Indus Valley Times

ଭୁବନେଶ୍ଵରରୁ ଦୁବାଇ ବିମାନ ସେବା ଆରମ୍ଭ, ସପ୍ତାହକୁ ଉଡ଼ିବ ୩ ଦିନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 Breaking News

ଭୁବନେଶ୍ଵରରୁ ଦୁବାଇ ବିମାନ ସେବା ଆରମ୍ଭ, ସପ୍ତାହକୁ ଉଡ଼ିବ ୩ ଦିନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵରରୁ ଦୁବାଇ ବିମାନ ସେବା ଆରମ୍ଭ, ସପ୍ତାହକୁ ଉଡ଼ିବ ୩ ଦିନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
May 15
21:39 2023

ଭୁବନେଶ୍ୱର,୧୫/୫: ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ବିମାନ ସେବା । ୬.୩୦ ପରିବର୍ତ୍ତେ ୬.୪୦ରେ ବିମାନ ଉଡାଣ ଆରମ୍ଭ କରିଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଦୁବାଇରୁ ୧୧.୨୫ରେ ଇଣ୍ଡିଗୋର ବିମାନ ୧୭୩ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା।ଏହି ବିମାନ ଭୁବନେଶ୍ବରରେ ୫.୩୦ ରେ ପହଞ୍ଚିଥିଲା । ଏହାପରେ ବିମାନଟିକୁ ୱାଟର କ୍ୟାନନ ମାଧ୍ୟମରେ ସ୍ୱାଗତ କରାଯାଇଥିଲା ।ସେହିପରି ଭୁବନେଶ୍ୱରରୁ ୧୮୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଯାଇଥିଲା ।
ସପ୍ତାହରେ ୩ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ସେବା ଚାଲିବ । ଜୁନ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ବିମାନ ଉଡିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର‌୍ୟ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031