Indus Valley Times

ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଟିତ

 Breaking News

ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଟିତ

June 12
10:45 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୨/୬ :ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ କ୍ରାଏ(ଉଜଣ ) କଲିକତା ତରଫରୁ ପଲ୍ଲୀ ଆଲୋକ ପାଠାଗାର ର ଆୟୋଜନ କ୍ରମେ ଏକ ଜିଲ୍ଲା ସ୍ତରୀୟ ମହିଳା ଓ କିଶୋରୀ ସଶକ୍ତିକରଣ କାର୍ମଶାଳା ଅନୁଷ୍ଟିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ଦୋରା ଉପସ୍ଥିତ ରହି ସମନ୍ୱିତ ଶିଶୁ ବିକାଶ ଯୋଜନା ଉପରେ ସମ୍ୟକ୍ ଧାରଣା ଦେଇଥିଲେ।
ଏହି ଅବସରରେ ମମତା ସଂଯୋଜିକା ଶିବାନୀ ଠାକୁର ମମତା ଯୋଜନା,ବାଲ୍ୟ ବିବାହ,ପୃଷ୍ଟି ଉପରେ ମନ୍ତବ୍ୟ ଦେବା ସହ ଟୋଲ ଫ୍ରୀ ନମ୍ବର ମହିଳା ପାଇ ୧୮୧,ଶିଶୁ ସୁରକ୍ଷା ପାଇଁ ୧୦୯୮, ଜରୁରୀକାଳୀନ ପାଇଁ ୧୧୨ ରେ ଫୋନ କରିବା ସହ ୱାନ ଷ୍ଟପ୍ ସେଣ୍ଟର ଓ ସ୍ଵଧାର ଗୃହ ଉପରେ ଜଣାଇଥିଲେ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ର ଆର୍ ବି ଏସ୍ କେ ମ୍ୟାନେଜର ସୁଧୀର କୁମାର ପଣ୍ଡା କିଶୋରୀ ମାନଙ୍କ ପାଇଁ ଅମ୍ଲାନ,ଖୁସି,ଶ୍ରଦ୍ଧା କ୍ଲିନିକ୍ , ଆଇରନ୍ ଟେବ୍ଲେଟ ଉପରେ ଜଣାଇଥିଲେ ।
ଆସିଷ୍ଟାଣ୍ଟ ମ୍ୟାନେଜର ହେମନ୍ତ ନାଗ୍ ୧୨ ଟି ସ୍ବାସ୍ଥ୍ୟ ସେବା ଗ୍ରାମ୍ୟ ସ୍ତରରେ ମାଗଣାରେ ମିଳୁଥିବାରୁ ଜଣାଇଥିଲେ।ତତ୍ ସହିତ ଗ୍ରାମ୍ୟ କଲ୍ୟାଣ ସମିତି କୁ ସୁଦୃଢ କରି ନିଜ ଗାଁ କୁ ସୁସ୍ଥ ଗ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଶିଶୁ ସୁରକ୍ଷା ଆଇନ୍ କାନୁନ୍ ଓ ମିଶନ ବାତ୍ସଲ୍ୟ ଉପରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଅରୁଣା ର ଜିଲ୍ଲା ପରାମର୍ଶଦାତା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ରେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୩ ରେ ଶିଶୁ ମାନଙ୍କ ପାଇଁ ବଜେଟ୍ ରଖିବା ପାଇଁ ବ୍ୟବସ୍ଥା କରାଯାଇଅଛି ବୋଲି କହିଥିଲେ।
ସୁଦକ୍ଷା ଯୋଜନା ରେ ଝିଅ ମାନଙ୍କ ପାଇଁ ବୈଷୟୀକ ଶିକ୍ଷା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ତେଣୁ ଏହାର ସୁଫଳ ନେବାକୁ ଜଣାଇଥିଲେ।
କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ର ସମ୍ପାଦକ ପ୍ରସାନ୍ତ ନାୟକ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ।
ଜିଲ୍ଲା ପ୍ରକଳ୍ପ ସଂୟୋଜକ ଶ୍ରୀ ହିରାଲାଲ ମିଶ୍ର ସଂଯୋଜନା କରିଥିବା ବେଳେ, ଅଜୟ କୁମାର ବାଦି ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପିଣ୍ଟୁ ପଧାନ,ପ୍ରଶାନ୍ତ କୁଅଁର,ସସ୍ମିତା ମିଶ୍ର,ଲିଲିମା,ରଶ୍ମିତା,ରଞ୍ଜନ, ପ୍ରଶାନ୍ତ ଥାପା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930