Indus Valley Times

ମହିଳା ଆରଆଇଙ୍କୁ ତହସିଲଦାରଙ୍କ ଅସଦାଚରଣ ଅଭିଯୋଗ, ରୁଜୁ ହେଲା ମାମଲା

 Breaking News

ମହିଳା ଆରଆଇଙ୍କୁ ତହସିଲଦାରଙ୍କ ଅସଦାଚରଣ ଅଭିଯୋଗ, ରୁଜୁ ହେଲା ମାମଲା

ମହିଳା ଆରଆଇଙ୍କୁ ତହସିଲଦାରଙ୍କ ଅସଦାଚରଣ ଅଭିଯୋଗ, ରୁଜୁ ହେଲା ମାମଲା
May 26
20:40 2025

ପୁରୀ, ୨୬/୫ : ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ତଥା ପିପିଲିର ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତିଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ପୁଲିସ ସୋମବାର ମାମଲା ରୁଜୁ କରିଛି । ତେଇସିପୁରର ମହିଳା ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କ ଅଭିଯୋଗ ଆଧାରରେ ପିପିଲି ଥାନାରେ ବିଏନଏସ୍ ଧାରା-୭୫ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ତେବେ ଏହି ଅଭିଯୋଗରେ ସତ୍ୟତା ନାହିଁ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ଅକ୍ଟୋବର ମାସରେ ସେ ପିପିଲି ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଥିଲେ ।
ସୂଚନା ଅନୁସାରେ, ତେଇସିପୁର ମହିଳା ଆରଆଇ ଲିଖିତ ଅଭିଯୋଗ କରିଛନ୍ତି ଯେ, ଗତ ୨୪ ମଇ ତାରିଖରେ ଏକ ସରକାରୀ ବୈଠକରେ ଯୋଗ ଦେବା ପାଇଁ ସେ ପିପିଲି ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ବୈଠକ ଶେଷ ହେବା ପରେ ବାହାରେ ପ୍ରବଳ ବର୍ଷା ହେଉଥିବାରୁ ସେ ତହସିଲଦାରଙ୍କ ଚାମ୍ବର ସାମ୍ନାରେ ଥିବା ଏକ ରୁମରେ ଅପେକ୍ଷା କରିଥିଲେ । ଏହି ସମୟରେ ଅତିରିକ୍ତ ତହସିଲଦାର ସେହି ରୁମକୁ ଆସି ମହିଳା ଆରଆଇଙ୍କ ସହ କିଛି କଥାବାର୍ତ୍ତା କରିଥିଲେ । ପରେ ସେ ମହିଳାଙ୍କ ନିକଟକୁ ଆସି ତାଙ୍କର ବିନା ଅନୁମତିରେ ଅନୁଚିତ ଭାବେ ତାଙ୍କର ଅଣ୍ଟା, ବେକ ଓ ପିଠିକୁ ଛୁଇଁଥିଲେ ।
ଅତିରିକ୍ତ ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ସେ ରୁମରୁ ବାହାରିକୁ ଚେଷ୍ଟା କରୁଥିଲାବେଳେ ତାଙ୍କ ହାତକୁ ଟାଣି ଅଟକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଯେଉଁଥିପାଇଁ ସେ ତାଙ୍କୁ ଧକ୍କା ଦେଇ ରୁମରୁ ବାହାରକୁ ପଳାଇ ଆସିଥିଲେ ବୋଲି ସମ୍ପୃକ୍ତା ମହିଳା ଆରଆଇ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସେ ଏନେଇ ଥାନାରେ ଅଭିଯୋଗ କରିବା ସହ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
ଏହି ଘଟଣା ସମ୍ପର୍କରେ ସେ ତାଙ୍କର ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇ ସାରିଛନ୍ତି ଓ ଆବଶ୍ୟକ ପଡ଼ିଲେ ଗଣମାଧ୍ୟମକୁ ଯିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅତିରିକ୍ତ ତହସିଲଦାର ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିରେ ସତ୍ୟତା ନଥିବା କହିଛନ୍ତି । ସେ ଏଥିପାଇଁ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031