Indus Valley Times

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା କାର୍, ୫ ମୃତ

 Breaking News

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା କାର୍, ୫ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା କାର୍, ୫ ମୃତ
March 01
10:41 2022

ଅନୁଗୋଳ, ୧/୩: ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଖମାର ଥାନା କଣ୍ଟିଆପସି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛ ପଟେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ପିଟି ହେବାରୁ କାର୍ରେ ଥିବା ୫ ଜଣ ଆଖି ବୁଜିଛନ୍ତି। ସମସ୍ତ ମୃତକ ଖମାର ଥାନା ଅଧୀନ ଇଞ୍ଜିଡ଼ି ଗାଁରେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଇଞ୍ଜିଡି ଗାଁର ୫ ଜଣ ପାଲଲହଡ଼ା ଭୋଟ ଗଣତି କେନ୍ଦ୍ରକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଗାଁକୁ ଫେରୁଥିଲେ। ମାତ୍ର କଣ୍ଟିଆପସି ନିକଟରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏକ ଟ୍ରକ୍ ରାସ୍ତାର ବାମ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଏହି ସମୟରେ ପଛପଟୁ ଦୃତ ଗତିରେ ଆସୁଥିବା କାର୍ଟି ଟ୍ରକ୍ ପଛ ପଟେ ପିଟି ହୋଇଥିଲେ।
ଦୁର୍ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031