Indus Valley Times

କୋରାପୁଟରେ ଭୂମିକମ୍ପ ଅନୁଭୂତ, ୪ଟି ସ୍ଥାନରେ ମୃଦୁ କମ୍ପନ

 Breaking News

କୋରାପୁଟରେ ଭୂମିକମ୍ପ ଅନୁଭୂତ, ୪ଟି ସ୍ଥାନରେ ମୃଦୁ କମ୍ପନ

କୋରାପୁଟରେ ଭୂମିକମ୍ପ ଅନୁଭୂତ, ୪ଟି ସ୍ଥାନରେ ମୃଦୁ କମ୍ପନ
March 03
10:28 2023

କୋରାପୁଟ,୩/୩: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ପ୍ରାୟ ୩ ସେକେଣ୍ଡ ପାଇଁ ଝରକା, କବାଟ ଦୋହଲିଥିବା ଜଣାଯାଇଛି। ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଭୂମିକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

 

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930