Indus Valley Times

ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା! କୋଚିଂ ସେଣ୍ଟରକୁ ଯାଇ ନିଖୋଜ ଥିଲେ

 Breaking News

ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା! କୋଚିଂ ସେଣ୍ଟରକୁ ଯାଇ ନିଖୋଜ ଥିଲେ

ଯୁକ୍ତ ୨ ଛାତ୍ରୀଙ୍କୁ ହତ୍ୟା! କୋଚିଂ ସେଣ୍ଟରକୁ ଯାଇ ନିଖୋଜ ଥିଲେ
March 01
17:47 2024

ଢେଙ୍କାନାଳ, ୧/୩ : କଲେଜ ଛାତ୍ରୀଙ୍କୁ ନିର୍ମମ ହତ୍ୟା। ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ମଙ୍ଗଳପୁର ମଜୁରୀଛକ ନିକଟସ୍ଥ ବୁଦା ଭିତରୁ ଆଜି ଜଣେ ଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ମୃତ ଛାତ୍ରୀ ଜଣକ ହେଉଛନ୍ତି ମଙ୍ଗଳପୁର ମଜୁରୀ ଛକ ଅଞ୍ଚଳର ଜସ୍ମିନ ସାହୁ। ଜସ୍ମିନ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରୀ ଥିଲେ । ଜସ୍ମିନ ଗତକାଲି ଦିନ ୨ଟା ସମୟରେ ସହରର କୁଞ୍ଜକାନ୍ତ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରକୁ ଯାଇଥିଲେ।
ସେଠାରୁ ଫେରିବା ସମୟରେ ଅଧା ବାଟରୁ କୁଆଡେ ନିଖୋଜ ହୋଇ ଯାଇଥିଲେ। ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି।
ଆଜି ଦିନ ୧ଟା ସମୟରେ ଜସ୍ମିନଙ୍କ ଘର ପାଖ ଏକ ବୁଦାମୂଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳରେ ସଦର ଏସଡିପିଓ ଓ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031