲ୍ଲା ପ୍ରଶାସନ, ଓରମାସ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବୌଦ୍ଧ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳାର ରବିବାର ଦ୍ୱିତୀୟ ସନ୍ଧ୍ୟା ।
ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମରେ ବ୍ୟାଙ୍ଗ କବି ସମ୍ମିଳନି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ଉପଭୋଗ କରିଥିଲେ । ରାଜ୍ୟର ପ୍ରତିଷ୍ଠିତ ବ୍ୟାଙ୍ଗ କବି ଯୋଗଦେଇ ହସାଇ ହସାଇ ଦର୍ଶକଙ୍କୁ ବେଦମ କରିଦେଇଥିଲେ ।
ଦ୍ୱିତୀୟ ସନ୍ଧ୍ୟାର ଉଦଘାଟନି ଉତ୍ସବରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ,ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ, କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ ଯୋଗଦେଇ ମେଳାର ମାଧ୍ୟମରେ ଲୋକକଳା, ସଂସ୍କୃତି ବିକଶିତ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପଲସପାଟର ରାଧାକୃଷ୍ଣ ସଂକିର୍ତିନ, ଖୁଣ୍ଟିଆପଡାର ପତରସଉରା, ଗୋବିନ୍ଦପୁରର ଓଡିଶୀ ସଂପ୍ରଦା ସଂକିର୍ତିନ,ବାମଣ୍ଡା ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ତରଣୀ ସେନ ବଧ, ପ୍ରଣାମ ଅନୁଷ୍ଟାନ ପକ୍ଷରୁ ଓଡିଶୀ, କୃଷ୍ଣପ୍ରିୟା କଳା ପରିଷଦ ତୁଷୁରା ପକ୍ଷରୁ ଘୁଡୁକା ନାଚ ଅନୁଷ୍ଠିତ ହୋଇଥିଲା ।

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ. ପ୍ରବିଣ ତୋଗାଡିଆଙ୍କ ବୌଦ୍ଧଜିଲ୍ଲାଗସ୍ତ
ବୌଦ୍ଧ,୨୫/୪ : ସମୃଦ୍ଧ, ସୁରକ୍ଷିତ ଓ ସମ୍ମାନଯୁକ୍ତ ହିନ୍ଦୁ ଆମର ଲକ୍ଷ୍ୟର ବାର୍ତା ନେଇ ସମଗ୍ର ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ସଚେତନତାର ବାର୍ତା ନେଇ ଯାଉଥିବା ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ପ୍ରବିଣ ତୋଗାଡିଆ ଆଜି ବୌଦ୍ଧଜିଲ୍ଲା ଗସ୍ତରେ ଆସି ବୌଦ୍ଧ ସହରର ବ୍ରିଜଛକ ପଥପ୍ରାନ୍ତ ଜନସୁବିଧା କେନ୍ଦ୍ର ଠାରେ ବୌଦ୍ଧଜିଲ୍ଲା ବୁଦ୍ଧିଜିବୀ ଫୋରମ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ପରେ ଏକ ସାମ୍ବାଦିକ ସମ୍ମିଳନିରେ ଯୋଗଦେଇ ଡ. ତୋଗାଡିଆ ପ୍ରକାଶ କରିଥିଲେ ଯେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବାପରେ ଦେଶରେ ହିନ୍ଦୁମାନଙ୍କର ଉତ୍ସାହ ଉଦ୍ଦୀପନା ଦିନକୁ ଦିନ ବୃଦ୍ଧି ପାଉଅଛି କିନ୍ତୁ ଦିନକୁ ଦିନ ବେରୋଜଗାରୀ ବୃଦ୍ଧି ପାଇବାରେ ଲାଗିଛି ।
ଏହାର ସମାଧାନ ପାଇଁ ଆସନ୍ତା ମେ ୨୬ତାରିଖରେ ଜାତୀୟ ସ୍ତରରେ ଏକ ରୋଜଗାର ଯୋଜନାର ଶୁଭାରମ୍ଭ କରିବା ପାଇଁ ପ୍ରକଳ୍ପ ଶେଷ ପର୍ଯ୍ୟାରେ ପହଂଚିସାରିଛି । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର କରିବାର ବ୍ୟବସ୍ଥା ରହିବ । ପଶ୍ଚିମ ଓଡିଶାରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ରହିଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବାପାଇଁ ପ୍ରକାଶ କରିଥିଲେ ।
ଦେଶର ଏକ ହଜାର ସ୍ଥାନରେ ଏହାର ବଜାର ପାଇଁ ଦୋକାନ ମାଧ୍ୟମରେ ଏବଂ ଅନ୍ ଲାଇନ ମାଧ୍ୟମରେ ବିକ୍ରି କରାଯିବ ବୋଲି କହିଥିଲେ । ରାଜ୍ୟରେ ଗୋ ଚାଲାଣ ଏବଂ ଧର୍ମାନ୍ତୀକରଣକୁ ସଂପୁର୍ଣ୍ଣ ଭାବେ ନିଷେଧ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।
ହିନ୍ଦୁ ହେଲଫ ଲାଇନ ଆରମ୍ଭ କରାଯିବା ଉପରେ ମନ୍ତବ୍ୟ ଦେବା ସହିତ ଗରିବମାନଙ୍କୁ ମାଗଣ ସ୍ୱାସ୍ଥ୍ୟ ସେବା ଯୋଗଦେଇ ଦେବାର ପ୍ରୟାସ ଆରମ୍ଭ ହୋଇଥିବା ସହିତ ଅସହାୟ ଓ ଗରିବଙ୍କୁ ଆଇନ ସହାୟତା ଯୋଗାଇଦେବା ଉପରେ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିଷଦର କେନ୍ଦ୍ରମନ୍ତ୍ରୀ ମନୋଜ ସାହୁ, ବୁଦ୍ଧିଜିବୀ ଫୋରମ ତରଫରୁ ଆବାହକ ଗୁରୁପ୍ରସାଦ ଦାଶ, ଦେବାଶିଷ ପୁରୋହି, ପ୍ରତାପ କୁମାର ସାହୁ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, କେତନ କୁମାର ଅଗ୍ରୱାଲା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ ।

ଜ୍ଞାନପ୍ରକାଶର ଜୁଲାଇ ୨୩ରେ ଷଷ୍ଠ ଜାତୀୟ ବାର୍ଷିକ ଉତ୍ସବ: ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ସୁଦୃଢ ପାଇଁ ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରଦର୍ଶନୀ
ବୌଦ୍ଧ,୨୫/୪: ଜ୍ଞାନ ପ୍ରକାଶ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇଯାଇଛି । ଦେବାଶିଷ ପୁରୋହିତ ଅଧ୍ୟକ୍ଷତା କରି ଏକ ଜାତୀୟ ସ୍ତରୀୟ ଉତ୍ସବକୁ ସମସ୍ତଙ୍କ ସହଯୋଗ ରହିଲେ ବୌଦ୍ଧଜିଲ୍ଲାର ସୁନାମ ରହିପାରିବ ବୋଲି ପ୍ରକାଶ କରିଥିଲେ ।
ଆସନ୍ତା ଜୁଲାଇ ୩ ତାରିଖରେ ବୌଦ୍ଧ ସହରର ଟାଉନହଲ ଠାରେ ହେବାକୁ ଥିବା ଷଷ୍ଠ ବାର୍ଷିକ ଉତ୍ସବ ନିମନ୍ତେ ଜାତୀୟ ଏକତା ବିଷୟବସ୍ତୁକୁ ନେଇ ଜାତୀୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ଓ ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ଜୁନ ୩ତାରିଖ ଦିନ ଅନୁଷ୍ଠିତ ହେବ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଜ୍ଞାନଚାନ୍ଦ ଶତପଥି ଓ ସଂପାଦକ ସରୋଜ କୁମାର ସାହୁ ଜ୍ଞାନପ୍ରକାଶର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ବାର୍ଷିକ ଉତ୍ସବର ରୂପରେଖ ସଂପର୍କରେ ଆଲୋଚନା କରିଥିଲେ ।
ଭୂବନେଶ୍ୱରର ଭାଷାବିତ୍ ଡ. ଦେବାଶିଷ ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ଏହାର ସଫଳତା କାମନା କରିଥିଲେ । ଏହି ଉତ୍ସବରେ ଦେଶର ରାଜଧାନୀ ଦିଲ୍ଲୀ ସହିତ ବିଭିନ୍ନ ରାଜ୍ୟର କବି, ଲେଖକ, ଶିକ୍ଷାବିତ୍‌, ବୁଦ୍ଧିଜିବୀ, ଗବେଷକ ଓ ଛାତ୍ରଛାତ୍ରୀମାନେବେଯାଗଦାନ କରିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031