Indus Valley Times

ରାଜ୍ୟରେ ମୁଣ୍ଡ ଟେକିଲାଣି ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD): ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 Breaking News

ରାଜ୍ୟରେ ମୁଣ୍ଡ ଟେକିଲାଣି ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD): ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ମୁଣ୍ଡ ଟେକିଲାଣି ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD): ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
May 24
20:11 2022

ଭୁବନେଶ୍ୱର,୨୪/୫: ରାଜ୍ୟରେ ମୁଣ୍ଡ ଟେକିଲାଣି ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) । ଏହି ରୋଗ ମୁଖ୍ୟତଃ ଛୋଟ ଛୁଆଙ୍କୁ ଆକ୍ରାନ୍ତ କରୁଥିବା ବେଳେ ରାଜ୍ୟରେ ଏହାଦ୍ୱାରା ଆକ୍ରାନ୍ତ ୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ଏହି ରୋଗ ହେଲେ ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା’ ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ଏପରି ଲକ୍ଷଣ ଥିବା ୩୬ ରୋଗୀଙ୍କ ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ HFMD ପଜିଟିଭ ବାହାରିଛନ୍ତି ।
ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ନଜର ରଖିଥିବା ବେଳେ ଏବେ ସେମାନେ ସୁସ୍ଥ ଥିବା ଜଣାଯାଇଛି। ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV
କିଛିଦିନ ପୂର୍ବରୁ ଏ ରୋଗକୁ ସର୍ଭେଲାନ୍ସ ମଧ୍ୟକୁ ଆଣିବାକୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିଜ ପିଲାଙ୍କ ନିକଟରେ ଏପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି।
ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଏହି ରୋଗ ପୂର୍ବରୁ ଥିଲା । ହାଡ଼ଫୁଟି, ମିଳିମିଳା ହେଲେ ଯେପରି ରୋଗୀଙ୍କୁ ଆଇସୋଲେଟ କରି ରଖାଯାଇ ଚିକିତ୍ସା କରାଯାଏ, ଏହି ରୋଗ ଦେଖାଦେଲେ ବି ସମାନ ଚିକିତ୍ସା ପଦ୍ଧତି ଆପଣାଇବା ଦରକାର। ରୋଗୀକୁ ଆଇସୋଲେସନରେ ରଖିଲେ ତାହା ଜଣଙ୍କ ମଧ୍ୟରେ ସୀମିତ ରହିବ ତଥା ରୋଗୀଟି ୩ ରୁ ୭ ଦିନରେ ଭଲ ହୋଇପାରିବ । ଏବଂ ଏହା ଅନ୍ୟଙ୍କୁ ସଂକ୍ରମଣ କରିବ ନାହିଁ । ଏହି ରୋଗକୁ ନେଇ ଭୟଭୀତ ହେବାର କିଛି ନାହିଁ। ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ। ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ ।
ଏପରି ଲକ୍ଷଣ ଥିବା ରୋଗୀ ମେଡିକାଲ ଆଉଟଡୋରକୁ ଆସିଲେ ସେମାନଙ୍କ ସାମ୍ପଲ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍ୟୁନିଟି ସର୍ଭିଲାନ୍ସ ଉପରେ ନଜର ରଖାଯାଇଛି ବୋଲି ମଧ୍ୟ କହିଛନ୍ତି ଡା. ମହାପାତ୍ର ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930