Indus Valley Times

ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

 Breaking News

ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ
November 26
18:01 2024

ଭୁବନେଶ୍ବର, ୨୭/୧୧: ସୁଭଦ୍ରା ଯୋଜନାକୁ ନେଇ ପୁଣି ଏକ ବଡ ଘୋଷଣା। ଯୋଜନାର ଡେଡଲାଇନ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ୨୦୨୫ ମସିହା ମାର୍ଚ୍ଚ ୭ ତାରିଖ ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ ରହିଛି।
ଏଥିସହ ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।ତେଣୁ ମାର୍ଚ୍ଚ ୭ ତାରିଖ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଶେଷ ତାରିଖ ।
ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି । ୧କୋଟି ୪୬ ଲକ୍ଷ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ତେବେ ହିତାଧିକାରୀଙ୍କୁ ମାର୍ଟ୍ଟ ୮ ତାରିଖରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ ।
କିନ୍ତୁ ସମସ୍ତ ମହିଳାଙ୍କୁ ଏକାଥରେ ଟଙ୍କା ମିଳିବ ନାହିଁ । ଏଥର ପରି ପର୍ଯ୍ୟାୟ କ୍ରମେ ଟଙ୍କା ମିଳିବ । ତେବେ ଟଙ୍କାକୁ ନେଇ ବ୍ୟସ୍ତ କିମ୍ବା ବ୍ୟାଙ୍କ ଆଗରେ ଭିଡ ଲଗାନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି । କିନ୍ତୁ ଏଥିରୁ ଅନେକ ବାଦ ପଡିଛନ୍ତି ।
ବାକି ଆବେଦନକାରୀଙ୍କ ଫିଜିକାଲ ଭେରୀଫିକେଶନ ପାଇଁ ବ୍ଲକ ସ୍ତରରେ କୁହାଯାଇଛି । ଅଯୋଗ୍ୟ ହେଇଯାଇଥିବା ୨ଲକ୍ଷ୍ୟ ୬୭ ହଜାର ଅଯୋଗ୍ୟ ଆବେଦନକାରୀଙ୍କ ନିଜ ଜିଲ୍ଲାରେ ବିଭାଗୀୟ ଅଧିକାରୀ ରିଭିୟୁ କରି ୨୨ପ୍ରତିଶତ ଅସୁବିଧା ଦୂର କରାଇପାରିଛନ୍ତି।
ମାର୍ଚ୍ଚ ବେଳକୁ ଯୁବତୀ ଯଦି ୨୦ ବୟସ ରୁ ୨୧ ବୟସରେ ପାଦ ଦେଇଥିବେ ତାହେଲେ ସେ ବି ଆବେଦନ କଲେ ଟଙ୍କା ପାଇପାରିବେ। ବାକି ଥିବା ଅନ୍ୟମାନଙ୍କର ଫିଜିକାଲ ଭେରୀଫିକେଶନ ହେଲେ ସେମାନେ ପାଇବେ। ବିଭାଗୀୟ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ତାଙ୍କ ପାଖକୁ ଯିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031