Indus Valley Times

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବ୍ୟାପକ ପଟୁଆରରେ ସୁନାପାଙ୍ଗା ପରିଭ୍ରମଣ

 Breaking News

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବ୍ୟାପକ ପଟୁଆରରେ ସୁନାପାଙ୍ଗା ପରିଭ୍ରମଣ

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ବ୍ୟାପକ ପଟୁଆରରେ ସୁନାପାଙ୍ଗା ପରିଭ୍ରମଣ
June 02
20:56 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ସୋମବାର ୨୮ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୧ ଦିନରେ ପହଞ୍ଚିଛି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଚଳିତ ମାସ ୬ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ ହେବାକୁ ଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଶେଷ ପର୍ଯ୍ୟାୟ ହୋଇଯାଉଥିବାରୁ ଭକ୍ତ ଙ୍କ ଭିଡ଼ ଲାଗି ରହୁଛି ।
ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି । ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ସୋମବାର ୨୮ ଦିନରେ ସୁନାପାଙ୍ଗା ପୂଜା କମିଟି ଅଞ୍ଚଳ କୁ ମା ‘ମାନଙ୍କ ଆଗମନ ହୋଇଥିଲା । ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ହାଇସ୍କୁଲ ଛକ, ବନ୍ଧ ସାହି ଛକ, ସାଇମନ୍ଦିର ଛକଦେଇ ସୁନାପାଙ୍ଗା ରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ ।
ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ଅଞ୍ଚଳ ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ଦଣ୍ଡପଦର ଅଞ୍ଚଳ କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ବୁଧବାର ବଜାର ସାହି ର ଆଚାର‌୍ୟ୍ୟ କଲୋନୀ କୁ ମା’ ଙ୍କ ଆଗମନ ଥିବା ଜଣାପଡିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର‌୍ୟ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଏଥିରେ ଯାତ୍ରା କମିଟି ସହ ସୁନାପାଙ୍ଗା ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଠାକୁରାଣୀ ଯାତ୍ରା ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ :ଡ୍ୟାନ୍ସ ଓ ମେଲୋଡି ରେ ମତୁଆଲା ଦର୍ଶକ
ବାଲିଗୁଡା, ୨/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା ‘ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଠାକୁରାଣୀ ଯାତ୍ରା ମଇ ମାସ ୬ତାରିଖ ଠାରୁ ଆରମ୍ଭ ହୋଇଛି, ଏହା ଚଳିତ ମାସ ୬ ତାରିଖ ଦିନ ଉଦଯାପିତ ହେବ । ଯାତ୍ରା ସରିବାକୁ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ଏହି ପରିପ୍ରେକ୍ଷୀରେ ୫ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଟାଉନର ନୀଳଗିରି ଫାର୍ମ ନିକଟସ୍ଥ ଯାତ୍ରା ପଡିଆ ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ।
ଏ ନେଇ ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜିଲା ସଭାପତି ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡାର ଦୁଇ ମୁଠା ମୁଖ୍ୟ ଅରୁଣ କୁମାର ପାତ୍ର ଏବଂ ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ପ୍ରଥମ ଦିନରେ ଭୁବନେଶ୍ୱରର ଆରଡିଏକ୍ସ ଡ୍ୟାନ୍ସ ଗ୍ରୁପ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ଦିନରେ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଓ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ପଶ୍ଚିମ ଓଡିଶା ସମ୍ବଲପୁର ଅଞ୍ଚଳ ର ରୁକସୁନା ମେଲୋଡି ପରିବେଷଣ କରି ନିଜ ନିଜର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
ସେପଟେ ଅଞ୍ଚଳ ବାସୀଙ୍କ ରାତ୍ରୀ କାଳୀନ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଯାତ୍ରା ଅପେରା ରଙ୍ଗ ମହଲ ଏବଂ ଟାଉନ ହଲ ନିକଟରେ ଯାତ୍ରା ଶ୍ରୀ ବିଶ୍ୱ ଦରବାର ନିଜ ନିଜର ନିୟମିତ ଅପେରା କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି । ଏହି ଉତ୍ସବରେ ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, ଉପ ଉପସଭାପତି ଭୀମସେନ ବିନ୍ଧାଣୀ, କୋଷାଧକ୍ଷ ଅଶୋକ କୁମାର ସାହୁଙ୍କ ସମେତ ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031