Indus Valley Times

ରାଜ୍ୟରେ ପୁଣି ୧୦ହଜାର ଟପିଲା ଦୈନିକ କରୋନା ସଂକ୍ରମଣ , ୧୭ ମୃତ

 Breaking News

ରାଜ୍ୟରେ ପୁଣି ୧୦ହଜାର ଟପିଲା ଦୈନିକ କରୋନା ସଂକ୍ରମଣ , ୧୭ ମୃତ

ରାଜ୍ୟରେ ପୁଣି ୧୦ହଜାର ଟପିଲା ଦୈନିକ କରୋନା ସଂକ୍ରମଣ , ୧୭ ମୃତ
May 06
10:13 2021

ଭୁବନେଶ୍ୱର, ୬/୫ : ଲକ୍ ଡାଉନ ସତ୍ତ୍ୱେ ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ଗତ କିଛି ଦିନ ଧରି ୧୦ ହଜାର ତଳେ ରହୁଥିବା ପଜିଟିଭ ସଂଖ୍ୟା ଗୁରୁବାର ପୁଣି ଥରେ ଲମ୍ବ ଡିଆଁ ମାରି ୧୦,୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୩୧୪ ଲେଖାଏଁ, ନୂଆପଡ଼ାରୁ ୩୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ମୟୂରଭଞ୍ଜରୁ ୨୮୮, ଷ୍ଟେଟ୍ ପୁଲ୍ରୁ ୨୮୨, ବୌଦ୍ଧରୁ ୨୫୦, ନୟାଗଡ଼ରୁ ୨୨୪, ଜଗତସିଂହପୁରରୁ ୨୧୭, ଗଞ୍ଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ଭଦ୍ରକରୁ ୧୫୮, ରାୟଗଡ଼ାରୁ ୧୪୦, କେନ୍ଦ୍ରାପଡ଼ାରୁ ୧୨୧, ଗଜପତିରୁ ୧୧୩, ସୁବର୍ଣ୍ଣପୁରରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ
ଏହାବାଦ ବାଲେଶ୍ୱରରୁ ୯୭, ଦେବଗଡ଼ ଓ ଢେଙ୍କାନାଳରୁ ୮୮ ଲେଖାଏଁ, ମାଲକାନଗିରିରୁ ୮୩, କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031