Indus Valley Times

ଭୁବନେଶ୍ୱରରୁ ପୁଣି ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ସ୍ଥାନୀୟ ସଂକ୍ରମଣ

 Breaking News

ଭୁବନେଶ୍ୱରରୁ ପୁଣି ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ସ୍ଥାନୀୟ ସଂକ୍ରମଣ

July 14
19:31 2020

ଭୁବନେଶ୍ୱର,୧୪/୭: ଭୁବନେଶ୍ୱରରୁ ଆଜି ପୁଣି ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬ଟି ସ୍ଥାନୀୟ ମାମଲା ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଙ୍ଗଳବାର ଟୁଇଟ କରି ସୂଚନା ଦିଆଯାଇଛି।
ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରେ ହସ୍ପିଟାଲରୁ ୩୨ ଓ ୨୫ ବର୍ଷୀୟ ଦୁଇ ମହିଳା, ଚନ୍ଦ୍ରଶେଖରପୁରରୁ ୨୭ ବର୍ଷୀୟ ଯୁବକ ଓ ୫୦ ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୩୯ ବର୍ଷୀୟ ପୁରୁଷ, କଳିଙ୍ଗ ବିହାରରୁ ୬୫ ବର୍ଷୀୟ ଓ ୨୮ ବର୍ଷୀୟ ଦୁଇ ମହିଳା, ଭରତପୁରରୁ ଜଣେ ୨୧ବର୍ଷୀୟ ଯୁବତୀ, ଖାରବେଳ ନଗରରୁ ଜଣେ ୨୮ ବର୍ଷୀୟ ଯୁବତୀ, ଶାସ୍ତ୍ରୀ ନଗରରୁ ଜଣେ ୫୭ ବର୍ଷୀୟ ବୃଦ୍ଧ, ୟୁନିଟ-୬ରୁ ୨୧ ଓ ୨୦ ବର୍ଷୀୟ ଦୁଇ ଯୁବକ, ଶାସ୍ତ୍ରୀ ନଗରରୁ ଜଣେ ୩୪ ବର୍ଷୀୟ ମହିଳା, ଝାରପଡ଼ାରୁ ୨୭ ବର୍ଷୀୟ ଯୁବକ, ନୟାପଲ୍ଲୀରୁ ୨୮ ବର୍ଷୀୟ ଯୁବତୀ ଓ ଜେଇ ୨୯ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031