Indus Valley Times

ମଧ୍ୟବିତ୍ତଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ୧୨ ଲକ୍ଷ ଆୟ ଉପରେ ଲାଗିବନି ଟ୍ୟାକ୍ସ

 Breaking News

ମଧ୍ୟବିତ୍ତଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ୧୨ ଲକ୍ଷ ଆୟ ଉପରେ ଲାଗିବନି ଟ୍ୟାକ୍ସ

ମଧ୍ୟବିତ୍ତଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ୧୨ ଲକ୍ଷ ଆୟ ଉପରେ ଲାଗିବନି ଟ୍ୟାକ୍ସ
February 01
18:11 2025

ନୂଆଦିଲ୍ଲୀ, ୧/୨: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ମଧ୍ୟବିତ୍ତଙ୍କ ପାଇଁ ସେ କରିଛନ୍ତି ବଡ଼ ଘୋଷଣା। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରାଯାଇଛି।
ସେହିପରି ଏହି ବଡ଼ ଘୋଷଣା ଭିତରେ ଅଛି ବେତନଭୋଗୀଙ୍କ ପାଇଁ ୧୨ ଲକ୍ଷ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟର ଛାଡ଼। ୭୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ଥିବାରୁ ୧୨.୭୫ ଲକ୍ଷ ଦରମାରେ ଆୟକର ଦେବାକୁ ପଡ଼ିବନି। କ୍ୟାପିଟାଲ ଗେନ୍ ଛଡ଼ା ଅନ୍ୟ ଆୟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ହେବ। କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦% ରହିବ। ୧୨ରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ ଦେବାକୁ ପଡ଼ିବ।
୧୬ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୦% ଟିକସ, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫% ଟିକସ ଓ ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ। ତେବେ ଏହି ନୂଆ ଘୋଷଣା ଯୋଗୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ। ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଟଙ୍କା ବଞ୍ଚିବ। ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୧୦ ଲକ୍ଷ ଟଙ୍କା ବଞ୍ଚିବ।
କ’ଣ ଶସ୍ତା ହେଲା, କାହା ଦର ବଢ଼ିଲା
ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ବଜେଟ୍ ଉପସ୍ଥାପନ କଲା ବେଳେ ଯେଉଁ କଥାଟିକୁ ଶୁଣିବାକୁ ଲୋକେ ଅଧିକ ଉତ୍ସାହର ସହିତ ଅପେକ୍ଷା କରନ୍ତି, ତାହା ହେଉଛି କେଉଁ ଜିନିଷ ଶସ୍ତା ହେବ ଓ କାହାର ଦର ବଢ଼ିବ।
ଚଳିତ ବଜେଟରେ ଅନେକ ସାମଗ୍ରୀ ଉପରୁ ଟିକସ ଛାଡ଼ କରିଛନ୍ତି କେନ୍ଦ୍ର ସରକାର। ଏଥର ବଜେଟରେ ଜୀବନ ରକ୍ଷାକାରୀ ଔଷଧ ଉପରୁ ଟିକସ ଛାଡ଼ କରିଛନ୍ତି କେନ୍ଦ୍ର ସରକାର। ଫଳରେ ଶସ୍ତା ହୋଇଛି ଅନେକ ଔଷଧ। କ୍ୟାନସର, ଅନ୍ୟ ଦୂରାରୋଗ୍ୟ ବ୍ୟାଧି ପାଇଁ ଔଷଧ ଶସ୍ତାରେ ମିଳିବ।
୩୬ ପ୍ରକାର ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି। ଫଳରେ ଏହି ୩୬ ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହୋଇଛି। ଏହାଛଡ଼ା ଏଲ୍ ଇଡି ଟିଭି ଉପରୁ କର ହ୍ରାସ ନେଇ ଘୋଷଣା କରାଯାଇଛି। ଇଭିରେ ବ୍ୟବହୃତ ବ୍ୟାଟେରୀ ଉପରୁ ମଧ୍ୟ କର ହ୍ରାସ ହୋଇଛି। ମୋବାଇଲ ଫୋନ୍‌, ବ୍ୟାଟେରୀ ଓ ଚମଡ଼ାଜାତ ଦ୍ରବ୍ୟ ଦର କମିବ। ଲିଥିୟମ୍ ବ୍ୟାଟେରୀ ଓ ବିଦ୍ୟୁତୀକରଣ ସାମଗ୍ରୀ ଶସ୍ତା ହେବ। ତେବେ ପ୍ଲାଷ୍ଟିକ ଜାତ ସାମଗ୍ରୀ ମହଙ୍ଗା ହୋଇଛି। ନିଟେଡ୍ ଫାବ୍ରିକ୍, ଫ୍ଲାଟ୍ ସ୍କ୍ରିନ୍ ଟିଭି ମହଙ୍ଗା ହେବ।
କୃଷି ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ
ଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି । କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ । ଏହା ଦ୍ବାରା ୧.୭ କୋଟି କୃଷକ ଉପକୃତ ହେବେ । ଏଡିବୁଲ ଅଏଲ ବା ଖାଇବା ତେଲରେ ଆତ୍ମନିର୍ଭର ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୬ ବର୍ଷିଆ ସ୍କିମ୍ ସରକାର ଆରମ୍ଭ କରିବାକୁ ଯାଉଛନ୍ତି।
ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ। ମଖାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ। କୃଷକଙ୍କ ପାଇଁ ଧନଧାନ୍ୟ କୃଷି ଯୋଜନାର ଘୋଷଣା କରିଛନ୍ତି ନିର୍ମଳା। ଟେକ୍ସାଟାଇଲ ସେକ୍ଟର ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ୟୁରିଆ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ପୂର୍ବ ଭାରତରେ ପ୍ରତିଷ୍ଠା ହେବ ୟୁରିଆ ପ୍ଲାଣ୍ଟ। କିଷାନ କ୍ରେଡିଟ କାର୍ଡର ଋଣ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ୭.୭ କୋଟି ଚାଷୀ ଉପକୃତ ହେବେ।
MSME କର୍ମଚାରୀଙ୍କ ଉପରେ ଫୋକସ୍
MSME ହେଉଛି ବିକାଶର ଦ୍ୱିତୀୟ ଇଞ୍ଜିନ। ବଜେଟରେ ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ କରାଯାଇଛି। MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁର କରାଯିବ। କେମିତି ଯୁବକଙ୍କୁ MSME ଦ୍ୱାରା ଅଧିକ ନିଯୁକ୍ତି ଦେଇ ହେବ ସେନେଇ ବ୍ୟବସ୍ଥା କରାଯାଇଛି। ଅଣଚମଡ଼ା ଶିଳ୍ପ ଉପରେ ବଜେଟରେ ଫୋକସ୍ ଦିଆଯାଇଛି।
ଅଣଚମଡ଼ା ଶିଳ୍ପ ଦ୍ୱାରା ୨୨ ଲକ୍ଷ ଉପକୃତ ହେବେ। ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ହୋଇଛି। ୫ ଲକ୍ଷ ଆଦିବାସୀ ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ସ୍ୱତନ୍ତ୍ର ଯୋଜନା ଆସିବ। କପା ଚାଷୀଙ୍କ ପାଇଁ ୫ ବର୍ଷିଆ ପ୍ୟାକେଜ୍ ଘୋଷଣା
କରାଯାଇଛି। ନ୍ୟାସନାଲ୍ ମ୍ୟାନୁଫାକଚରିଂ ମିଶନ ଗଠନ ହେବ। ପୁଞ୍ଜି ନିବେଶ ବିକାଶର ତୃତୀୟ ଇଞ୍ଜିନ ବୋଲି କହିଛନ୍ତି ନିର୍ମଳା। ଖେଳନା ତିଆରି ଶିଳ୍ପକୁ ଗୁରୁତ୍ୱ ଦିଆଯାଇଛି। ଭାରତ ହେବ ଖେଳନା ଶିଳ୍ପର ଗ୍ଲୋବାଲ୍ ହବ୍ ବୋଲି ବଜେଟ ଭାଷଣରେ କହିଛନ୍ତି ନିର୍ମଳା।
ଶିକ୍ଷା ଓ ପର୍ଯ୍ୟଟନ
ବଜେଟରେ ଶିକ୍ଷାକୁ ନେଇ ଅନେକ ଘୋଷଣା ହୋଇଛି। ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ।୨ ବର୍ଷ ମଧ୍ୟରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍। ଇଓ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ।
ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ। ଆସନ୍ତା ୫ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ବଜେଟରେ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଫୋକସ କରାଯାଇଛି । ଡେଷ୍ଟିନେସନ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ। ୫୦ଟି ଟୁରିଷ୍ଟ ସାଇଟର ବିକାଶ କରାଯିବ। ପର୍ଯ୍ୟଟନ ବିକାଶ ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବୌଦ୍ଧ ସ୍ଥଳର ବିକାଶକୁ ଅଧିକ ଗୁରୁତ୍ବ ଦିଆଯିବ। ମେଡିକାଲ ଟୁରିଜିମକୁ ଅଧିକ ଗୁରୁତ୍ୱ ଦିଆଯିବ।
ଅନ୍ୟାନ୍ୟ ଘୋଷଣା
ସକ୍ଷମ ଅଙ୍ଗନବାଡ଼ି ଯୋଜନା ଦ୍ୱାରା ୮ କୋଟି ପିଲା ଉପକୃତ ହେବେ। ୧ କୋଟି ଗର୍ଭବତୀ ଓ ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ। ସବୁ ଜିଲ୍ଲା ହସ୍ପିଟାଲରେ ଡେ କେୟାର କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ।
ସବୁ ଘରକୁ ଟ୍ୟାପ ଯୋଗେ ଜଳ ଯୋଗାଣ ଲକ୍ଷ୍ୟ ହାସଲ କରାଯିବ। ପରମାଣବିକ ଶକ୍ତି ଉତ୍ପାଦନକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ପ୍ରତିଷ୍ଠା କରାଯିବ ନ୍ୟୁକ୍ଲିୟର ଏନର୍ଜି ମିଶନ। ନ୍ୟୁକ୍ଲିୟର ଏନର୍ଜି ମିଶନ ପାଇଁ ୨୦ ହଜାର କୋଟି ବ୍ୟୟବରାଦ କରାଯାଇଛି। ୨୦୪୭ ସୁଦ୍ଧା ୧୦୦ ଗିଗା ଓ୍ୱାଟ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉତ୍ପାଦନ କରାଯିବ।
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଘୋଷଣା ହୋଇଛି। ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମୋଡିଫାଏଡ୍ ଉଡ଼ାଣ ସ୍କିମ୍ ଲାଗୁ ହେବ। ଫଳରେ ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ। ବିହାରର ପାଟନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର। ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ। ଝଐଏ ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ।
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ବଜେଟରେ ପ୍ରତିରକ୍ଷା ବିଭାଗକୁ ମିଳିଛି ବିଶେଷ ଗୁରୁତ୍ୱ। ପ୍ରତିରକ୍ଷା ବିଭାଗ ପାଇଁ ୬ ଲକ୍ଷ ୮୧ ହଜାର କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିଛି। ଏହା ପୂର୍ବ ବଜେଟ ଅପେକ୍ଷା ୯.୫ ପ୍ରତିଶତ ଅଧିକ ଏବଂ ଚଳିତ ବଜେଟର ୧୩.୪୪ ପ୍ରତିଶତ। ଦେଶର ସୁରକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଥିବାବେଳେ ଏହାର ଆଧୁନିକୀକରଣକୁ ବି ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର।
ଞଉଝକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି। ରିଟର୍ଣ୍ଣ ଦାଖଲ କରିବା ଅବଧି ମଧ୍ୟ ବଢ଼ିଲା।ପୂର୍ବରୁ ଥିବା ୨ ବର୍ଷର ଅବଧିକୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। ପାନ୍ ନ ଥିଲେ ଉଚ୍ଚ ଞଊଝ ଦେବାକୁ ପଡ଼ିବ। ବରିଷ୍ଠ ନାଗରିକଙ୍କ ପାଇଁ ଞଊଝ ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଛି।
ନୂଆ ଆୟକର ବିଲ୍ ଆସିବ। ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ବିଲ୍‌। ବୀମା କ୍ଷେତ୍ରରେ ଏଫ୍‌ଡିଆଇ ୭୫%ରୁ ୧୦୦%କୁ ବୃଦ୍ଧି କରାଯିବ।ରପ୍ତାନୀ କ୍ଷେତ୍ରରେ ୭ ଟାରିଫ ଉଚ୍ଛେଦ କରାଯିବ। ୮ଟି ଟାରିଫ୍ ବଳବତ୍ତର ରହିବ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ରାଜକୋଷ ନୁହେଁ, ଲୋକଙ୍କ ପକେଟ ଭରିବା ବଜେଟ: ମୋଦି
ପୂର୍ବରୁ ରାଜକୋଷ ଭରିବା ପାଇଁ ବଜେଟ କରାଯାଉଥିଲା। ଏବେ ଠିକ୍ ତାର ଓଲଟା କରାଯାଇଛି। ସାଧାରଣ ଓ ମଧ୍ୟବିତ୍ତ ଲୋକଙ୍କ ପକେଟ ଭରିବା ପାଇଁ ଏହି ବଜେଟ କରାଯାଇଛି। ଏହାଦ୍ୱାରା ଦେଶର ବହୁ ପ୍ରକାର ଲାଭ ହେବ। ସାଧାରଣ ଲୋକଙ୍କ ସଂଚୟ ବଢ଼ିବ, ସେମାନଙ୍କ କିଣିବା ଶକ୍ତି ବଢ଼ିବ, ନିବେଶ ବଢ଼ିବ ଓ ବିକାଶ ତ୍ୱରାନ୍ୱିତ ହେବ।
ସାଧାରଣ ଲୋକେ ବିକାଶର ସହଯୋଗୀ ହୋଇପାରିବେ। ଏହା ଏକ ଲୋକଙ୍କ ବଜେଟ। ଏହା ସବୁ ଭାରତୀୟଙ୍କ ସ୍ୱପ୍ନ ପୂରଣ କରିବ ବୋଲି ବଜେଟ ୨୦୨୫-୨୦୨୬ ଉପରେ ପତିକ୍ରିୟା ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031