Indus Valley Times

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ମିଳିବ ଦରମା

 Breaking News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ମିଳିବ ଦରମା

February 14
18:45 2025

ଭୁବନେଶ୍ୱର,୧୪/୨: ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ। ଉଜଚ, ବ୍ୟାଙ୍କମିତ୍ର, ଗଈକ, ପ୍ରାଣୀମିତ୍ର ବକେୟା ଦରମା ପାଇବେ । ଗତବର୍ଷ ଏପ୍ରିଲରୁ ୧୦ ମାସର ବକେୟା ଦରମା ନୂଆ ସରକାର ଦେବେ। ଏନେଇ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି। ଏଥିରୁ ୬୨ ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ।
ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ ୨୦୧୨ ମସିହା ଏପ୍ରିଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଛି ।
ପୁନର୍ବାର ଏହି ସୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦାରା ନିଯୁକ୍ତି ଦିଆଯାଇଥିଲା ।
କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ Community Resource Person for Community Mobilization (CRP-CM), Master Book Keeper (MBK), Bank Mitra ଓ Prani Mitra ଅନ୍ତର୍ଭୁକ୍ତ ଅଟନ୍ତି । ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031