Indus Valley Times

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ

December 16
20:48 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୨: ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ ।
ଜାନୁୟାରୀ ୨ ତାରିଖ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ ହେବ । ବିଶେଷ କରି ପଲ୍ଲିଶ୍ରୀ ମେଳା, ବୟନିକା ମେଗା ସୋ କୁ ଆକର୍ଷଣୀୟ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କ ସୁଚିନ୍ତିତ ମତାମତ ଏବଂ ସହଯୋଗ କାମନା କରିଥିଲେ ।
ବୈଠକରେ ସ୍ମରଣିକା କମିଟି, ଅର୍ଥ କମିଟି, ସାଂସ୍କୃତିକ କାର୍ଯ୍ୟକ୍ରମ, ମଞ୍ଚ ପରିଚାଳନା ଓ ସାଜ ସଜା ତଥା ବ୍ୟବସ୍ଥାପନା କମିଟିର କାର୍ଯ୍ୟକ୍ରମ ଓ ଅଗ୍ରଗତି ନେଇ ଆଲୋଚନା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930