Indus Valley Times

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୫ଜଣ କରୋନା ସଂକ୍ରମିତ ଚିହ୍ନଟ , ୧୦୦ରୁ ଉର୍ଦ୍ଧ୍ୱଶିଶୁ

 Breaking News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୫ଜଣ କରୋନା ସଂକ୍ରମିତ ଚିହ୍ନଟ , ୧୦୦ରୁ ଉର୍ଦ୍ଧ୍ୱଶିଶୁ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୫ଜଣ କରୋନା ସଂକ୍ରମିତ ଚିହ୍ନଟ , ୧୦୦ରୁ ଉର୍ଦ୍ଧ୍ୱଶିଶୁ
September 10
10:39 2021

ଭୁବନେଶ୍ୱର,୧୦/୯: ରାଜ୍ୟରେ ଛୁଆଙ୍କ ସଂକ୍ରମଣ ନେଇ ଘାରୁଛି ଚିନ୍ତା। କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ମଧ୍ୟରେ ଏମଆଇ ସିଣ୍ଡ୍ରୋମ ବଢ଼ୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ପରେ ଅଭିଭାବକମାନେ ଛାନିଆ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ଦୈନିକ ୧୦୦ରୁ ଊର୍ଦ୍ଧ୍ୱ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୪୫ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪୩୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୧୦ । ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାବାଦ ଅନୁଗୁଳରୁ ୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨, ବରଗଡ଼ରୁ ୧୧, ଭଦ୍ରକରୁ ୯, କଟକରୁ ୧୨୦, ଦେବଗଡ଼ରୁ ୬, ଢେଙ୍କାନାଳରୁ ୯, ଗଂଜାମରୁ ୩, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୭, କନ୍ଧମାଳ-୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫ ଚିହ୍ନଟ ହୋଇଛନ୍ତି।
ସେହିପରି କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଂଜରୁ ୩୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୨, ପୁରୀରୁ ୧୭, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୨୪ ଓ ଷ୍ଟେଟ୍ପୁଲ୍ରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୮୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୯୯୮୫୯ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୭୦୮୭ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031