Indus Valley Times

ମାଛଗାଁ କେନାଲରେ ଦୁଇଟି ବଡ଼ ଘାଇ: ଜଗତସିଂହପୁର-କଟକ ରାସ୍ତାରେ ଚାଲିଛି ପାଣି

 Breaking News

ମାଛଗାଁ କେନାଲରେ ଦୁଇଟି ବଡ଼ ଘାଇ: ଜଗତସିଂହପୁର-କଟକ ରାସ୍ତାରେ ଚାଲିଛି ପାଣି

ମାଛଗାଁ କେନାଲରେ ଦୁଇଟି ବଡ଼ ଘାଇ: ଜଗତସିଂହପୁର-କଟକ ରାସ୍ତାରେ ଚାଲିଛି ପାଣି
July 16
11:21 2023

ଜଗତସିଂହପୁର,୧୬/୭: ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ସୃଷ୍ଟି ହୋଇଛି।
ଏଥିଯୋଗୁ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଖାପାଖି ଆଣ୍ଠୁଏ ଉଚ୍ଚତାରେ ପାଣି ଚାଲୁଛି। ତରିକୁନ୍ଦ ବଜାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି। ଗାଡ଼ି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଥିବା ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031