Indus Valley Times

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମୋଟ୍ ୨୭୯ ବୁଥରେ ହେବ ମତଦାନ, ୧୧ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

 Breaking News

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମୋଟ୍ ୨୭୯ ବୁଥରେ ହେବ ମତଦାନ, ୧୧ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମୋଟ୍ ୨୭୯ ବୁଥରେ ହେବ ମତଦାନ, ୧୧ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
May 20
16:08 2022

ଭୁବନେଶ୍ବର, ୨୦/୫: ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ।
ସେ କହିଛନ୍ତି, ବ୍ରଜରାଜନଗର ଉପନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୩୩ ନୂଆ ଭୋଟରଙ୍କୁ ମିଶାଇ ଏଥର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ।
ଭୋଟରମାନେ ସୁରୁଖୁରୁରେ ଭୋଟ ଦେବା ନେଇ ବିଶେଷ ବ୍ୟବସ୍ଥା ହେବ। ଠିକ୍ ସେହିପରି କୋଭିଡ୍ ନିୟମ ମାନିବା, ଭୋଟରମାନଙ୍କୁ ମାସ୍କ ପିନ୍ଧି ବୁଥକୁ ଆସିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯିବା ଲାଗି ବନ୍ଦୋବସ୍ତ ହୋଇଥିବାର ବି ସେ ସୂଚନା ଦେଇଛନ୍ତି।
ଏହାଛଡ଼ା ମତଦାନ ଦିନଟିକୁ ସେହି ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି। ବାହାର ଅଞ୍ଚଳର ସରକାରୀ କର୍ମଚାରୀମାନଙ୍କ ଲାଗି ୩ ଦିନ ଛୁଟି ମିଳିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତା ୩୧ ତାରିଖରେ ଭୋଟ ଗ୍ରହଣ କରାଯିବ। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କିଶୋର କୁମାର ପଟେଲ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ)ର ରମେଶ କୁମାର ତ୍ରିପାଠୀ, ବିଜେପିର ରାଧାରାଣୀ ପଣ୍ଡା, ହିନ୍ଦୁସ୍ଥାନ ନିର୍ମାଣ ଦଳ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ଅବ୍ୟୟଭାରତୀ ଶେଖାଓ୍ଵତ, ଆଦିତ୍ୟ ପ୍ରଧାନ, ଦୀନବନ୍ଧୁ ବିଶ୍ୱାଳ, ମନୋଜ ମେହେର, ସୀତାରାମ ବେହେରା ଓ ସୁପ୍ରୀତ ବେହେରା ଅବତୀର୍ଣ୍ଣ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031