Indus Valley Times

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ ଦୁର୍ଘଟଣାରେ ଠିକାଦାର ଗୁରୁତର

 Breaking News

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ ଦୁର୍ଘଟଣାରେ ଠିକାଦାର ଗୁରୁତର

December 19
12:12 2022

ଘୁ.ଉଦୟଗିରି,୧୯/୧୨: ଘୁ. ଉଦୟଗିରିରୁ ଫୁଲବାଣୀ ଯାଉଥିବା ବେଳେ କଳିଙ୍ଗା ନିକଟ ବିଦ୍ୟୁତ୍ ସବ ଷ୍ଟେସନ ପାଖରେ ଦୁର୍ଘଟଣା ଘଟି ଜଣେ ବାଇକ୍ ଚାଳକ ଆହତ ହେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସ୍ଥାନୀୟ ସହରର ୨ନଂ ୱାର୍ଡ ଶଙ୍ଖ ସାହି ବାସିନ୍ଦା ଠିକାଦାର ସଞ୍ଜୀବ ନାୟକ (୪୦) ଆଜି ସକାଳ ପ୍ରାୟ ସାଢେ଼ ୮ଟା ବେଳେ ନିଜ ପଲସର ବାଇକ ଯୋଗେ ଘୁ. ଉଦୟଗିରିରୁ ଫୁଲବାଣୀ ଯାଉଥିବା ବେଳେ କଳିଙ୍ଗା ବିଦ୍ୟୁତ ସବ ଷ୍ଟେସନ ନିକଟରେ ହଠାତ ବାଇକରେ କୁକୁର ପଶିଯିବା ଫଳରେ ଚାଳକ ସଞ୍ଜୀବ ନାୟକ ପଡ଼ିଯାଇଥିଲେ। ଏହାଫଳରେ ତାଙ୍କର ମୁଣ୍ଡ ଓ ମୁଁହରେ ଆଘାତ ଲାଗିଥିଲା।
ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930