Indus Valley Times

ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୫୩ ହଜାର ୧୫ କରୋନା ଟେଷ୍ଟ

 Breaking News

ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୫୩ ହଜାର ୧୫ କରୋନା ଟେଷ୍ଟ

August 19
11:33 2020

ଭୁବନେଶ୍ୱର,୧୯/୮: ରାଜ୍ୟରେ ଗତ ୨୪ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ ହୋଇଛି। ଦିନକରେ ରାଜ୍ୟରୁ ୫୩ ହଜାର ୧୫ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଗତ ୨୪ଘଣ୍ଟା ମଧ୍ୟରେ ୪୭, ୮୪୩ଟି ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ୫୦୬୮ଟି ଆରଟିପିସିଆର୍ ଓ ୧୧୩ଟି ଟ୍ରୁନାଟ ଟେଷ୍ଟ ହୋଇଛି। ତେବେ ୩୦ଟି ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୩୫୪ କରୋନା ଟେଷ୍ଟ ହୋଇଥିବା ସୂଚନା ରହିଛି ।
୫୦୬୮ଟି ଆରଟିପିସିଆର ନମୁନା ପରୀକ୍ଷା ମଧ୍ୟରୁ ଆରଏମ୍ଆର୍ସିରୁ ୧୭୮୨, ଏମ୍ସରୁ ୩୯୪, ଆଇଆଇଏସ୍ଇଆର୍ରୁ ୨୪୧, ଆଇଜିଏଚରୁ ୧୨, ଆଇସିଏଫ୍ଏମ୍ଡିରୁ ୪୪୮, ଏସ୍ସିବିରୁ ୭୧୫,ଏମ୍କେସିିଜିରୁ ୩୭୨, ଭିମ୍ସାର୍ରୁ ୧୯୨, ବିବିଏମ୍ସିଏଚରୁ ୭୪, ଏସ୍ଏଲ୍ଏନ୍ଏମ୍ସିଏଚରୁ ୪୫, ପିଆରଏମଏମ୍ସିଏଚରୁ ୨୮୯ ଓ ଏଫ୍ଏମ୍ଏମ୍ସିଏଚରୁ ୧୩୩, ଗଞ୍ଜାମରୁ ୨୬, ଆଇଏନ୍ଡିଏନ୍ଏରୁ ୭୯, ଆପୋଲୋରୁ ୭୫ ଓ ସମ୍ରୁ ୧୫୩ଟି ଓ ଜେନେକ୍ସ ଲ୍ୟାବ୍ରୁ ୩୮ଟି ଆରଟିପିସିଆର ନମୁନା ପରୀକ୍ଷା ହୋଇଛି।
କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଗତ କାଲି ୧୦ଲକ୍ଷ ଟପିଯାଇଛି। ଲଗାତାର ୪ ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ରାଜ୍ୟରେ ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧୦ଲକ୍ଷ ୬୨ ହଜାର ୪୬୯ରେ ପହଞ୍ଚିଛି। କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031