Indus Valley Times

ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, କିଛି ଲୋକ ଫସିରହିଥିବା ସୂଚନା

 Breaking News

ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, କିଛି ଲୋକ ଫସିରହିଥିବା ସୂଚନା

ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, କିଛି ଲୋକ ଫସିରହିଥିବା ସୂଚନା
April 29
16:30 2024

ବାରିପଦା, ୨୯/୪ : ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କ ଅଫ୍ ଇଣ୍ଡିଆର କାର‌୍ୟ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଯାଇଛି। ୩ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି। ୩ ଅସୁସ୍ଥ ମଧ୍ୟରେ ଜଣେ ମହିଳା ସମେତ ୨ଜଣ ପୁରୁଷ ଥିବା ଜଣାଯାଇଛି।
ନିଆଁକୁ ଆୟତ୍ତ କରିବା ପାଇଁ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ବ୍ୟାଙ୍କ ଭିତରେ ଅନେକ କର୍ମଚାରୀ ଫଶି ରହିଥିବା ଆଶଙ୍କା କରାଯାଉଛି। ଧୂଆଁ ଅଧିକ ହେଉଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି।
ନିଆଁ ଉପର ମହଲାକୁ ବ୍ୟାପବାର ଆଶଙ୍କା ରହିଛି। କ୍ୟାଣ୍ଟିନରୁ ଏହି ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚଳାଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031