Indus Valley Times

ମୟୂରଭଞ୍ଜ ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ : ମୁଖ୍ୟମନ୍ତ୍ରୀ

 Breaking News

ମୟୂରଭଞ୍ଜ ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ : ମୁଖ୍ୟମନ୍ତ୍ରୀ

May 13
17:23 2025

ମୟୂରଭଞ୍ଜ,୧୩/୫: ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ଅନେକ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ । ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ । ଏହି ଶିଳ୍ପାୟନ ଜିଲ୍ଲାର ବିକାଶକୁ ଦ୍ୱିଗୁଣିତ କରିବା ସହିତ ଜିଲ୍ଲାବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ତାଙ୍କର ମୟୁରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ବିଶୋଇ ମିନିଷ୍ଟାଡିଅମଠାରେ ଆୟୋଜିତ ଏକ କାର୍ଯ୍ୟମମରେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନ ହେବା ସହିତ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ +୨ ମହାବିଦ୍ୟାଳୟ ସ୍ଥାପନ କରିବା, ବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଏହି ସମସ୍ତ ପ୍ରକଳ୍ପ ଗୁଡ଼ିକ ରାଇରଙ୍ଗପୁର, କୁସୁମି, ବିଜାତଳା, ବହଳଦା, ଜାମ୍‌ଦା, ତିରିଂ ଅଞ୍ଚଳରେ ବିକାଶର ଏକ ନୂଆଧାରା ସୃଷ୍ଟି କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୂଳଦୁଆ ପକାଇବ ।
ଏହି ସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ, ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ, ବ୍ୟାଙ୍କ ସୁବିଧା, ସ୍ୱାସ୍ଥ୍ୟକେନ୍ଦ୍ର, ସଡକ ନିର୍ମାଣ ପ୍ରକଳ୍ପ, ଆଦିବାସୀ ସଂସ୍କୃତି ଭବନ ଏବଂ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ।
ସେ ପୁଣି କହିଛନ୍ତି ଯେ କେନ୍ଦ୍ରସରକାରଙ୍କ ସହଯୋଗରେ ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବା ପାଇଁ ଯାଉଛି। ଆମ ସରକାର ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉତ୍କର୍ଷ ଓଡ଼ିଶାର ଅପାର ସଫଳତା ଆମ ପାଇଁ ଏହି ନୂଆ ସୁଯୋଗ ଆଣିଛି ।
ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନର ସମ୍ଭାବନା ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଆଗାମୀ ଦିନରେ ଅନେକ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ । ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ। ଏହି ଶିଳ୍ପାୟନ ଜିଲ୍ଲାର ବିକାଶକୁ ଦ୍ୱିଗୁଣିତ କରିବା ସହିତ ଜିଲ୍ଲାବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୨୦୩୬ ସୁଦ୍ଧା ଏହି ସବୁ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ୩୬ଟି ସ୍ପଷ୍ଟ କାର‌୍ୟ୍ୟକ୍ରମ ପ୍ରସ୍ତୁତ କରିଛୁ। ଏହାକୁ କୁହାଯାଉଛି ‘୩୬ ପାଇଁ ୩୬’ ।
ଆପଣମାନଙ୍କ ସହଯୋଗରେ, ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଉଦ୍ୟମରେ ଆମେ ଗଢ଼ିବୁ ସମୃଦ୍ଧ ଓଡ଼ିଶା । ଏହା ହେବ ଆମ ସମସ୍ତଙ୍କର ସ୍ୱପ୍ନର ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତା’ସହିତ ସମାଜର ଶେଷଧାଡ଼ିରେ ରହୁଥିବା ଭାଇଭଉଣୀ ମାନଙ୍କୁ ଯେପରି ସବୁ ପ୍ରକାର ମୌଳିକ ସୁବିଧା ଉପଲବ୍‍ଧ ହେବ, ସେ ଦିଗରେ ମଧ୍ୟ ଆମର ଉଦ୍ୟମ ରହିଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ହିତାଧିକାରୀଙ୍କୁ ମୃତ୍ୟୁ ସହାୟତା ରାଶି, ଶ୍ରମିକମାନଙ୍କ କନ୍ୟାଙ୍କ ପାଇଁ ବିବାହ ପ୍ରୋତ୍ସାହନ ରାଶି ଓ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ସାଂସଦ ମମତା ମହାନ୍ତ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନବଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031