Indus Valley Times

ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଆଲୋକିକରଣର ଉଦଘାଟନ

 Breaking News

ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଆଲୋକିକରଣର ଉଦଘାଟନ

October 30
20:02 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁ ମାନେ ଏକତ୍ରିତ ହୋଇ ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ ସମଗ୍ର ମାର୍କେଟର ଆଲୋକିକରଣର କରାଯାଇଛି ।
ଏହି ଅବସରରେ ଏଥିରେ ମାର୍କେଟର ବରିଷ୍ଠ ବ୍ୟବସାୟୀ ସି.ଏଚ.ଭୂଷଣ ପାତ୍ର ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ସୁଇଚ ଟିପି ଉଦଘାଟନ କରିଥିଲେ।
ଏଥିରେ ସଂଘର କାଳିନ୍ଦୀ ଚରଣ ପଣ୍ଡା, ପୁରୁଷୋତ୍ତମ ଡାକୁଆ, ପଦ୍ମନାଭ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଦାସ ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ବାଲିଗୁଡାରେ ଭୋଟର ତାଲିକା ନିମନ୍ତେ ପଥ ଉତ୍ସବ
ବାଲିଗୁଡା,୩୦/୧୦: ଉପଖଣ୍ଡ ପ୍ରଶାନ,ବାଲିଗୁଡା ସୌଜନ୍ୟ ରେ ଯୁବ ଭୋଟରଙ୍କୁ ସଚେତନତା କରିବା ପାଇଁ ସ୍ଥାନିୟ ମିନିଷ୍ଟାଡିୟମ ଠାରୁ ତ୍ରୀବେଦୀ ପାର୍କ ପର୍ଯ୍ୟନ୍ତ ୱାକଥନ କାର୍ଯ୍ୟକ୍ରମ ସହ ପଥ ଉତ୍ସବ କାର୍ଯ୍ୟକ୍ରମ କରାଯାଇଛି ।
ଏଥିରେ ଉପଜିଲ୍ଲାପାଳ ଡା ରୀନା ପ୍ରଧାନ ଯୁବ ଭୋଟଙ୍କୁକହିଛନ୍ତି ଏହି କାର୍ଯ୍ୟକ୍ରମର ମୁଳଲକ୍ଷହେଲା ଭୋଟର ମାନଙ୍କ ମଧ୍ୟରେ ସଚେତନତା ଶୃଷ୍ଟି କରିବା ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିବା ଗୋଟେ ଗୁରୁତ୍ୱପୁର୍ଣ୍ଣ କାମ ଅଟେ,ଭାରତର ନାଗରିକ ହିସବରେ ଯେଉଁ ମାନ ନୁତନ ଭୋଟର ମାନେ ଯେଉଁମାନଙ୍କୁ ୧୮ବର୍ଷରୁ ଉର୍ଦ୍ଦ ହୋଇଯାଇଛି ।
ସେମାନେ କିଭଳି ଭାବରେ ଭୋଟର ପକ୍ରିୟାରେ ନିଜକୁ ସାମିଲ କରିପାରିବେ ପଂଜିକୃତ କେଉଁଭଳିଆ କରାଯାଇପାରିବ ତାକୁ ଆଜିବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନା କରାଯିବ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଧିରଜ କୁମାର ପାତ୍ର, ରାଜେନ୍ଦ୍ର ନାରାୟଣ ସେନାପତ,ହରେକୃର୍ଷ୍ଣ ରାଉତ,ରୁପକ କୁମାର କୁଜୁର ପ୍ରମୁଖ ମଂଚାସିନ ଥିଲେ । ଏହିକାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ତିର୍ଥବାସୀ ଘଡେଇ ।ଚିତ୍ର ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ୍‌ଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031