Indus Valley Times

ରସିକିଆ ଡାକ୍ତର ବାବୁଙ୍କର ୧୭ ସ୍ତ୍ରୀ! ସ୍ଥାନକୁ ସ୍ଥାନକୁ ବୁଲି କରୁଥିଲେ ରାସଲୀଳା

 Breaking News

ରସିକିଆ ଡାକ୍ତର ବାବୁଙ୍କର ୧୭ ସ୍ତ୍ରୀ! ସ୍ଥାନକୁ ସ୍ଥାନକୁ ବୁଲି କରୁଥିଲେ ରାସଲୀଳା

February 16
20:17 2022

ଭୁବନେଶ୍ୱର,୧୬/୨:  ମାତ୍ର ୫ଟା କି ୬ଟା ନୁହେଁ, ଏକା ସାଙ୍ଗରେ ୧୭ଟା ସ୍ତ୍ରୀ ରଖି ବିଳାସ କରୁଥିଲେ ଭୁବନେଶ୍ୱର ପୁଲିସ୍ ମଙ୍ଗଳବାର ଦିନ ଦ୍ୱାରା ଗିରଫ ହୋଇଥିବା ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ।
ଏହା ଛଡା ଖାଲି ଠକାମୀ ବାହାଘର କାମରେ ନୁହେଁ, ପେଶାରେ ବି ବାବୁ ବଡ଼ ଅଫିସରର ପରିଚୟ ଦେଉଥିଲେ । ୧୭ଜଣ ସ୍ତ୍ରୀଙ୍କ ପାଖରେ ଅଲଗା ଅଲଗା ପରିଚୟ ଦେଇଥିଲେ ।
କାହା ପାଖରେ ନକଲି ଡ଼ାକ୍ତରର ପରିଚୟ ଦେଉଥିଲେ ତ କାହା ପାଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇଥିଲେ ।  ଆଉ କାହାକୁ ସନ୍ଦେହ ନହବା ପାଇଁ ମିଛ ଜାଲ ପରିଚୟ ପତ୍ର,ଭିଜିଡିଙ୍ଗ କାର୍ଡ,କେନ୍ଦ୍ର ସରକାରଙ୍କ ଲୋକ ଓ ସ୍ୱାସ୍ଥ୍ୟ ମନ୍ତ୍ରଳାୟର ଷ୍ଟାମ୍ପ ଥିବା ଚିଠି ଏବଂ ଅନ୍ୟାନ୍ୟ କାଗଜ ପତ୍ର ମଧ୍ୟ ଦେଖାଇ ବିଶ୍ୱାସ ଜନ୍ମାଉଥିଲେ । ଏବଂ ବିବାହ ମଧ୍ୟ କରୁଥିଲେ । ପରେ ସେମାନଙ୍କ ଠାରୁ କାଇଦା କରି ଲକ୍ଷା ଧିକ ଟଙ୍କା ଲୁଟୁଥିଲେ ।
ବାବୁଙ୍କୁ ପୁଣି ଛୋଟ ଛୋଟ ମଛଲି ପସନ୍ଦ ଆସୁନଥିଲେ । ପୁରା ବଡବଡ ମଛଲିଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ । ଆଉ ସେମାନଙ୍କ ସହ ଅୟସ ମଧ୍ୟ କରୁଥିଲେ । ଆସାମ ଗୌହାଟିରେ ଜଣେ ଡାକ୍ତର, ଓଡିଶାର ଜଣେ ଉଚ୍ଚଶିକ୍ଷିତା, ଛତିଶଗଡ଼ର ଚାଟାର୍ଡ ଆକାଉଣ୍ଟାଟ୍‌କୁ ବିବାହ କରିଥିଲେ। ବାବୁଙ୍କ  ଠକାମୀର ଏକ ଲମ୍ବା ଲମ୍ବା ତାଲିକା ରହିଛି ।
ରମେଶର ଘର କେନ୍ଦ୍ରାପଡା ଜିଲ୍ଳା ପାଟକୁରା ଥାନା ଅନ୍ତର୍ଗତ ସିଙ୍ଗାଳ ଗ୍ରାମରେ । ସେଠାରେ ତାଙ୍କର ପ୍ରଥମ ପତ୍ନୀ ରହୁଛନ୍ତି । ପ୍ରଥମ ପତ୍ନୀକୁ ଗାଁ ଛାଡି ବାବୁ ଅନ୍ୟ ସ୍ତ୍ରୀମାନଙ୍କ ସହ ବିଳାଶ କରିବା ପାଇଁ ରୂପ ବଦଳାଉଥିଲେ ।
ରମେଶର ୧୪ଜଣ ପତ୍ନୀ ଥିଲେ ବୋଲି ଜଣାପଡିବା ପରେ ଗତ ୧୪ ତାରିଖଦିନ ପୁଲିସ୍ ତାକୁ ଗିରଫ କରିଥିଲା । କିନ୍ତୁ ଧିରେ ଧିରେ ରମେଶ ବିଷୟରେ ପୁଲିସ୍‌କୁ ଅଧିକ ତଥ୍ୟ ମିଳିଛି । ଏଯାଏଁ ତାର ୧୭ଜଣ ସ୍ତ୍ରୀ ଥିବା ଜଣାପଡିଛି । ଏ ସଂଖ୍ୟା ବଢ଼ିପାରେ ବୋଲି  ଭୁବନେଶ୍ୱର ଡେପୁଟୀ କମିଶନର ଅଫ୍ ପୁଲିସ୍ (ଡିସିପି) ଉମାଶଙ୍କର ଦାସ ବୁଧବାର ଦିନ କହିଛନ୍ତି ।
ଡିସିପି ଶ୍ରୀ ଦାସ କହିଛନ୍ତି ଯେ, ସମସ୍ତଙ୍କ ସହ ଯୋଗାଯୋଗ କରି ତଦନ୍ତ କରିବୁ । ଲୋକଙ୍କୁ ଠକିବା ଓ ମହିଳାଙ୍କ ଇଜ୍ଜତ ସହ ଖେଳିବା ଭଳି ଦଫା ଲଗାଇ କରାଯିବ ତଦନ୍ତ। ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ଟିମ୍ରେ ମହିଳା ଥାନା ଇନିସ୍ପେକ୍ଟର ସହ ୨ ଜଣ ସଵଇନିସ୍ପେକ୍ଟର, ଜଣେ ବେସକାରୀ ଅନୁଷ୍ଠାନର (ଏନ୍ଜିଓ) ପରାମର୍ଶଦାତା ବା କାଉନସେଲର  ନିଯୁକ୍ତ ହୋଇଛନ୍ତି।
ରମେଶଙ୍କ ଠକାମୀ  ଘଟଣା ସମ୍ପର୍କରେ ଜାଣିବା ପରେ ଅନେକ ମହିଳା ବିଚଳିତ ଅଛନ୍ତି। ସମସ୍ତଙ୍କୁ ଯୋଗାଯୋଗ କରି ତଦନ୍ତ କରାଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।
ଜଗତସିଂହପୁର ଜଣେ ବ୍ୟକ୍ତିଙ୍କ ଅନୁସାରେ ଗତ କିଛି ମାସ ଭିତରେ ଏମ୍ବିବିଏସ୍ କରିବେ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି। ପାତ୍ରପଡାରେ ୨୦୦୧ରେ ନକଲି ପରିଚୟ ଦେଇ ଭଡାରେ ରହୁଥିବା ନେଇ ମହିଳା ଥାନାରେ ମାମଲା ହୋଇଛି। ରମେଶଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଋମେଶ ନକଲି ପରିଚୟ ପତ୍ର ଦେଖାଇ ବିବାହ କରିବା ସହ  ଛାତ୍ରଛାତ୍ରୀଙ୍କ ଠାରୁ ମଧ୍ୟ ଟଙ୍କା ଲୁଟୁଥିଲା ।
ମେଡିକାଲ କଲେଜରେ ନାମ ଲେଖାଇ ଦେବା କହି ଦେଶର ବିଭିନ୍ନ ସ୍ଥାନରୁ  ଛାତ୍ରଛାତ୍ରୀଙ୍କଠୁ ଟଙ୍କା ଲୁଟୁଥିଲା । ଏବାବଦରେ ସେ ହାଇଦ୍ରାବାଦ୍ରୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଠକିଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଇଦ୍ରାବାଦ ଏସ୍ଟିଏଫ୍ ରମେଶକୁ ଗିରଫ କରିଥିଲା। ସେହିପରି ୨୦୦୬ରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ କରାଇ ଦେବା ନାଁରେ ଜାଲ୍ କାଗଜପତ୍ରରେ ସେ କେରଳର ୧୩ଟି ବ୍ୟାଙ୍କରୁ ୧ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା। ଏହି ମାମଲାରେ ମଧ୍ୟ କେରଳ ପୁଲିସ ରମେଶକୁ ବାନ୍ଧିଥିଲା। ସେହିଭଳି ଦିଲ୍ଲୀ ଶିକ୍ଷୟିତ୍ରୀଙ୍କ ଠାରୁ ୧୩ ଲକ୍ଷ ଟଙ୍କା, ୨୦୧୮ରେ ସେଣ୍ଟ୍ରାଲ ଆର୍ମଡ୍ ପୁଲିସର ଜଣେ ମହିଳା ଅଧିକାରୀଙ୍କୁ ବିବାହ କରିବା ପରେ ତାଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା, ଗୁରୁଦ୍ବାର ନାମରେ ମେଡିକାଲ କଲେଜ ଗଠନ ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ଗୁରୁଦ୍ବାର ଠାରୁ ୧୧ ଲକ୍ଷ ଟଙ୍କା ଠକି ନେଇଥିବା କମିସନରେଟ ପୁଲିସ ସୂଚନା ଦେଇଛି।
ନିଜକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଉପମହାନିର୍ଦ୍ଦେଶକ ପରିଚୟ ଦେଇ ଦେଶର ବିଭିନ୍ନ ସ୍ଥାନରେ ସେ ବୁଲୁଥିଲା। କାର୍ରେ ନାଲିବତି ଲଗାଇ ସେ ବୁଲୁଥିଲା। ଏମିତିକି ସାଙ୍ଗରେ ବ୍ୟକ୍ତିଗତ ସହାୟକ ଓ ପିଏସଓ ଧରି ବୁଲୁଥିଲା। ତା ଫାଶରେ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ, ଅଧ୍ୟାପିକା, ଡାକ୍ତରାଣୀ ଓ ମହିଳା ପୁଲିସ ଅଧିକାରୀ ପଡ଼ିଥିବା ଜଣାପଡ଼ିଛି।
ରମେଶର ପ୍ରଥମ ପତ୍ନୀର ୩ଜଣ ପିଲା ଅଛନ୍ତି । ୨ଜଣ ଝିଅ ଓ  ଗୋଟିଏ ପୁଅ । ୩ପିଲା ବିଦେଶରେ ଡାକ୍ତର  ଚାକିରି କରୁଛନ୍ତି  ବୋଲି ପୁଲିସ ଜାଣିବାକୁ ପାଇଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30