Indus Valley Times

ମୌଳିକ ସୁବିଧାରୁ ବଞ୍ଚିତ ଡୁଗୁଡ଼ିପାରି ଗ୍ରାମବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

 Breaking News

ମୌଳିକ ସୁବିଧାରୁ ବଞ୍ଚିତ ଡୁଗୁଡ଼ିପାରି ଗ୍ରାମବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

October 06
10:08 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୫୦୦ ଉର୍ଦ୍ଧ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଠାକାର ଗ୍ରାମବାସୀ । ସୂଚନା ଅନୁସାରେ ଏହି ୪ ଗୋଟି ୱାର୍ଡ ମଧ୍ୟରେ ରେଙ୍ଗାସାହି,ଡ଼ମାଗୁଡ଼ା,ଦୁବେସାହି,ମାଦିସାହି,ରଡ ସାହି, ମାହାନାଜୁ ,ପାଙ୍ଗାନାଯୁ,ପଣସ ସାହି,ସୁଣ୍ଡି ସାହି ରହିଛି କ୍ଷ ଏହି ୯ ଗୋଟି ସାହିରେ ଗତ ପାଖାପାଖି ୧୨ ଦିନ ହେବ ବିଦ୍ୟୁତ୍ ସେବା ବନ୍ଦ ରହିଛି । କାରଣ ଟ୍ରାନ୍ସଫର୍ମର ପୋଡି ଯାଇଛି । ଟାଟା କମ୍ପାନୀ ଯେଉଁ ଦିନ ଠାରୁ ଏହି ବିଦ୍ୟୁତ୍ ବିତରଣ ନିମନ୍ତେ ଦାୟୀତ୍ବ ନେଇଛି ସେ ଦିନ ଠାରୁ କୌଣସି ନା କୌଣସି ଅସୁବିଧା ଲାଗି ରହିଥାଉଛି । ଗତ ୩ ଦିନ ପୂର୍ବେ କତିଙ୍ଗିଆ ଅଞ୍ଚଳବାସୀ ସ୍ଥାନୀୟ ବିଦ୍ୟୁତ୍ କାର‌୍ୟ୍ୟାଳୟ ଘେରାଉ କରିଥିଲେ ।ପୁଣି କଳିଙ୍ଗା ପଞ୍ଚାୟତ ବାସି ଶତାଧିକ ମହିଳା ପୁରୁଷ ବିଦ୍ୟୁତ୍ କାର‌୍ୟ୍ୟାଳୟ ଘେରାଉ କରିବା ପାଇ ୩ ଟି ଟ୍ରାକ୍ଟରରେ ବାହାରିଥିଲେ । ବାରମ୍ବାର ଅନଲାଇନ୍ ଦ୍ବାରା ଅଭିଯୋଗ ଦିଆଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଦୀର୍ଘ ୧୨ ଦିନ ହେବ ହୋଇପାରି ନାହି ।ତେଣୁ ଶତାଧିକ ମହିଳା ପୁରୁଷ କାର‌୍ୟ୍ୟାଳୟ ଘେରାଉ ପାଇ ବାହାରିଥିଲେ ।ସେପଟେ ଅନ୍ୟ ଏକ ଅଭିଯୋଗ ଯେ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ୩ଗୋଟି ରାସ୍ତା ଶୋଚନୀୟ ହୋଇ ପଡ଼ିଛି ।ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେଉଁଠି କଂକ୍ରିଟ ରାସ୍ତା ତଳେ ମାଟି ଖାଇ ଗଲାଣି, ଯଦି ଗାଡି ଗୁଡ଼ିକ ଯିବା ଆସିବା କରିବ ତେବେ ତାହା ଭାଙ୍ଗି ଯିବ ଓ ଯାତାୟାତ ବାଧାପ୍ରାପ୍ତ ହେବ । ଭାରି ଯାନ ଯିବା ମନା,ଆମ୍ବୁଲାନ୍ସ ପାଇ ବହୁତ୍ କାଳ,ରୋଗୀ କିମ୍ବା ଗର୍ଭବତୀ ମାନଙ୍କ ପାଇଁ ସେବାରେ ବାଧା ସୃଷ୍ଟି ହେଉଛି । ତେବେ ଏହି ଅଞ୍ଚଳର ଜନସାଧାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ବାହାରିଥିଲେ ।କାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳିଙ୍ଗା ପଞ୍ଚାୟତ ଅନ୍ୟ ଏକ କାର‌୍ୟ୍ୟକ୍ରମରେ ଆସିଥିଲେ ।ସେହି ସୁଯୋଗରେ ଉକ୍ତ ଅଞ୍ଚଳର ଶତାଧିକ ମହିଳା ପୂରୁଷ ସ୍ଥାନୀୟ ପଞ୍ଚାୟତ ପହଞ୍ଚି ନିଜର ଦାବି ପ୍ରଦାନ କରିଥିଲେ । ସେପଟେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପାତ୍ର ପ୍ରଦାନ ପରେ ସ୍ଥାନୀୟ ବିଦ୍ୟୁତ୍ କାର‌୍ୟ୍ୟାଳୟ ଏସ ଡିଓଙ୍କୁ ଯୋଗାଯୋଗ କରିଥିଲେ ଓ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ବିଡ଼ିଓଙ୍କ ବିଦ୍ୟୁତ୍ ଓ ରାସ୍ତା ଖୁବ୍ ଶୀଘ୍ର ସରକାରଙ୍କ କୌଣସି ଯୋଜନାରେ କାର‌୍ୟ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ କରିଥିବା ଅଞ୍ଚଳବାସୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ପ୍ରକାରେ ରାଜି ହୋଇଥିଲେ ।କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ଅନୁସାରେ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ପୁଣି ଓଲ୍ହାଇବେ ବୋଲି ପ୍ରକାଶ କରିଛନ୍ତି ।
ବିକାଶ ଠାରୁ ବହୁ ଦୂରରେ ଅବହେଳିତ ଗାଁ ଲାଣ୍ଡାପାଜୁ: ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ଗ୍ରାମବାସୀ
ବାଲିଗୁଡା,୬/୧୦: କନ୍ଧମାଳ ଜିଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର‌୍ୟ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି। ବିକାଶ କଥା ବହୁ ଦୂରରେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ବେହେରାଗାଁ ପଞ୍ଚାୟତ ଲାଣ୍ଡାପାଜୁ ଗାଁରେ। ଏହି ଲାଣ୍ଡାପାଜୁ ଗ୍ରାମରେ ଦୁଇଟି ସାହି ଅଛି । ଗାଁରେ ପ୍ରାୟ ୬୦ ଘରର ଲୋକ ସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ ହେବ । ବ୍ଲକ ମୁଖ୍ୟାଳୟ ଠାରୁ ୨/୩ କି.ମି. ଦୂରରେ ବେହେରା ଗାଁ ପଞ୍ଚାୟତ କାର‌୍ୟ୍ୟାଳୟ ରହିଥିଲେ ମଧ୍ୟ ୧୬ କି.ମି. ଦୂରରେ ଲାଣ୍ଡାପାଜୁ ଗ୍ରାମ । ଏ ପର‌୍ୟ୍ୟନ୍ତ ଗାଁକୁ ରାସ୍ତାଟିଏ ନାହିଁ । ପାହାଡ ଏବଂ ନଦୀ ଅତିକ୍ରମ କରି ଗାଁକୁ ଯିବାକୁ ପଡେ। କିଛି ଦିନ ହେବ ଗ୍ରାମକୁ ଯିବା ଲାଗି ପାହାଡ କାଟି ରାସ୍ତା ହେଉଥିଲା।ମାତ୍ର ଲଗାଣ ବର୍ଷା ଯୋଗୁଁ ପାହାଡ କଟା ଯାଇଥିବା ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ଏହାଛଡା ଗାଁକୁ ୭ ରୁ ୮ କି.ମି. ଲମ୍ବି ରହିଥିବା ଚଲା ରାସ୍ତାରେ ମଧ୍ୟ ଅନେକ ସ୍ଥାନରେ ବଡ ବଡ ଗାତ ହୋଇଛି। ଯାହାକୁ ପାର ହୋଇ ଯିବା ସମ୍ଭବ ନୁହେଁ । ଅଧିକ ବର୍ଷା ହେଲେ ପାହାଡ଼ି ନଦୀର ସ୍ରୋତ ପ୍ରଖର ହୁଏ । ନଦୀ ପାର ହେବା ସମ୍ଭବ ହୁଏ ନାହିଁ । ପାଣି କମିବା ଯାଏ ଏହି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଖାଦ୍ୟ ସାମଗ୍ରୀ ମିଳେ ନାହିଁ । ପିଲାମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ। ରାଶନ ସାମଗ୍ରୀ ଆଣିବାକୁ ହେଲେ ଗାଁରୁ ୧୮ କି.ମି. ଦୂର ଟିକାବାଲି ସହର ଉପରେ ନିର୍ଭର କରିବାକୁ ପଡେ । ପ୍ରବଳ ବର୍ଷା ହେଲେ ଯିବା ସମ୍ଭବ ହୁଏନାହିଁ । ଏହି ସମୟରେ କାହାର ଦେହ ଖରାପ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଗର୍ଭବତୀମାନେ ମେଡିକାଲ ଯାଇପାରନ୍ତି ନାହିଁ କ୍ଷ ଏହି ଗ୍ରାମରେ ପ୍ରସବ ବେଳେ ଅନେକ ସମୟରେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏା କାରଣ ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ କ୍ଷ ଅନେକ ସମୟରେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏା କାରଣ ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ । ଭତ୍ତା ଟଙ୍କା ପାଇଁ ହିତାଧିକାରୀଙ୍କୁ ୧୪ କିମି ଦୂର ଟିକବାଲି ଯିବାକୁ ପଡୁଛିା ଗାଁ ରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ର ନାହିଁ । ନିକଟସ୍ଥ ସ୍କୁଲ କହିଲେ ୧୨ କି.ମି ଦୂରରେ ଥିବା ବେହେରା ଗାଁ ପ୍ରାଥମିକ ବିଦ୍ୟାଳୟ ଏବଂ ୧୮ କି.ମି. ଦୂରରେ ଥିବା ଟିକାବାଲି ହାଇସ୍କୁଲ ଏବଂ କଲେଜ ରହିଛି। ପାହାଡିଆ ଖାଲଖମା ଜଙ୍ଗଲି ରାସ୍ତା ଦେଇ ଚାଲିଚାଲି ଯାଇ ଫେରିବା ଅସମ୍ଭବ। ପାଠ ପଢା ପାଇଁ ଗାଁରୁ ବହୁ ଦୂର ଦୂରାନ୍ତରେ ଥିବା ସେବାଶ୍ରମ ସ୍କୁଲ ଭରସା। ଅଳ୍ପ କେତେଜଣ ଛାତ୍ରୀଛାତ୍ର ଆଶ୍ରମରେ ରହି ପଢ଼ା ସାରିବା ପରେ ଗାଁରେ ରହିବାକୁ ବାଧ୍ୟ ହୁଅନ୍ତି। ଆଉ କେତେଜଣ ୧୮ କି.ମି. ଦୂରରେ ଥିବା ଟିକାବାଲି ସ୍କୁଲ, କଲେଜ ଯାଇ ଫେରୁଛନ୍ତି। ଲୋକେ ମହୁଲ, ଗରା ସଂଗ୍ରହ ସହ ଧାନ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟ କୌଣସି ରୋଜଗାର ପନ୍ଥା ନାହିଁ । ଗାଁ ରୁ ୨ କି.ମି. ଦୂର ବିଲ ମଝିର ଚୁଆ ପାଣି ସଂଗ୍ରହ କରି ତାହାକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଖରାଦିନେ ୫ କି.ମି. ଦୂର ନଦୀରୁ ପାଣି ପଡ଼େ ବୋଲି ଗ୍ରାମର ରମା କହଁର, ସୁଶାନ୍ତ ମଲ୍ଲିକ, ଦିଗମ୍ବର କହଁର, ତପସ୍ୟା କହଁର ପ୍ରମୁଖ ପ୍ରକାଶ କରିଛନ୍ତି କ୍ଷ ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031