Indus Valley Times

ବୌଦ୍ଧ: ମେଣ୍ଡିମାଳ ବିଦ୍ୟାଳୟରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

 Breaking News

ବୌଦ୍ଧ: ମେଣ୍ଡିମାଳ ବିଦ୍ୟାଳୟରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ବୌଦ୍ଧ: ମେଣ୍ଡିମାଳ ବିଦ୍ୟାଳୟରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
November 06
10:38 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୬/୧୧: ବୌଦ୍ଧ ଜିଲ୍ଲା ବଘିଆପଡା ସ୍ଥିତ ମେଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ମଣ୍ଡଳ ଜିଲ୍ଲା ଆର‌୍ୟୁବେଦିକ ଚିକିତ୍ସାଧିକାରୀ ଡା.ଭବାନୀ ଶଙ୍କର ପାଲ କାର୍ଯ୍ୟକ୍ରମକୁ ପରିଚାଳାନା କରିଥିଲେ ।
କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ତଥା ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା , ଆର‌୍ୟୁବେଦିକ ଓ ହୋମିଓପାଥିକ ଓøଷଧ ବଣ୍ଟନ , ଓøଷଧିୟ ବୃକ୍ଷ ରୋପଣ, କୁଇଜ ପ୍ରତିଯୋଗିତା , ଯୋଗା ଭାସ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀ କନ୍ଧମାଳ ମଣ୍ଡଳ ଡା, ଶ୍ୟାମନନ୍ଦ ବେହେରା, ଡା, ସୁବାଷ ଚନ୍ଦ୍ର ଦାସ, ଡା. ଦୁଷ୍ମନ୍ତ ମେହେର.ଡା. ସରିତା ନାଏକ, ଡା.ବିଜୟଲକ୍ଷ୍ମୀ ତ୍ରିପାଠି, ଡା.ମୋନାଲିସା, ଡା.ପ୍ରେମାନନ୍ଦ ମେହେର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ସାହୁ,ମନୋରଂଜନ ମହାପାତ୍ର ସହଯୋଗ କରିଥିଲେ ।
କାର୍ଯ୍ୟରେ ଅବହେଳା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଳମ୍ବିତ
ବୌଦ୍ଧ; ୬/୧୧: ସରକାରୀ କାର୍ଯ୍ୟରେ ଅବହେଳା, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିର ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟିକେଲାଲ ମାଝିଙ୍କୁ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ନିଳମ୍ବନ ସମୟରେ ନିର୍ବାହୀ ଅଧିକାରୀ ଶ୍ରୀମାଝି ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟରେ ପ୍ରତିଦିନ ହାଜିରା ଦେବାକୁ ଏବଂ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ବୌଦ୍ଧ ରେ ଆରମ୍ଭ ହେଲା ଗୀତା ଜ୍ଞାନ ଯଜ୍ଞ
ବୌଦ୍ଧ,୬/୧୧: ବୌଦ୍ଧ ଟାଉନ୍ ହଲ୍ ଠାରେ ପ୍ରଜ୍ଞାନ ମିଶନ, ଜଗତପୁର କଟକ ଆୟୋଜିତ ଗୀତା ଜ୍ଞାନ ଯଜ୍ଞ ଆଜି ଆରମ୍ଭ ହୋଇ ଆସନ୍ତା ୦୭ ତାରିଖ ଦିନ ଉଦଯାପନୀ ହେବାର କାର‌୍ୟ୍ୟକ୍ରମ ରହିଛି । ଏଥିରେ ମୁଖ୍ୟ ପ୍ରବକ୍ତା ଭାବେ ସ୍ଵାମୀ ଅନିର୍ବାଣକ୍ଷନନ ଗିରି ଯୋଗଡେଇ ଉପସ୍ଥିତ କୃଷ୍ଣ ପ୍ରେମୀ ଭକ୍ତ ମାନଂକୁ ଆଶିର୍ବଚନ ପ୍ରଦାନ କରିଥିଲେ ।
ସର୍ବପ୍ରଥମେ ବୌଦ୍ଧ ର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସଂଗୀତାୟନ୍ କଳାକାର ମାନଙ୍କ ଦ୍ଵାରା ଭାବବିହ୍ୱୋଲ ସଂଗୀତ ପରିବେଷଣ କରିଥିଲେ ଓ ଗାୟତ୍ରୀ ପରିବାରର ବର୍ଷୀୟାନ ସାଧକ ନବୀନ କୁମାର ପ୍ରଧାନ ପ୍ରଦୀପ ପ୍ରଜ୍ୟୋଲାନ ପୂର୍ବକ ଉଦଘାଟନ କରିଥିଲେ ।
ଏହାପରେ ସମୂହ ଗୀତା ପାଠ ପରେ ପ୍ରଜ୍ଞାନ ମିଶନ ର ବିଭିନ୍ନ କାର‌୍ୟ୍ୟକ୍ରମ ଉପରେ ସ୍ଵାମୀ ଦୂର୍ଗତମ୍ନା ନନ୍ଦ ଗିରି ଉପସ୍ଥାପନା କରିଥିଲେ, ଏହି କାର୍ଯ୍ୟକ୍ରମରେ ସ୍ଵାମୀ ଓଙ୍କାରା ନନ୍ଦ ଗିରି, ସ୍ଵାମୀ ବ୍ରହ୍ମ ଜ୍ଞାନା ନନ୍ଦ ଗିରି ପ୍ରମୁଖ ଯୋଗଦାନ କରି ଥିଲେ , ପ୍ରଜ୍ଞାନ ମିଶନ ବୌଦ୍ଧ ଶାଖା ର ଶଙ୍କର ପ୍ରସାଦ ମିଶ୍ର, ପ୍ରାଣବନ୍ଧୁ ମହାପାତ୍ର, ବିଶିକେଶନ ପ୍ରଧାନ, ସୋମିତ୍ରି ପଲିଆ, ସମୀର ସାହୁ, ଶିବଦତ୍ତ ପଟ୍ଟନାୟକ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ ।
ହରଭଙ୍ଗା 5t ନୋଡାଲ ବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ହରଭଙ୍ଗା :୬/୧୧. ହରଭଙ୍ଗା 5t ନୋଡାଲ ବିଦ୍ୟାଳୟ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ହରଭଙ୍ଗା ଶାଖା ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି!ଶାଖା ପରିଚାଳକ ପରେଶ ପଟ୍ଟନାୟକ ବ୍ୟକ୍ଷଙ୍କିକ ସେବାରେ ସାଇବର କ୍ରାଇମ ଏବଂ ଦୁର୍ନୀତି ଉପରେ ଆଲୋକପାତ କରି ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଥିଲେ!
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁରଲୀଧର ରଣା ଦୁର୍ନୀତି ନିବାରଣ ସପ୍ତାହ ଉଦେଶ୍ୟ ବୁଝାଇ ଥିଲେ!ସମସ୍ତ ଛାତ୍ର ଛାତ୍ରୀ ବ୍ୟାଙ୍କ ସହିତ ସୁ ସମ୍ପର୍କ ରଖି ଜାମକ୍ଷ ଖାତା ଖୋଲିବାକୁ ପରାମର୍ଶ ଦେଇଥିଲେ!
ଏହି ବୈଠକ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ କୃଷ୍ଣଚନ୍ଦ୍ର ସିଂ,ଜିତେନ୍ଦ୍ର ଦେହୁରୀ, କୃଷ୍ଣ ଚନ୍ଦ୍ର କହଁର, ଗୁଞ୍ଜରଣ ଯାନୀ, ସଂଜିତ ସାହୁ, ସୁଶ୍ରୀ ଛୋଟରାୟ ଉପସ୍ଥିତ ରହିଥିଲେ ଏବଂ ଶିକ୍ଷକ ଚିତ୍ତରଞ୍ଜନ ଦେହୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930