Indus Valley Times

ମେଟାଲିକ କାରଖାନାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

 Breaking News

ମେଟାଲିକ କାରଖାନାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ମେଟାଲିକ କାରଖାନାରେ ଅଘଟଣ, ଦୁର୍ଘଟଣାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ
May 05
12:32 2026

ଅନୁଗୋଳ, ୫/୫ : ଅନୁଗୋଳ ଜିଲ୍ଲାସ୍ଥିତ ଶ୍ରୀ ମେଟାଲିକ କାରଖାନାରେ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ଗ୍ରାମର ଶ୍ରୀଧର ବେଗୁନ (୩୭), ମଣ୍ଟୁ କମାର (୩୭) ଏବଂ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ମଙ୍ଗଳ ମାଝୀ (୪୦)।
ପ୍ରାଥମିକ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଶ୍ରୀ ମେଟାଲିକ କାରଖାନର ତିନି ଜଣ ଶ୍ରମିକ ମେଣ୍ଟେନାନ୍ସ କାମ କରିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ନେଇ ପୋଲିସ ପାଖରେ କୌଣସି ସୂଚନା ନ ଥିଲା । ପୋଲିସ ଏ ବାବଦରେ ପରେ ସୂଚନା ପାଇଛି । ହିନ୍ଦୋଳ ଥାନା ଅଧିକାରୀ ଡାକ୍ତରଖାନାରୁ ସୂଚନା ପାଇବା ପରେ ନିଶା ଥାନା ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।
ତେବେ ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ପୋଲିସ କାରଖାନାରେ ପହଁଚି ଛାନଭିନ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031