Indus Valley Times

ଭାଷିଗଲା ପୁଅ, ଉଦ୍ଧାର କରିବାକୁ ଯାଇ ବାପା ଫସିଗଲେ ନଦୀ ମଝିରେ

 Breaking News

ଭାଷିଗଲା ପୁଅ, ଉଦ୍ଧାର କରିବାକୁ ଯାଇ ବାପା ଫସିଗଲେ ନଦୀ ମଝିରେ

August 25
20:09 2022

ରାୟଗଡ଼ା ୨୫।୮: ଗାଧୋଉଥିବା ବେଳେ ନଦୀରେ ଭାଷି ଗଲା ପୁଅ । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ନଦୀ ମଝିରେ ଫସିଯାଇଥିଲେ । ଦୀର୍ଘ ଦୁଇ ଘଣ୍ଟା ନଦୀ ମଝିରେ ଫସିବା ପରେ ଦମକଳ ବାହିନୀର ଯବାନ ଉଦ୍ଧାର କରିଥିଲେ। ହେଲେ ଭାସି ଯାଇଥିବା ପୁଅର ପତ୍ତା ମିଳିନାହିଁ। ଦମକଳବାହିନୀ ଯବାନ ମାନେ ଖୋଜାଖୋଜି କରୁଛନ୍ତି।
ଏଭଳି ଘଟଣା ଘଟିଛି ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀରେ ଫସିଥିବା ବ୍ୟକ୍ତି ଉଦ୍ଧାର। ନଦୀରେ ଗାଧୋଉଥିବା ସମୟରେ ପୁଅ ଭାସିଯିବାରୁ ଉଦ୍ଧାର କରିବା ପାଇଁ ଯାଇ ଫସିଥିଲେ। ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ଏ. ଗୋପାଳ କ୍ରିଷ୍ଣା ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶ ରାଜ୍ୟ ଏଲୁର ସହରରେ ବୋଲି ଜଣାପଡ଼ିଛି ।
ନିଖୋଜ ଥିବା ପୁଅ ଏ. ଅମରେଶ । ଏମାନେ ଆଜି ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦର୍ଶନ ପାଇଁ ସକାଳୁ ଆସିଥିଲେ। ଦର୍ଶନ କରିବା ପରେ ପ୍ରାୟ ଦଶ ଜଣ ମିଳିତ ଭାବେ ନାଗାବଳୀ ନଦୀର ଝୁଲାପୋଲ ବୁଲିବାକୁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30