Indus Valley Times

ଯାଜପୁରରେ ଶିଳ୍ପ, ମହିଳା ସଶକ୍ତିକରଣ ଓ ଚାକିରି ସୃଷ୍ଟିରେ ଗୁରୁତ୍ୱ – ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ

 Breaking News

ଯାଜପୁରରେ ଶିଳ୍ପ, ମହିଳା ସଶକ୍ତିକରଣ ଓ ଚାକିରି ସୃଷ୍ଟିରେ ଗୁରୁତ୍ୱ – ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ

ଯାଜପୁରରେ ଶିଳ୍ପ, ମହିଳା ସଶକ୍ତିକରଣ ଓ ଚାକିରି ସୃଷ୍ଟିରେ ଗୁରୁତ୍ୱ – ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ
August 20
20:48 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୦/୮ : ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଯାଜପୁର ଜିଲ୍ଲାର ନୋଡାଲ ଅଧିକାରୀ ଶ୍ରୀ ବିଶାଲ କୁମାର ଦେବ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଦ୍ଵିତୀୟ ଦିବସର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।
ଏହାପରେ ଶ୍ରୀ ଦେବ କାରିଗର ଗ୍ରାମ ଗୋପାଳପୁର ପରିଦର୍ଶନ କରିଥିଲେ। ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ମା ତାରିଣୀ ବୁଣାକାର ସମବାୟ ସମିତି ପରିଦର୍ଶନ କରି ଟସର କାମ ଦେଖିଥିଲେ।
ସେଠାରେ ଏକ ହ୍ୟାଣ୍ଡଲୁମ୍ ପାର୍କ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ।
ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଦେବ କହିଲେ ଯାଜପୁର ଜିଲ୍ଲା ସମଗ୍ର ଓଡ଼ିଶାରେ ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା।
ରାଜ୍ୟ ସରକାର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ମହିଳା ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରୁଥିବା ଶାସନ ସଚିବ ପ୍ରକାଶ କରିଥିଲେ।
ଗତକାଲି ଓ ଆଜି ଯାଜପୁର ଜିଲ୍ଲାର ଦାନଗଦି, ସୁକିନ୍ଦା, ରସୁଲପୁର, କୋରେଇ ଏବଂ ଦଶରଥପୁର ବ୍ଲକ ପରିଦର୍ଶନ କରି ବିଭିନ୍ନ ଜନ କଲ୍ୟାଣ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଯାଜପୁର ଜିଲ୍ଲାର କଳିଙ୍ଗନଗର ଶୀଘ୍ର ଭାରତର ସବୁଠାରୁ ବଡ଼ ଇସ୍ପାତ ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି।
ଏହା ସହିତ ଜିଲ୍ଲାରେ ତୀବ୍ର ଶିଳ୍ପୀକରଣ ଚାଲିଛି। ଏହି ଜିଲ୍ଲାରେ ଶିଳ୍ପୀକରଣ ଦ୍ରୁତ ଗତିରେ ହେଉଅଛି।
ସରକାରଙ୍କ ମୁଖ୍ୟ ପ୍ରାଥମିକତା ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ କୃଷକ କଳ୍ୟାଣ ବୋଲି ସେ କହିଛନ୍ତି।
ମହିଳାଙ୍କ ପାଇଁ ପୁଞ୍ଜି ସହାୟତା କାର୍ଯ୍ୟକ୍ରମ ଫଳରେ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ମହିଳାମାନେ ସ୍ୱୟଂରୋଜଗାର ଆରମ୍ଭ କରିପାରୁଛନ୍ତି।
କୃଷକମାନେ ଗଝଚ ବ୍ୟତୀତ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ପାଇଛନ୍ତି। ଝଉ/ଝଞ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଛାତ୍ରବୃତ୍ତି ବ୍ୟବସ୍ଥା କରାଯାଇଛି।
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ରୂପାୟନରେ ରେଳପଥ ଉନ୍ନୟନ, ୪,୨୦୦ କୋଟି ଟଙ୍କାର ସେମିକଣ୍ଡକ୍ଟର ପ୍ରକଳ୍ପ ହେବାକୁ ଯାଉଛି। ଯାଜପୁରରେ ଏକ ନୂତନ ଶିଳ୍ପ–ସର୍ଭିସ୍ ହବ୍ ଗଠନର ପ୍ରସ୍ତାବ ମଧ୍ୟ ଉଠିଛି।
ଚାକିରି ସୃଷ୍ଟି ଏବେ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା। ବିଶେଷତଃ ଟେକ୍ସଟାଇଲ ଶିଳ୍ପ ପାଇଁ ସରକାର ମହିଳା କର୍ମଚାରୀଙ୍କୁ ପ୍ରତିମାସ ୬,୦୦୦ ଟଙ୍କା ଓ ପୁରୁଷଙ୍କୁ ୫,୦୦୦ ଟଙ୍କା ପ୍ରୋତ୍ସାହନ ଦେଉଛନ୍ତି।
ଟେକ୍ନିକାଲ୍ ଟେକ୍ସଟାଇଲ ପାର୍କ ସହିତ କେତେକ ଶିଳ୍ପ ପାର୍କ ଉପକ୍ରମରେ ଅଧିକାଂଶ ଚାକିରି ସୃଷ୍ଟି ହେବ।
ଦକ୍ଷତା ବିକାଶ କେନ୍ଦ୍ର, ଯେପରିକି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହ ଥିବା ମଲ୍ଟି-ସ୍କିଲ୍ କେନ୍ଦ୍ର, ସ୍ଥାନୀୟ ଯୁବମାନଙ୍କୁ ହେଲଥ୍ କେୟାର ହସ୍ପିଟାଲିଟି ଭଳି କ୍ଷେତ୍ରରେ ଚାକିରିପାଇଁ ପ୍ରସ୍ତୁତ କରୁଛି। ଅନେକ ଯୁବକ–ଯୁବତୀ କେବଳ ଓଡ଼ିଶାରେ ନୁହେଁ ବରଂ ଦେଶ ବିଦେଶରେ ମଧ୍ୟ କାମ ପାଇବାରେ ସକ୍ଷମ ହୋଇଛନ୍ତି।
ସରକାରୀ ପ୍ରାଥମିକତା, ଶିଳ୍ପୀକରଣ ଓ କୃଷକ-କଲ୍ୟାଣମୁଖୀ ପଦକ୍ଷେପ ସହିତ ଯାଜପୁର ଏକ ଆଦର୍ଶ ଜିଲ୍ଲାରେ ପରିଣତ କରିବାକୁ ସରକାର ବ୍ୟବସ୍ଥିତ ଯୋଜନାରେ ଅଗ୍ରସର ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ।
ଜିଲ୍ଲାବାସୀ ଯେପରି ଭଲ ଭାବେ ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସେବା ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ।
ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ସୁପରିଚାଳନା ଉପରେ ଧ୍ୟାନ ଦେବାକୁ ସଚିବ ପରାମର୍ଶ ଦେଇଥିଲେ। ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ମହାରାଜା ଯଯାତି କେଶରୀ ମେଡିକାଲ କଲେଜରେ ଓ.ପି.ଡି ଖୋଲି ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ମେଡିକାଲ କଲେଜ୍ ରେ ଯେପରି ବିଦ୍ୟୁତ୍ ଯୋଗାଣରେ ବ୍ୟାଘାତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଟି.ପି.ଏନ୍.ଓ.ଡି.ଏଲ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସକାଳେ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ଖଣ୍ଡରା ଅଙ୍ଗନୱାଡି କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା, ମେଡିକାଲରେ ଠିକ୍ ସମୟରେ ଖାଦ୍ୟ ମିଳୁଛି କି ନାହିଁ ପଚାରି ବୁଝିଥିଲେ।
ଏହା ପରେ ଆଇ.ସି.ୟୁ, ଏସ.ଏମ.ସି.ୟୁ ଏବଂ ଅନ୍ୟାନ୍ୟ ୱାର୍ଡ ପରିଦର୍ଶନ କରିଥିଲେ। ନିରାମୟ କେନ୍ଦ୍ର, ପରିଦର୍ଶନ କରିଥିଲେ। ନରସିଂହ ଚୌଧୁରୀ କଲେଜ ପରିଦର୍ଶନ କରି ମହାବିଦ୍ୟାଳୟ ରେ ଦିଆଯାଉଥିବା ଶିକ୍ଷା ବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟି କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର୍ କୁମାର କର ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ବିଭିନ୍ନ ସେବା ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।
ଏହି ପରିଦର୍ଶନ ଓ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁ, ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ମେଡିକାଲ କଲେଜ୍ ର ଡିନ ତଥା ଅଧ୍ୟକ୍ଷ ସୀତାରାମ ମହାପାତ୍ର, ସୁପରିଣ୍ଟେଡେଣ୍ଟ ଡ଼ା. ମନୋରମା ସ୍ବାଇଁ, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031