Indus Valley Times

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଲବକୁଶ ଜନ୍ମ ଓ ଇନ୍ଦ୍ରଜିତ ବଧରେ ଅସ୍ଥାୟୀ ମଣ୍ଡପ ଦୁଲକିଲା

 Breaking News

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ଲବକୁଶ ଜନ୍ମ ଓ ଇନ୍ଦ୍ରଜିତ ବଧରେ ଅସ୍ଥାୟୀ ମଣ୍ଡପ ଦୁଲକିଲା

May 29
22:36 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ର ଗୁରୁବାର ୨୪ ଦିନରେ ମା ‘ଙ୍କ ବିଶ୍ରାମ ଦିବସ ଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଭକ୍ତଙ୍କ ସଂଖ୍ୟା ମଧ୍ୟ ଅନ୍ୟ ଦିନ ତୁଳନାରେ ଗୁରୁବାର ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା ।
ଯାତ୍ରା ସରିବାକୁ ଆଉ ମାତ୍ର ୮ଦିନ ବାକି ଥିବାରୁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପୁରୋହିତ ଭାବେ ସଞ୍ଜୟ କୁମାର ଦାସ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପ୍ରଚାରକ ଭାବେ ନୀଳକଣ୍ଠ ମିଶ୍ର, ମୁଖ୍ୟ ସେବାକାରୀ ଭାବେ ସନ୍ତୋଷ କୁମାର ଦାସ ଏବଂ ମୁଖ୍ୟ ସେବକ ଭାବେ ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ଶ୍ରୀକାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରୁଛନ୍ତି ।
ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି । ଗୁରୁବାର ବିଶ୍ରାମ ଦିବସରେ ଅସ୍ଥାୟୀ ମଣ୍ଡପ ନିକଟରେ ନୟାଗଡ ଜିଲ୍ଲା ଭାପୁର ନିକଟସ୍ଥ ଏଲପଡା ଗ୍ରାମର ଯାତ୍ରା ସମ୍ରାଟ ଓଁ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ବାଳିକା ରାମ ନାଟ୍ୟ ସଂସଦର ଜୋତିର୍ମୟୀ ମହାପାତ୍ର ଙ୍କ ବଳିଷ୍ଠ ନିର୍ଦେଶନାରେ ପ୍ରସିଦ୍ଧ ଲବକୁଶ ଜନ୍ମ ବା ଇନ୍ଦ୍ରଜିତ ବଧ ସଫଳତର ସହ ମଞ୍ଚସ୍ଥ ହୋଇଥିଲା ।
ଏଥିରେ ଶତାଧିକ ନାଟ୍ୟ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ କ୍ଷ ଅସ୍ଥାୟୀ ମଣ୍ଡପ ନିକଟକୁ ମା ‘ମାନଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ସ୍ଥାନୀୟ ଅଞ୍ଚଳ ତଥା ବାହାରୁ ଆସୁଥିବା ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ଏକ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ର ଶ୍ରୀ ଶ୍ରୀ ଶ୍ରୀ ମା’ପାଟଖଣ୍ଡା ଠାକୁରାଣୀ ଯାତ୍ରା କମିଟି ତରଫରୁ ସକାଳ ଆଳତୀ ପର ଠାରୁ ମା’ ମାନଙ୍କ ନଗର ପରିକ୍ରମା ବାହାରିବା ପର ପର୍ଯ୍ୟନ୍ତ ଖୋଲା ଯାଉଛି ।
ଏହି ମିଷ୍ଟାନ ଭୋଗ ମା’ ମାନଙ୍କ ଠାରେ ଆଳତୀ ଓ ଭୋଗ ଲାଗି ହେବା ପରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ୭ ପ୍ରକାର ସୁସ୍ୱାଦ ମିଠା ପ୍ରସ୍ତୁତ କରାଯାଇ ମା’ ଙ୍କ ଉଦେଶ୍ୟରେ ବିକ୍ରୟ କରାଯାଉଛି ।
ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ରରେ ମଧ୍ୟ ପ୍ରବଳ ଭିଡ଼ ଲାଗି ରହୁଛି । ଶୁକ୍ରବାର ଦିନ ମା \’ମାନଙ୍କ ଘଟ ଦଣ୍ଡପଦର ଗ୍ରାମକୁ ଓ ଶନିବାର ଦିନ ପାତ୍ର ସାହି, ଜକି ସାହି,କାମନା ସାହି ଓ ପୂଜାରୀସାହି ପୂଜା କମିଟି ଅଞ୍ଚଳକୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଏଥିରେ କମିଟି ର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, ସହ ସମ୍ପାଦକ ଗଙ୍ଗାଧର ଭୋଇ, କୋଷାଧକ୍ଷ ଅଶୋକ କୁମାର ସାହୁଙ୍କ ସମେତ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ର ୫ଜଣିଆ କମିଟି ର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031