Indus Valley Times

ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନ ତରଫରୁ କୁକୁଡ଼ା ଛୁଆ ବଣ୍ଟନ

 Breaking News

ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନ ତରଫରୁ କୁକୁଡ଼ା ଛୁଆ ବଣ୍ଟନ

November 26
20:17 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୧୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗରିବୀ ସୀମାରେଖା ତଳେ ଥିବା ପରିବାର ଲୋକଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ କରିବାକୁ ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ମଙ୍ଗଳବାର ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ୱାବଧାନରେ ଦାରିଙ୍ଗବାଡି ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ନୀହାର ରଞ୍ଜନ ମିଶ୍ର ମାଣ୍ଡିପଙ୍କାରେ ପହଞ୍ଚି କୁକୁଡ଼ାଛୁଆ ବଣ୍ଟନ କରିଛନ୍ତି।
ପ୍ରତି ପରିବାର ଲୋକଙ୍କୁ ୪୫ଟି ଲେଖାଏ ପ୍ରଦାନ କରାଯିବା ସହ କୁକୁଡ଼ା ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ପ୍ରଥମ ପର୍ଯ୍ୟାୟରେ ୩୭ଟି ପରିବାରକୁ ଏହା ବଣ୍ଟନ କରାଯାଇଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।
ଏହି କୁକୁଡ଼ା ପାଳନ ଦ୍ୱାରା ସେମାନଙ୍କ ଜରୁରୀକାଳୀନ ସମୟରେ ବିକ୍ରିବଟା କରି ପରିବାର ପ୍ରତିପୋଷଣ କରି ପାରିବେ ଏଥିସହ ଉକ୍ତ କୁକୁଡ଼ା ଚାଷରୁ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ମାଣ୍ଡିପଙ୍କାରେ ଗତମାସ ଶେଷ ଆଡକୁ ଆମ୍ବ ଟାକୁଆ ବାସିଯାଉ ଖାଇ ମୃତ ଗୁରୁତର ହୋଇଥିଲେ।
ପ୍ରଥମେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ବ୍ରହ୍ମପୁରରେ ଚିକିତ୍ସା ହେଉଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ଏସସିବିକୁ ଅଧିକା ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମଧ୍ୟ ଜଣଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଥିଲା।
ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ସାଧାରଣ ବଣ୍ଟନ ଚାଉଳ ମିଳିବା ବିଳମ୍ବ ଯୋଗୁ ଭୋକ ପାଇଁ ଆମ୍ବ ଟାକୁଆ ଖାଇଥିବା ଅଭିଯୋଗ ହୋଇଥିଲା। ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ, ତହସିଲଦାର, ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ମାଣ୍ଡିପଙ୍କାରେ ପହଞ୍ଚି ଲୋକଙ୍କ ଜୀବନଜୀବିକା ସ୍ବାବଲମ୍ବୀ କରିବାକୁ ପ୍ରୟାସ ଜୋରଦାର କରିଛନ୍ତି।
ମହିଳା ସମାଜସେବୀଙ୍କ ହୃଦଘାତରେ ପରଲୋକ
ବାଲିଗୁଡା, ୨୬/୧୧ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମର ବସ୍ତିନା ସିଂଙ୍କ ମଙ୍ଗଳବାର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି।
ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ସଦାନନ୍ଦ କହିଛନ୍ତି। ସେ ରବିବାର ହଠାତ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଦାରିଙ୍ଗବାଡି ପରେ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ଓ ଶେଷରେ ଭୁବନେଶ୍ୱର ନିଆଯାଇଥିଲା ତାଙ୍କ ଛାତିରେ କଫ ଜମିଥିଲା ଓ ପରେ ସେ ଅଧିକା ଅସୁସ୍ଥ ହୋଇ ପଡ଼ିଥିଲେ।
ସୂଚନାଯୋଗ୍ୟ ଯେ, ସେ ପ୍ରଥମେ ୯୦ ଦଶକରେ କୁସଂସ୍କାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଅଞ୍ଚଳରେ ସଚେତନ ଅଭାବ ଯୋଗୁ ଅନେକ ଘରେ ପୁରୁଷମାନେ ମଦ ପିଇ ମହିଳାଙ୍କୁ ନିର୍ଯ୍ୟାତନା ଦେବା ସହ ପରିବାରର ଆର୍ଥିକ ମାନଦଣ୍ଡ ଭୁଶୁଡି ପଡୁଥିଲା। ସେହିପରି ଘରେ ଥିବା ପିଲାଙ୍କୁ ସ୍କୁଲ ପଠାଉ ନ ଥିଲେ।
କମ ବୟସରୁ କିଶୋରୀକିଶୋରଙ୍କୁ ବିବାହ କରାଇ ଦେଉଥିଲେ। ଏସବୁକୁ ବାସ୍ତିନା ଦେଖି ସହି ପାରୁ ନ ଥିଲେ।ସେ ଭୋଗିଥିବା କଷ୍ଟ ଯେମିତି ଆଉ କେହି ନ ଭୋଗନ୍ତୁ, ସେଥିପାଇଁ ସେ ସମାଜ ସେବା ଆରମ୍ଭ କରିବା ସହ କୁସଂସ୍କାର ଦୂର କରିବାକୁ ଅଣ୍ଟା ଭିଡ଼ିଲେ। ସେ ସେତେବେଳେ କହୁଥିଲେ ଯେ, ସେହି ସମୟରେ ସଚେତନର ଅଭାବ ଯୋଗୁ ପରିବାର ଲୋକ ତାଙ୍କୁ ଅତି କମ ୧୬ ବର୍ଷ ବୟସରେ ବିବାହ କରିଦେଇଥିଲେ।
ସେ ପରିସ୍ଥିତିରେ ପଡି ଗୃହିଣୀ ଭାବରେ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ହେଲେ ସେ ଯେଉଁ ଭଳି ନାବାଳିକା ଅବସ୍ଥାରେ ବିବାହ କରିଥିଲେ ଓ ଏଥିପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଆନ୍ଦୋଳନ ଆରମ୍ଭ କରି ପରେ ଅଞ୍ଚଳରେ ମହିଳା ନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ ଦେଶୀ ମଦ ବିକ୍ରିର କେନ୍ଦ୍ରବିନ୍ଦୁ ନିଜ ଗାଁ ଦସିଙ୍ଗବାଡି ଗ୍ରାମର ମହିଳାମାନଙ୍କୁ ସଂଗଠିତ କରିଥିଲେ। ଆନ୍ଦୋଳନ ତୀବ୍ର କରିଥିଲେ।
ଏଥିପାଇଁ ତାଙ୍କୁ ନିଜ ସମ୍ପ୍ରଦାୟର ଲୋକଙ୍କ ସହ ବିରୋଧର ସାମ୍ନା କରିବାକୁ ପଡିଥିଲା। ବିରୋଧ ସତ୍ତ୍ୱେ ସେ ଡାସିଙ୍ଗବାଡି ପଞ୍ଚାୟତକୁ ଏକ ମଦମୁକ୍ତ ଗ୍ରାମ ପଞ୍ଚାୟତ କରିବା ପାଇଁ ଆଗକୁ ଅଣ୍ଟା ଭିଡି ସଫଳ ହୋଇଥିଲେ।
୧୯୯୫ରେ ମଦମୁକ୍ତ ଗ୍ରାମ ପଞ୍ଚାୟତ ଭାବରେ ଦାସିଙ୍ଗବାଡିକୁ ଗାନ୍ଧୀ ପୁରସ୍କାର ମିଳିଥିଲା। ଏହି ଆନ୍ଦୋଳନ ପାଇଁ ବସ୍ତିନାଙ୍କୁ ତତ୍କାଳ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ ସହଯୋଗ ମିଳିଥିଲା।
ସେ ଓ ତାଙ୍କ ମହିଳା ଦଳ ବିଜୁବାବୁଙ୍କୁ ଭୁବନେଶ୍ୱର ଯାଇ ଭେଟି ଅଞ୍ଚଳର ମଦ କାରବାର ଓ ବାଲ୍ୟ ବିବାହ ରୋକିବା ପାଇଁ ନିବେଦନ କରିବାରୁ ବସ୍ତିନାଙ୍କ ସହ ଯାଇଥିବା ମୋଟ ୧୨ ଜଣ ମହିଳାଙ୍କୁ ବିଜୁବାବୁ ସ୍ବତନ୍ତ୍ର ପୋଲିସ ପାୱାର ପ୍ରଦାନ କରିଥିଲେ ଓ ୧୨ଟି ବିଜୁ ଠେଙ୍ଗା ଯୋଗାଇଦେଇଥିଲେ। ଯାହା କି ସେହି ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
ବସ୍ତିନାଙ୍କ ଏହି ସ୍ଥାନକୁ ଆଉ କିଏ ଯିବା ମୁସ୍କିଲ ତାଙ୍କ ବିୟୋଗରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ଗୁରୁବାର ବସ୍ତିନାଙ୍କ ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପୁଅ ସଦାନନ୍ଦ ସିଂ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031