Indus Valley Times

ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

 Breaking News

ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ

ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ
May 15
21:06 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୫ : ଭୁଲ କାହାର । ଦୋଷୀ ଜଣେ ଦଣ୍ଡ ପାଉଛି ଅନ୍ୟ ଜଣେ । ମିଛ ଆରେଷ୍ଟ କୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ । ନୟାଗଡ଼ ପୋଲିସର ଏଭଳି ଅଜବ ନୀତି ଦେଖିବା ପାଇଁ ମିଳିଛି ।
ଭଣଜା ଅଭିଯୁକ୍ତ ମାମୁ ପାଉଛି ଦଣ୍ଡ । ଓଡ଼ଗାଁ ଅଜିତ ସାହୁ ହତ୍ୟାକାଣ୍ଡ ରେ ଏହି ବ୍ୟକ୍ତି ଅଭିଯୁକ୍ତ ନୂହନ୍ତି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇଥିଲା ପୋଲିସ, ସେ ପ୍ରତିବାଦ କରିବା ରୁ ପୋଲିସ ତାଙ୍କୁ ଛାଡି ଦେଇଛି , ଦୋଷ ଏତିକି ଭଣଜା ଅଭିଯୁକ୍ତ କିନ୍ତୁ ମାମୁଁଙ୍କୁ ଅଭିଯୁକ୍ତ ସଜାଇଥିଲା ଓଡ଼ଗାଁ ପୋଲିସ,ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଭଣଜା କୁଲୁ ଭଟ ଫେରାର ରହିଥିବା ବେଳେ।
ମାମୁ ଶ୍ରୀଧର ସାହୁଙ୍କୁ ଏହି ଘଟଣାରେ ଅଭିଯୁକ୍ତ ସଜାଇ ଅନ୍ୟ ଅଭିଯୁକ୍ତଙ୍କ ମିଶାଇ ୪ ଜଣଙ୍କୁ ଗିରଫ ଦଶାୟୀ ସାମ୍ବାଦିକ ସମ୍ମିଳନୀରେ ଠିଆ କରିଥିଲା ପୋଲିସ। ଶ୍ରୀଧର ସାହୁଙ୍କ ଘର ଓଡ଼ଗାଁ ଥାନା କୋମଣ୍ଡ ମକରପଦା ଗାଁରେ।
ପୋଲିସ ତାଙ୍କୁ ଅଭିଯୁକ୍ତ ଦଶାୟୀ ଗିରଫ କରିଥିଲା ସେ ପ୍ରତିବାଦ କରିବା ରୁ ପୋଲିସ ତାଙ୍କୁ ଛାଡି ଦେଇଛି।
ଆଜି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିଯୁକ୍ତ ଡ୍ରାଇଭର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଜିତ ସାହୁ ହତ୍ୟାକାଣ୍ଡଘଟଣାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଖଣି ମାଫିଆ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ ,ମାନସ ବେହେରା ଏବଂଡ୍ରାଇଭର ନରେଶ ବିଶୋଇ।
ଏମାନଙ୍କୁ ଅଜିତ ସାହୁ ହତ୍ୟାକାଣ୍ଡରେ ଓଡ଼ଗାଁ ପୋଲିସ ଗିରଫ କରିବା ପରେ ବୁଧବାର ଦିନ କୋର୍ଟ ଚାଲାଣ କରିଛି।ଜେଲ ଯାଇଛନ୍ତି ଅଭିଯୁକ୍ତ ମାନେ। ଅନ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ସମେତ ୩ ଜଣ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଜିତ ସାହୁ ହତ୍ୟାକାଣ୍ଡ ୭ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ସେପଟେ ଶ୍ରୀଧରଙ୍କ ଅଭିଯୋଗ ତାଙ୍କୁ ଓଡ଼ଗାଁ ପୋଲିସ ଘରୁ ଶୋଇଥିବା ଅବସ୍ଥାରେ ଉଠାଇ ଆଣିଥିଲା। ହାଜତରେ ଅନ୍ୟ ଅଭିଯୁକ୍ତଙ୍କ ଭଳି ତାଙ୍କୁ ଥାନା ହାଜତରେ ୨୪ ଘଣ୍ଟା ରଖିବା ପରେ ନୟାଗଡ଼ରେ ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇ ପୋଲିସ ମୁଣ୍ଡରେ ଗାମୁଛା ପକାଇ ଠିଆ କରିଥିଲା ।ସେ ଜାଣି ପାରିଥିଲେ ଯେ ପୋଲିସ ତାଂକୁ ଅଜିତ ସାହୁ ହତ୍ୟାକାଣ୍ଡ ଦୋଷୀ ସଜାଇ ଫସେଇ ଦେଉଛି।ତେଣୁ ସେ ସେଠାରେ ପ୍ରତିବାଦ କରିଥିଲେ। ତାଙ୍କ ମୋବାଇଲ ଫୋନଙ୍କୁ ପୋଲିସ ଛଡାଇ ନେଇ ରଖିଥିଲା । ତେଣୁ ଫୋନ କାହାରିକୁ କରି ପାରିନଥିଲେ। ତାଙ୍କ ଭଣଜା କୁଲୁ ଭଟ କୁଆଡେ ଗଲେ ବୋଲି ପୋଲିସ ପଚାରିଥିଲା। ଏହା ପରେ ତାଙ୍କ ନାଁ ଏବଂ ଠିକଣା ପଚାରି ଲେଖିଥିବା ସେ ଅଭିଯୋଗ କରିଛନ୍ତି। ସେ ନିର୍ଦୋଷ ଥିବା ବେଳେ ପୋଲିସ ତାଙ୍କୁ ଦୋଷୀ ସଜାଇ ଥିବା ରୁ ମାନହାନୀ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଭଣଜା ବଦଳରେ ମାମୁକୁ ଗିରଫ କରିବା ଘଟଣାରେ ନୟାଗଡ଼ ଝଚ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୃତ ଅଜିତ ସାହୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଶ୍ରୀଧର ସାହୁଙ୍କୁ ଥାନାଙ୍କୁ ଅଣା ଯାଇଥିଲା। ତାଙ୍କୁ ଗିରଫ ନୁହେଁ ଅଟକ ରଖି ପଚରାଉଚରା କରାଯାଉଥିଲା। ଅଜିତ ହତ୍ୟାକାଣ୍ଡ ଘଟଣାରେ ଶ୍ରୀଧରଙ୍କ ସମ୍ପୃକ୍ତି ନଥିବା ରୁ ତାଙ୍କୁ ନିର୍ଦୋଷରେ ଛାଡି ଦିଆଯାଇଛି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ନାହିଁ। ତାଙ୍କ ଭଣଜା କୁଲୁ ଭଟ୍ଟ ଅଭିଯୁକ୍ତ ଅଟନ୍ତି । ସେ ଏବେ ଫେରାର ଅଛନ୍ତି। ତାଙ୍କୁ ପଚରାଉଚରା ପାଇଁ ଅଣା ଯାଇଥିଲା। ସେପଟେ ଏହି ଘଟଣାରେ ମିଛ ଆରେଷ୍ଟକୁ ନେଇ ବଦନାମ ମୁଣ୍ଡାଇଛି ନୟାଗଡ଼ ପୋଲିସ । ଓଡ଼ଗାଁ ଅଜିତ ସାହୁ ହତ୍ୟାକାଣ୍ଡ ରେ ଶ୍ରୀଧର ଅଭିଯୁକ୍ତ ନୂହନ୍ତି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇ ତାଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ସହ ଠିଆ କରାଯାଇଥିଲା ପୋଲିସ, ସେ ପ୍ରତିବାଦ କରିବା ରୁ ପୋଲିସ ତାଙ୍କୁ ଛାଡି ଦେଇଛି ।
ଦୋଷ ଏତିକି ଭଣଜା ଅଭିଯୁକ୍ତ କିନ୍ତୁ ଏହି ଘଟଣା ରେ ମାମୁଁଙ୍କୁ ଘର ରୁ ଉଠାଇ ଆଣି ଅଭିଯୁକ୍ତ ସଜାଇଥିଲା ଓଡ଼ଗାଁ ପୋଲିସ,ଅଜିତ ସାହୁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଭଣଜା କୁଲୁ ଭଟ ଫେରାର ରହିଥିବା ବେଳେ। ମାମୁ ଶ୍ରୀଧର ସାହୁଙ୍କୁ ଏହି ଘଟଣାରେ ଅଭିଯୁକ୍ତ ସଜାଇ ମୁହଁରେ ଗାମୁଛା ଘୋଡାଇ ଗିରଫ ଦଶାୟୀ ସାମ୍ବାଦିକ ସମ୍ମିଳନୀରେ ଠିଆ କରିଥିଲା ଓଡ଼ଗାଁ ପୋଲିସ। ଶ୍ରୀଧର ସାହୁଙ୍କ ଘର ଓଡ଼ଗାଁ ଥାନା କୋମଣ୍ଡ ମକରପଦା ଗାଁରେ। ପୋଲିସ ତାଙ୍କୁ ଅଭିଯୁକ୍ତ ଦଶାୟୀ ଗିରଫ କରିଥିଲା ସେ ପ୍ରତିବାଦ କରିବା ରୁ ପୋଲିସ ତାଙ୍କୁ ଛାଡି ଦେଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିଯୁକ୍ତ ଡ୍ରାଇଭର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ। କରାଯାଇଛି । ଅଜିତ ସାହୁ ହତ୍ୟାକାଣ୍ଡଘଟଣାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଖଣି ମାଫିଆ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ ,ମାନସ ବେହେରା ଏବଂଡ୍ରାଇଭର ନରେଶ ବିଶୋଇ। ଅନ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ସମେତ ୩ ଜଣ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଜିତ ସାହୁ ହତ୍ୟାକାଣ୍ଡ ୭ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ସେପଟେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ନଥିବା ପ୍ରତିବାଦରେ ବିଜେଡ଼ି ପକ୍ଷରୁ ସ୍ଥାନୀୟ ବିଧାୟକ ଅରୁଣ କୁମାର ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଜିଲ୍ଲାର ଆଗଧାଡ଼ି ର ବିଜେଡି ନେତା ଝଚଙ୍କୁ ଭେଟି ଅଭିଯୋଗ ଅଭିଯୋଗ କରି ଦାବି ପତ୍ର ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031