Indus Valley Times

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ

 Breaking News

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ
August 04
19:43 2023

କୋରାପୁଟ,୪/୮: କୋରାପୁଟ ଜିଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଯୋଗୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବନ କରିଛନ୍ତି।
ଚନ୍ଦ୍ରଭାନୁ ମହାନ୍ତି ଗତ ମାସ ଜୁଲାଇ ୨୮ ତାରିଖରେ ଗିରଫ ହୋଇଥିବା ବେଳେ ଏହି ନିଲମ୍ବନ ଆଦେଶ ସେହିଦିନ ଠାରୁ କାର‌୍ୟ୍ୟକାରୀ ହେବ ବୋଲି ଡିଜିପି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।
ଏକ ମାମଲାରେ ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଚନ୍ଦ୍ରଭାନୁ ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ସହିତ ଦଶମନ୍ତପୁର ଥାନା ଏଏସଆଇ ଦୀପ୍ତି ହୀରା ମଧ୍ୟ ଗିରଫ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930