Indus Valley Times

ରାଜ୍ୟ ବାହାରକୁ ଫେରାରବେଳେ ମାଡି ବସିଲା ପୋଲିସ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ

 Breaking News

ରାଜ୍ୟ ବାହାରକୁ ଫେରାରବେଳେ ମାଡି ବସିଲା ପୋଲିସ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ

October 22
21:11 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୨/୧୦ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରିଥିବା ଜଣାପଡିଛି ।
ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିବା ବିଷୟ ତଦନ୍ତକାରୀ ଅଧିକାରୀ ଜୟନ୍ତ କୁମାର ସେଠି ପ୍ରକାଶ କରିଛନ୍ତି ।
ତାଙ୍କ ନାମରେ ଦାରିଙ୍ଗବାଡି ଥାନାରେ ପକ୍ସୋ ମାମଲା (୨୧୫ /୨୫ )ରୁଜୁ ହୋଇଛି । ଅଭିଯୁକ୍ତ ଜଣକ ଉକ୍ତ ଥାନା ଡମକ୍ଲ୍ୟିୁ ଅଞ୍ଚଳର ବାପି ପ୍ରଧାନ ବୋଲି ପୋଲିସ କହିଛି।
ଅଭିଯୁକ୍ତଙ୍କ ଠାରୁ ନାବାଳିକାଙ୍କୁ ଅପହରଣରେ ବ୍ୟବହୃତ ବାଇକକୁ ପୋଲିସ ଜବତ କରିଛ। ଘଟଣା ପରେ ଅଭିଯୁକ୍ତ ବାହାର ରାଜ୍ୟକୁ ଫେରାର ପାଇଁ ଖସି ପଳାଉଥିବା ବେଳେ ପୋଲିସ ଅଭିଯୁକ୍ତ ବାପିର ଫୋନକୁ ଟ୍ରାକ କରି କନ୍ଧମାଳ-ଗଞ୍ଜାମ ସିମାରେ ତାକୁ କାବୁ କରିବାରେ ସଫଳ ହୋଇଥିଲା ।
ସୂଚନା ଯୋଗ୍ୟଯେ ଶୁକ୍ରବାର ଦିନ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ (୧୨ )ଙ୍କୁ ବାପି ପ୍ରଧାନ (୩୭) କହିଥିଲେ ଯେ, ତୁମବାପା ମୋ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ତୁମ ପାଇଁ ଚପଲ କିଣିଦେବାକୁ ଏହା ଶୁଣି ଛାତ୍ରୀ ଜଣକ ବିଶ୍ୱାସ କରି ତାଙ୍କ ସହ ବାଇକ୍‌ରେ ଯାଇଥିଲେ । ବାଟରେ ଯୁବକ ଜଣଙ୍କ ତାଙ୍କୁ ଅପହରଣ କରି ଏକ ଜଙ୍ଗଲ ଭିତରକୁ ନେଇ ମାରଣାସ୍ତ୍ର ଦେଖାଇ ବଳାତ୍କାର କରିଥିଲେ।
କାହାକୁ ଏହି ବିଷୟରେ କହିଲେ ତାଙ୍କୁ ଜୀବନରେ ମାରିଦେବାକୁ ଚେତାବନୀ ଦେଇଥିଲେ। ପରେ ଛାତ୍ରୀ ଜଣଙ୍କ ଗାଁକୁ ଫେରି ତାଙ୍କ ସମ୍ପର୍କୀୟ ମହିଳାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।
ପରେ ମହିଳା ମାନେ ଓ ତାଙ୍କ ସମ୍ପର୍କିୟ ମାନେ ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମଧ୍ୟ ଘଟଣାକୁ ଅତି ସମ୍ବେଦନଶୀଳ ଓ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ସୋମବାର ତାଙ୍କୁୁ ଗିରଫ କରିବାରେ ସଫଳ ହୋଇଥିଲ।
ନାବାଳିକା ଅଷ୍ଟମ ଶ୍ରେଣୀଛାତ୍ରୀଙ୍କ ବାପା ଓ ମା’ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ବେକେ ପୀଡିତା ନାବାଳିକାଙ୍କ ଉପରେ ତାଙ୍କର ଆହୁରି ଛୋଟ ଭାଇ ଭଉଣୀ ରହିଛନ୍ତି।
ସେମାନଙ୍କ ଦାୟିତ୍ୱ ପୀଡିତା ନାବାଳିକାଙ୍କ ଉପରେ ରହିଥିବା ଓ ସେ ଏହି ପରିସ୍ଥିତିରେ ମଧ୍ୟ ତାଙ୍କ ସାନ ଭାଇ ଭଉଣୀଙ୍କ ଦାୟିତ୍ୱ ତୁଲାଉଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930