Indus Valley Times

ଭିମସାରରୁ ଆଉ ୭ ଡାକ୍ତର କୋଭିଡ-୧୯ ପଜିଟିଭ୍ ସମେତ ୯ କରୋନା ଯୋଦ୍ଧା ସଂକ୍ରମିତ

 Breaking News

ଭିମସାରରୁ ଆଉ ୭ ଡାକ୍ତର କୋଭିଡ-୧୯ ପଜିଟିଭ୍ ସମେତ ୯ କରୋନା ଯୋଦ୍ଧା ସଂକ୍ରମିତ

August 08
22:12 2020

ସମ୍ବଲପୁର,୮/୮: ବୁର୍ଲା ବଡ଼ ଡାକ୍ତରଖାନା ମେଡିସିନ୍ ବିଭାଗ ଏଚ୍ଡିୟୁରେ ଗତ ୩୧ ତାରିଖରେ ବରଗଡ଼ ଜିଲ୍ଲା ଅତାବିରାର ଜଣେ ରୋଗୀ ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି। ଶନିବାର ପୁଣିଥରେ ଡାକ୍ତରଖାନାର ୭ ଡାକ୍ତରଙ୍କ ସମେତ ୯ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେବଳ ଏଚ୍ଡିୟୁ ଲିଙ୍କରେ ଆକ୍ରାନ୍ତ କର୍ମଚାରୀଙ୍କ ସଂଖ୍ୟା ୨୮ ହୋଇଥିବା ଭିମ୍ସାର ନିର୍ଦେଶକ ପ୍ରଫେସର ଲଲିତ ମେହେର ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ଜରି ବିଭାଗର ଜଣେ, ହୃଦ୍ରୋଗ ବିଭାଗର ଜଣେ, ମେଡିସିନ୍ ବିଭାଗର ୩ ଜଣ ପିଜି ଡାକ୍ତର ଥିବା ସମୟରେ ୨ ଜଣ ହାଉସ୍ ସର୍ଜନ ଡାକ୍ତର ରହିଛନ୍ତି। ଏହାବାଦ୍ ମେଡିସିନ୍ ବିଭାଗର ଜଣେ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଶନିବାର ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସମୟରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।
ଗତ ଜୁଲାଇ ମାସରେ ଡାକ୍ତରଖାନାର ଆଇସିୟୁ ଓ କ୍ୟାନ୍ସର ୱାର୍ଡରୁ ରୋଗୀ ପଜିଟିଭ୍ ଚିହ୍ନଟ ହେବା ପରେ ଗତ ୨୦ ତାରିଖ ସୁଦ୍ଧା ୨୬ ଜଣ ଡାକ୍ତର ଓ କର୍ମଚାରୀ ଆକ୍ରାନ୍ତ ହୋଇଥିଲେ। ଏହାକୁ ଆଖି ଆଗରେ ରଖି ଡାକ୍ତରଖାନାର ଓପିଡି ସେବା ବନ୍ଦ ରଖାଯାଇଥିଲା। ତେବେ ପରେ ସ୍ଥିତି ସ୍ୱଭାବିକ ହୋଇଥିଲା। ଏବେ ପୁଣିଥରେ ଏଚ୍ଡିୟୁରେ ଜଣେ ରୋଗୀ ସଂକ୍ରମିତ ହେବା ପରେ ପୁଣି ୨୮ ଜଣ ଡାକ୍ତର ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେଲେଣି। ଏହି ରୋଗୀ ସଂସ୍ପର୍ଶରେ ଆସି ପ୍ରଥମେ ୩ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ ୩୯ ଜଣ ଡାକ୍ତର ଓ କର୍ମଚାରୀ ସଙ୍ଗରୋଧକୁ ଯାଇଥିଲେ। ଏହାପରେ ପୁଣି ୯ ଜଣ ଡାକ୍ତର, ଜଣେ ନର୍ସ ଓ ୨ ଆଟେଣ୍ଡାଣ୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଗତ ୫ ତାରିଖରେ ୩ ଡାକ୍ତରଙ୍କ ସମେତ ଜଣେ ଆଟେଣ୍ଡାଣ୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଡାକ୍ତରଙ୍କୁ ସଙ୍ଗରୋଧକୁ ପଠାଯାଇଥିଲା। ଏହା ମଧ୍ୟରୁ ଶୁକ୍ରବାର ଜଣେ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିବା ସମୟରେ ଶନିବାର ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031