Indus Valley Times

ଶିଶୁ ବାଟିକାରେ ମିଶିବ ଅଙ୍ଗନବାଡି; ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସୁଛି ନୂଆ ଶିକ୍ଷା ମଡେଲ୍

 Breaking News

ଶିଶୁ ବାଟିକାରେ ମିଶିବ ଅଙ୍ଗନବାଡି; ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସୁଛି ନୂଆ ଶିକ୍ଷା ମଡେଲ୍

ଶିଶୁ ବାଟିକାରେ ମିଶିବ ଅଙ୍ଗନବାଡି; ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସୁଛି ନୂଆ ଶିକ୍ଷା ମଡେଲ୍
April 04
17:29 2026

ଭୁବନେଶ୍ୱର, ୪/୪ : ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି।
ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ସ୍ଥାନୀୟ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଖଡି ଓ ସିଲଟରେ ମା’ ଓ ବାପା ଶବ୍ଦ ଲେଖାଇ ପାଠପଢା ଆରମ୍ଭ କରାଇଥିଲେ। ଜଣେ ଅନୁଭବୀ ଶିକ୍ଷକ ଓ ମୁରବି ଭଳି ପିଲାର ମାନସିକତାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ପିଲାଙ୍କ ମନ ଜିଣିଲା ଭଳି ପିଲାଙ୍କୁ ପଚାରିଥିଲେ ‘ମା’ଙ୍କ ନାଁ କଣ? ବାପାଙ୍କ ନାଁ କଣ? ମାମୁଁ ଘର କେଉଁଠି? କଣ ଖାଇକି ଆସିଛ? ଇତ୍ୟାଦି’।
ଏହିପରି ମନକୁ ଛୁଇଁଲା ପରି କଥାବାର୍ତ୍ତା ଜରିଆରେ ସେମାନଙ୍କର ଉତ୍ସାହ ବୃଦ୍ଧି କରି ବିଦ୍ୟାରମ୍ଭକୁ ସହଜ କରିଥିଲେ ମୁଖ୍ୟମନ୍ତ୍ରୀ।
ପ୍ରଥମେ ମୁଖ୍ୟମନ୍ତ୍ରୀ ‘ନିପୁଣ ଓଡିଶା’ ଓ ‘ପଢିବା, ଗଢିବା ଓଡିଶା’ ଅଭିଯାନରେ ବିଭିନ୍ନ ବିଦ୍ୟାଳୟମାନଙ୍କରେ ପିଲାଙ୍କ ପାଇଁ ବିକଶିତ କରାଯାଇଥିବା ବିଷୟବସ୍ତୁ ଆଧାରିତ ଶିକ୍ଷଣୀୟ ସାମଗ୍ରୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଶିକ୍ଷା ସହାୟତା ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପିଲାଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଚିତ୍ରାଙ୍କନ ଷ୍ଟଲକୁ ବୁଲି ଦେଖିବା ସହିତ ପିଲାମାନଙ୍କୁ ପ୍ରଶଂସା କରିଥିଲେ।
ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କ ସ୍ୱଅଙ୍କିତ ଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ।
ପିଲାମାନଙ୍କୁ ତଥା ଉପସ୍ଥିତ ଅଭିଭାବକମାନଙ୍କୁ ଶୁଭକାମନା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା। ଗତ ବର୍ଷଠାରୁ ଏହି ପରମ୍ପରାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଇଛି।
ପିଲାଙ୍କ ନାମଲେଖା ହାରକୁ ବ୍ୟାପକ କରିବା ଲକ୍ଷ୍ୟରେ ଆମେ ରାଜ୍ୟରେ ରେକର୍ଡ ସଂଖ୍ୟକ ପ୍ରାୟ ୫ ଲକ୍ଷ ନିମନ୍ତ୍ରଣ ପତ୍ର ଚଳିତ ବର୍ଷ ବଣ୍ଟନ କରିଛୁ। ରାଜ୍ୟରେ କୌଣସି ବି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତୁ, ତାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏହି ଉତ୍ସବ ଆରମ୍ଭ କରିଛୁ।
ଶିଶୁର ମନରେ ଶିକ୍ଷାପ୍ରତି ଯେପରି ଭୟ ନୁହଁ, ଆଗ୍ରହ ଓ ଶ୍ରଦ୍ଧା ସୃଷ୍ଟି ହେବ, ଆମେ ସେଥିପାଇଁ ସମସ୍ତ ପଦକ୍ଷେପ ନେଉଛୁ।
ଆମର ଲକ୍ଷ୍ୟ ହେଉଛି ଶତ ପ୍ରତିଶତ ନାମଲେଖା ବୋଲି ସେ କହିଥିଲେ। ନୂତନ ଶିକ୍ଷାନୀତି ଅନୁଯାୟୀ ଅଙ୍ଗନବାଡି ଗୁଡିକ ପର୍ଯ୍ୟାୟକ୍ରମେ ଶିଶୁବାଟିକାରେ ମିଶିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031