Indus Valley Times

ରାଜଧାନୀରେ ଭୁବନେଶ୍ୱର ଥମୁନି ବ୍ରାଉନସୁଗାର କାରବାର: ୨ ୭୩ ଗ୍ରାମ ଧଳାଜହର ଜବତ ସହ ୨ଜଣଙ୍କୁ ଗିରଫ କଲା ପୁଲିସ

 Breaking News

ରାଜଧାନୀରେ ଭୁବନେଶ୍ୱର ଥମୁନି ବ୍ରାଉନସୁଗାର କାରବାର: ୨ ୭୩ ଗ୍ରାମ ଧଳାଜହର ଜବତ ସହ ୨ଜଣଙ୍କୁ ଗିରଫ କଲା ପୁଲିସ

ରାଜଧାନୀରେ ଭୁବନେଶ୍ୱର ଥମୁନି ବ୍ରାଉନସୁଗାର କାରବାର: ୨ ୭୩ ଗ୍ରାମ ଧଳାଜହର ଜବତ ସହ ୨ଜଣଙ୍କୁ ଗିରଫ କଲା ପୁଲିସ
November 04
16:19 2021

ଭୁବନେଶ୍ବର ,୪।୧୧: ରାଜଧାନୀରେ ଥମୁନି ବ୍ରାଉନ୍ସୁଗାର କାରବାର । ଭୁବନେଶ୍ୱରରୁ ପୁଣି ଥରେ ବ୍ରାଉନ୍ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୭୩ ଗ୍ରାମ ହେବ ବୋଲି ଜଣାପଡିଛି । ଏହାସହିତ ଘଟଣାରେ ୨ଜଣଙ୍କୁ ଗିରଫ କରିଛି କ୍ୟୁଏଟି ଓ ମଞ୍ଚେଶ୍ୱର ପୋଲିସ ।
ଖବର ଅନୁଯାୟୀ, ଭୁବନେଶ୍ୱର ନିକଟସ୍ଥ ହାଇଟେକ୍ ଛକ ନିକଟରେ ବ୍ରାଉନ୍ସୁଗାର କାରବାର୍ ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ କମିଶନରେଟ୍ ପୋଲିସର କ୍ୟୁଏଟି ଓ ମଞ୍ଚେଶ୍ୱର ପୋଲିସ ମିଳିତ ଭାବେ ହାଇଟେକ୍ ଛକରେ ୨ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୨୭୩ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି ।
ସେହିପରି ଏବେ ଯାଏଁ ଅପରେଶନ ହ୍ୱାଇଟ୍ ସ୍ପାଇଡ଼ର ଜରିଆରେ ୨ କେଜି୨୫୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି । ଏହାସହିତ ୩୮ ଜଣଙ୍କୁ ଗିରଫ କରିଛି ପୋଲିସ । ଆଗକୁ ମଧ୍ୟ ଏହି ଅପରେସନ ଜାରି ରହିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031