Indus Valley Times

ରାଜ୍ୟରେ ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ , କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି

 Breaking News

ରାଜ୍ୟରେ ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ , କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି

February 01
09:14 2022

ଭୁବନେଶ୍ୱର, ୧/୨: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ଅବଶିଷ୍ଟ ୧୨ ଜଣ ପୁରୁଷ ଅଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ପୁରୀ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ମୃତକ ଅଛନ୍ତି। ଏଣେ ଅନୁଗୁଳ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଥିବାର ସୂଚନା ମିଳିଛି।
କଟକ ଜିଲ୍ଲାର ମୃତକମାନେ ଯଥାକ୍ରମେ ୭୫, ୮୫, ୪୮ ଓ ୮୧ ବର୍ଷର ପୁରୁଷ। ପୁରୀର ଜଣେ ୫୫ ବର୍ଷିୟ ପୁରୁଷ ଓ ଜଣେ ୫୮ ବର୍ଷୀୟା ମହିଳା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଅନୁଗୁଳର ୭୩ ବର୍ଷିୟ ପୁରୁଷ, ଗଞ୍ଜାମର ତିନି ବର୍ଷର ପୁତ୍ର ସନ୍ତାନ, ବାଲେଶ୍ବରର ଜଣେ ୨୬ ବର୍ଷୀୟା ମହିଳା, ଭଦ୍ରକର ୬୭ ବର୍ଷୀୟା ମହିଳା, ଯାଜପୁରର ୧୮ ବର୍ଷିୟ ପୁରୁଷ, କେନ୍ଦ୍ରାପଡ଼ାର ୨୬ ବର୍ଷୀୟା ମହିଳା, ମାଲକାନଗିରିର ୩ ମାସର ଶିଶୁକନ୍ୟା, ଜଗତସିଂହପୁର ଜିଲ୍ଲାର ୭୮ ବର୍ଷିୟ ପୁରୁଷ ଓ ରାୟଗଡ଼ା ଜିଲ୍ଲାର ଜଣେ ୪୦ ବର୍ଷିୟ ପୁରୁଷଙ୍କ କୋଭିଡରେ ପ୍ରାଣହାନି ଘଟିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031