Indus Valley Times

ମୋବାଇଲ ଦୋକାନରୁ ଚୋରୀ ଘଟଣାରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ: ୧୩ ମୋବାଇଲ ଜବତ

 Breaking News

ମୋବାଇଲ ଦୋକାନରୁ ଚୋରୀ ଘଟଣାରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ: ୧୩ ମୋବାଇଲ ଜବତ

ମୋବାଇଲ ଦୋକାନରୁ ଚୋରୀ ଘଟଣାରେ ଲୁଟେରାଙ୍କୁ ବାନ୍ଧିଲା ପୋଲିସ: ୧୩ ମୋବାଇଲ ଜବତ
June 18
10:36 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୬ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି।
ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂର୍ଯ୍ୟ ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଇନଚାର୍ଜ କନକ କୁମାର ମାଝୀ କହିଛନ୍ତି। ପୋଲିସ ଗିରଫ ଯୁବକଠାରୁ ବିଭିନ୍ନ କମ୍ପାନୀର ନୂଆ ମୋବାଇଲ ୧୩ ଟି ଜବତ କରିବା ସହ ଚୋରିରେ ବ୍ୟବହୃତ ଫ୍ଲାସ, କଟର, ସ୍କ୍ର‌୍ୟୁ ଡ୍ରାଇଭେର ଏବଂ ଏକ ବ୍ୟାଗକୁ ପୋଲିସ ଜବତ କରିଛି।
ମୋବାଇଲର ଦାମ ପ୍ରାୟ ୭୦ହଜାର ହେବ ବୋଲି ଡିଏସପି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ଷ ପ୍ରକାଶ ଯେ, ମେ ୨ରେ ଦାରିଙ୍ଗବାଡି ବଜାର ଉପରେ ରହିଥିବା ଏକ ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ ତାଲା କାଟି ମୋବାଇଲ ଚୋରି ହୋଇଯାଇଥିବା ମୋବାଇଲ ଦୋକାନ ମାଲିକ ଅଜିତ କୁମାର ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାକୁ ଦାରିଙ୍ଗବାଡି ପୋଲିସ ଗୁରୁତର ସହ ନେବା ସହ ଘଟଣାକୁ ନିଜେ ଇନଚାର୍ଜ ଦାୟିତ୍ୱରେ ରହିଥିବା ଡିଏସପି କନକ କୁମାର ମାଝୀ ତଦନ୍ତ ଦାୟିତ୍ୱ ନେଇଥିଲେ। ତାଙ୍କୁ ଏ ଏସ ଆଇ ଶ୍ରୀନିବାସ ରେଡ୍ଡୀ, ଅର୍ଜୁନ ଶବର ତଦନ୍ତରେ ସହଯୋଗ କରିଥିଲେ।
ପୋଲିସ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଓ ଫୋନ ଟ୍ରାକ କରି ସୂର୍ଯ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଡିଏସପି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ପୋଲିସ କେଶ ନଂ. ୯୬/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକା ତଦନ୍ତ ଅବ୍ୟାହତ ରଖିଛି ।
ମଦ ବନାମ ପରକୀୟା ପ୍ରୀତି : ସ୍ତ୍ରୀର ଟାଙ୍ଗିଆ ମାଡ଼ରେ ସ୍ବାମୀର ମୃତ୍ୟୁ: ପୁଲିସର ଛାନବିନ ଆରମ୍ଭ
କନ୍ଧମାଳ, ୧୮/୬: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ସୋମବାର ଜଣେ ସ୍ତ୍ରୀ ଏକ ଟାଙ୍ଗିଆରେ ନିଜ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ।
ମଙ୍ଗଳବାର ଗୁରୁତର ସ୍ବାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଝାମ୍ପି ଗ୍ରାମର ପ୍ରଶାନ୍ତ କହଁର ସବୁବେଳେ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ। ୬ଟି ପୁତ୍ର ସନ୍ତାନଙ୍କୁ ଧରି ଅହଲ୍ୟା ବହୁ କଷ୍ଟରେ ଜୀବନ ବିତାଉଥିଲେ। ପ୍ରଶାନ୍ତ ପରକୀୟା ପ୍ରୀତିରେ ମଧ୍ୟ ଜଡ଼ିତ ଥିବା ଅଭିଯୋଗ ହେଉଥିଲା।
ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟରେ ବଚସା ହେଉଥିଲା। ରବିବାର ପୁଣି ଝଗଡ଼ା ହେବାରୁ ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଏକ ଟାଙ୍ଗିଆ ଧରି ସ୍ତ୍ରୀ ଅହଲ୍ୟାଙ୍କୁ ହାଣିବା ପାଇଁ ଗୋଡାଇ ଥିଲେ।
ତେବେ ଅହଲ୍ୟା ଟାଙ୍ଗିଆ ଛଡ଼ାଇ ପ୍ରଶାନ୍ତଙ୍କୁ ଚୋଟ ପକାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଗାଡ଼ିରେ ନେଇ ଖଜୁରୀପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପ୍ରଶାନ୍ତର ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ପୁଲିସ । ଏ ନେଇ କେଶ ନଂ ୧୩୮/୨୫ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଛି ପୁଲିସ। ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନବିନ କରିଛନ୍ତି। କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ବିଷୟ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031