Legatus

ମାଟିତଳୁ ଶିବଲିଙ୍ଗ ବାହାରିବା ଘଟଣା: ଜଳାଭିଷେକ ସହ ଗାଁରେ ଆଧ୍ୟାତ୍ମିକ ପରିବେଶ

 Breaking News

ମାଟିତଳୁ ଶିବଲିଙ୍ଗ ବାହାରିବା ଘଟଣା: ଜଳାଭିଷେକ ସହ ଗାଁରେ ଆଧ୍ୟାତ୍ମିକ ପରିବେଶ

November 02
12:05 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨/୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ କ୍ରାଣ୍ଡିବାଲି ଗାଁ ତ୍ରିନାଥ ମନ୍ଦିର ନିକଟ ଆମ୍ବଗଛ ମୂଳରୁ ଶିବଲିଙ୍ଗ ବାହାରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ଏହି ଘଟଣାରେ ବୁଧବାର ସକାଳୁ ଶକ୍ତି ପୀଠ ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ସମଗ୍ର ଅଞ୍ଚଳ ଖୋଳ, କୀର୍ତ୍ତନ, ବାଜା, ଘଣ୍ଟରେ କମ୍ପି ଉଠିଛି। ଘଟଣା ସ୍ଥଳରେ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦୁଗୁନି କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ବିଜେଡି ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ଫିରିଙ୍ଗିଆ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ସମେତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
ମନ୍ଦିର ପରିଚାଳନା କମିଟି ସଭାପତି ରବୀନ୍ଦ୍ର କହଁର, ଅଜୟ ସାହୁଙ୍କ ସହ ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଶକ୍ତି ଲିଙ୍ଗକୁ ପ୍ରତିଷ୍ଠା କରିବା ସହ ଜଳାଭିଷେକ କରାଯାଇଛି।
ଫୁଲବାଣୀ ବିଧାୟକ ଶକ୍ତି ପୀଠରେ ନୂତନ ମନ୍ଦିର ନିର୍ମାଣ କରିବାକୁ କହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମଧ୍ୟ ଆନନ୍ଦରେ ଉପବାସ ରହି ପୂଜାର୍ଚ୍ଚନା କରିଛନ୍ତି।
ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ପୂଜକଙ୍କୁ ସ୍ୱପ୍ନାଦେଶ ପରେ ଗାଁ ଲୋକଙ୍କ ସହ ମନ୍ଦିର ପରିଚାଳନା କମିଟିର ସଭାପତି ଓ ଅଞ୍ଚଳବାସୀ ଆମ୍ବ ଗଛ ମୂଳରେ ଖୋଜା ଖୋଜି କରିଥିଲେ।
ଗୋଟାଏ ଜାଗାରେ ମାଟି ଫାଟି ଆଁ କରିବା ସହ ଓଦା ରହିଥିଲା। ସେହି ସ୍ଥାନରେ ଖୋଳିବା ପରେ ୩ ଫୁଟ୍ ଗଭୀରରେ ଶକ୍ତି ଲିଙ୍ଗ ଦେଖିବାକୁ ପାଇଥିଲେ। ପରେ ଚାରିପଟ ଖୋଳାଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଅଞ୍ଚଳର ବିଭିନ୍ନ ଗାଁରୁ ଶତାଧିକ ଲୋକଙ୍କ ଭିଡ଼ ଲାଗି ରହିଛି।
ବେଆଇନ ଭାବେ ୬ଲକ୍ଷ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଡିଭିଏଫ କନଷ୍ଟେବଳ
କନ୍ଧମାଳ,୨/୧୧: ଭିଜିଲାନ୍ସ ଜାଲରେ ଜଣେ ଡିଭିଏଫ କନଷ୍ଟେବଳ ପଡ଼ିଛନ୍ତି। ସେ ବେଆଇନ ଭାବେ ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଫୁଲବାଣୀ ଏବଂ ବୌଦ୍ଧ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।
କନଷ୍ଟେବଳ ଜଣକ ହେଲେ ବୌଦ୍ଧ ଜିଲା କଣ୍ଟାମାଳର ହରିଶ ଚନ୍ଦ୍ର ସାହୁ। ମିଳିଥିବା ସୂଚନାନୁସାରେ, ହରିଶଚନ୍ଦ୍ର ବୌଦ୍ଧ ଜିଲାର ବଘିଆପଡ଼ା ଫାଣ୍ଡି ଅଞ୍ଚଳରେ କିଛିଦିନ ହେବ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।
ଏହା ପରେ ଫୁଲବାଣୀ ଓ ବୌଦ୍ଧ ଭିଜିଲାନ୍ସ ୨ଟି ଟିମ୍ କରି ବଘିଆପଡ଼ା ଫାଣ୍ଡି ନିକଟରେ ଛକି ବସିଥିଲେ। ହରିଶଚନ୍ଦ୍ର ସ୍ଥାନୀୟ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଫାଣ୍ଡି ଭିତରେ ଜଣେ ସାଙ୍ଗଙ୍କ ରୁମ୍ରେ ରହିଥିଲେ।
କିଛି ସମୟ ରହିବା ପରେ ଏକ ମୋଟର ସାଇକେଲରେ ବାହାରକୁ ବାହାରିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ମାଡ଼ି ବସିଥିଲେ। ହରିଶଚନ୍ଦ୍ରଙ୍କଠାରୁ ୬ ଲକ୍ଷ ଟଙ୍କା ମିଳିଛି। କେଉଁଠୁ ଟଙ୍କା ଆଣିଛ ବୋଲି ପଚାରିବାରେ ହରିଶ୍ଚନ୍ଦ୍ର କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ହରିଶଚନ୍ଦ୍ରଙ୍କ କଣ୍ଟାମାଳ ବାସଭବନ ସମେତ ବୌଦ୍ଧରେ ଥିବା ସରକାରୀ ଘର ଓ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ଡିଏସ୍ପି ହେମନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଏହି ଚଢ଼ାଉରେ ବୌଦ୍ଧ ଡିଏସ୍ପି ସୁରେଶ କୁମାର କହଁର, ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟର ଏଏସ୍ଆଇ ମନୋଜ କୁମାର ନାୟକ, ଲୋକନାଥ ସାହୁଙ୍କ ସମତେ ଅନ୍ୟ କିଛି ଭିଜିଲାନ୍ସ କର୍ମଚାରୀ ସାମିଲ ଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31