Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମୀଣ ଉତକର୍ଷ ଯୋଜନା ସମ୍ବନ୍ଧରେ ଏକ ମନ୍ଥନ ଶିବିର ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମୀଣ ଉତକର୍ଷ ଯୋଜନା ସମ୍ବନ୍ଧରେ ଏକ ମନ୍ଥନ ଶିବିର ଅନୁଷ୍ଠିତ

December 21
19:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୧୨ : ସନ୍ଧ୍ୟା ୫ ଘଣ୍ଟିିକା ସମୟରେ ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ ପଣ୍ଡା, ବୌଦ୍ଧଙ୍କ ଅଧ୍ୟକ୍ଷତାରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମୀଣ ଉତକର୍ଷ (DA-JGUA) ଯୋଜନା ସମ୍ବନ୍ଧରେ ଏକ ମନ୍ଥନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ,ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ବେହେରା ସହିତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ମନ୍ଥନ ଶିବିରରେ UNDP ରୁ ଆସିଥିବା ଅଧିକାରୀ ଶ୍ରୀଯୁକ୍ତ ସତ୍ୟଜିତ ମହାପାତ୍ର ଓ ଶ୍ରୀଯୁକ୍ତ ତାପସ କୁମାର ପାତ୍ର ଅଧ୍ୟକ୍ଷତାରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମୀଣ ଉତକର୍ଷ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୌଦ୍ଧ ଜିଲ୍ଲାର ତିନିଗୋଟି ବ୍ଲକରେ ସମୁଦାୟ ହ୭ଟି ଆଦିବାସୀ ବହୁଳ ଗ୍ରାମକୁ ସେଥି ମଧ୍ୟରୁ ବୌଦ୍ଧ ବ୍ଲକର ଟିକରପଡ଼ା, ହରଭଙ୍ଗା ବ୍ଲକର ଟିକରପଡ଼ା , ହରଭଙ୍ଗା ବ୍ଲକର ଲାଣ୍ଡିବନ୍ଧ, ମାଧପୁର, କଣ୍ଟାମାଳ ବ୍ଲକର ନୂଆପାଲି, ସିଲେଇମାଲ, ଦେଢେନମାଲ, ଗୋଚ୍ଛାଗୋରା ଗ୍ରାମ (DA-JGUA) ଯୋଜନାରେ ଅନ୍ତଭୁକ୍ତ ହୋଇଅଛି । ଆର୍ଥିକ ବର୍ଷ ୨୦୨୪-୨୫ରୁ ୨୦୨୮-୨୯ ଏହି ଗ୍ରାମ ଗୁଡିକର ୧୩ ବିଭାଗ ତରଫରୁ ବିିଭିନ୍ନ ଯୋଜନା ଅନ୍ତଭୁକ୍ତ କରାଯିବ ଏବଂ ଏହି ସମୟ ସୀମା ମଧ୍ୟରେ ଉକ୍ତ କାମ ଗୁଡ଼ିକ ସମ୍ପୁର୍ଣ୍ଣ କରାଯିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି । ସର୍ବଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031