Indus Valley Times

ବୌଦ୍ଧ : ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ୬୨ ତମ ସ୍ଥାପନା ଦିବସ ପାଳିତ

 Breaking News

ବୌଦ୍ଧ : ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ୬୨ ତମ ସ୍ଥାପନା ଦିବସ ପାଳିତ

December 14
22:20 2024

କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୧୨ : ଆଜି ସ୍ଥାନୀୟ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ୬୨ ତମ ସ୍ଥାପନା ଦିବସ ପାଳିତ ହେଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ପ୍ରବନ୍ଧନ କମିଟି ସଦସ୍ୟ ଶ୍ରୀ ମାଧବ କୁମାର ଅଗ୍ରୱାଲା ଏବଂ ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମେହେର, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି ରାଜଲକ୍ଷ୍ମୀ ବିଶ୍ଵାଳ, ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଓ ମନୋଜ କୁମାର ପଶାୟତ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନକ ମେହେର ସଭାପତିତ୍ବ କରିଥିଲେ।
ସତ୍ୟ ଓ ଧର୍ମ ମାର୍ଗ ରେ ଚାଲିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରତିଶ୍ରୁତି ବଦ୍ଧ ଶିକ୍ଷା ପ୍ରଣାଳୀ, ମୁଖ୍ୟ ଲକ୍ଷ୍ୟ ଓ ଦର୍ଶନ ବିଷୟରେ ଉଲ୍ଲେଖ କରିଥିଲେ ଅଧ୍ୟକ୍ଷ ଶ୍ରୀ ସନକ ମେହେର।
ବିଦ୍ୟାଳୟ ର ପୂର୍ବତନ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଉଇଜ କଲିକତା ରେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ ଶ୍ରୀ ଭି ଓମ୍ ଶୁଭମ୍ ରାଜୁ, କଟକରେ ଡାକ୍ତରୀ ପଢୁଥିବା ଭି କୀର୍ତ୍ତିରାଜ ରାଜୁ, ନାଇଜର ରେ ଗଣିତ ବିଦ୍ୟା ରେ ସ୍ନାତକୋତ୍ତର ଶିକ୍ଷାରତ ଅଂଶୁମାନ ପଣ୍ଡା ଓ ଆଇଜର ବ୍ରହ୍ମପୁର ରେ ଡାକ୍ତରୀ ଶିକ୍ଷାରତ ଭି ସ୍ମୃତି ରାଜୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ନିଜର ସଫଳତାର ଅନୁଭବ ବାଣ୍ଟିବା ପୂର୍ବକ ଗୌରବ ଅନୁଭବ କରିଥିଲେ। ସୁଦୂର ଆଇଆଇଟି ଗୌହାଟୀ ରେ ଶିକ୍ଷାରତ ଶ୍ରିମୟ ମହାପାତ୍ର ତାଙ୍କର ଅଭିଜ୍ଞତା ଅଡିଓ ମାଧ୍ୟମରେ ବାଣ୍ଟିଥିଲେ।
ବିଭିନ୍ନ ଗୀତ ଓ ନୃତ୍ୟ ପ୍ରଦର୍ଶନ ପରେ ପିଏମ୍ ଶ୍ରୀ ଯୋଜନା ଅନ୍ତର୍ଭୁକ୍ତ ବିଜ୍ଞାନ, ଏକ ଭାରତ ଶ୍ରେଷ୍ଠ ଭାରତ, ଝଞଋଗ, ବ୍ୟାଗ ରହିତ ଦିବସ ଆଦି କାର୍ଯ୍ୟକ୍ରମରେ ପ୍ରସ୍ତୁତ କରିଥିବା ପିଲାମାନଙ୍କର ଅନେକ ପ୍ରକଳ୍ପ ଓ କଳାକୃତି ଆଦି ର ପ୍ରଦର୍ଶନୀ କରାଯାଇଥିଲା। ନୂଆ ଶିକ୍ଷାନୀତି ର ସଫଳ ଅନୁସରଣ କୁ ସୁନିଶ୍ଚିତ କରୁଥିଲା ପ୍ରଦର୍ଶନୀ।
ସମସ୍ତ ଅତିଥି ପ୍ରଦର୍ଶନୀ ପରିଦର୍ଶନ କରି ବହୁତ୍ ପ୍ରଶଂସା କରିଥିଲେ। ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର ଗୁରୁ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031