Indus Valley Times

ରାଜ୍ୟ ସରକାରଙ୍କ ବର୍ଷକର ହିସାବ, ଉପଲବ୍ଧି ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 Breaking News

ରାଜ୍ୟ ସରକାରଙ୍କ ବର୍ଷକର ହିସାବ, ଉପଲବ୍ଧି ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟ ସରକାରଙ୍କ ବର୍ଷକର ହିସାବ, ଉପଲବ୍ଧି ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
June 10
16:59 2025

ଭୁବନେଶ୍ୱର୧୦/୬: ଆଉ ଗୋଟିଏ ଦିନ ପରେ ମୋହନ ମାଝୀଙ୍କ ସରକାର ଏକ ବର୍ଷ ପୂରଣ କରିବ । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ସରକାର ଗଢ଼ିଛି । ସଂକଳ୍ପ ପତ୍ରରେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ବିଜେପି । ତେବେ ଗତ ଏକ ବର୍ଷ ମଧ୍ୟରେ କେଉଁ କେଉଁ ପ୍ରତିଶ୍ରୁତି ଲୋକଙ୍କ ସରକାର ପୂରଣ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଶିଶୁ ବିକାଶ କ୍ଷେତ୍ରରେ ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ଏକ ବର୍ଷ ମଧ୍ୟରେ ୧୧ଟି କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ୨୦୩୬ ଭିଜନ୍ ପାଇଁ ୩୬ଟି କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି ।
‘ବର୍ଷ ଏକ, ସଫଳତା’ ଅନେକ ବୋଲି ବାରମ୍ବାର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀ ୨୪ ବର୍ଷର ସରକାର ଉପରେ ମଧ୍ୟ ଖୁବ ବର୍ଷିଛନ୍ତି ।
ମଙ୍ଗଳବାର ଗୀତ ଗୋବିନ୍ଦ ସଦନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରିପୋର୍ଟ କାର୍ଡ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ପ୍ରଥମେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧ ବର୍ଷର ସଫଳତାକୁ ଉପସ୍ଥାପନ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଗେଇ ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ନେବାର ସ୍ୱଳ୍ପ ସମୟ ମଧ୍ୟରେ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ । ସୁଭଦ୍ରା ଯୋଜନା ଲାଗୁ କରିବା ସହିତ, ଧାନ କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮ ଶହ ଟଙ୍କା ବୃଦ୍ଧି, ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଏବଂ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଗଠନ କରିଥିଲୁ ।
ଶପଥ ନେବାରୁ ପରଦିନ ଶ୍ରୀମନ୍ଦିର ଚାରି ଦ୍ୱାରା ଖୋଲାଯାଇଥିଲା । ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛୁ ।
ସେହିପରି ସମୃଦ୍ଧ କୃଷି ଯୋଜନାରେ ୩୭,୮୦୦ କୋଟିର ବଜେଟ୍ କରିଛୁ, ଯାହାକି ପୂର୍ବ ସରକାର କରି ନ ଥିଲେ । ଏପରିକି ଅଦିନିଆ ବର୍ଷା କ୍ଷୟକ୍ଷତିକୁ ରିଲିଫ୍ କୋର୍ଡରେ ଯୋଡ଼ି କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉଛି ।
ସେହିପରି ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିଶୁ ବାଟିକାର ଶୁଭାରମ୍ଭ କରାଯାଇଛି । ଦୀର୍ଘ ୬ ବର୍ଷ ପରେ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି‘ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଗ୍ରହଣ କରୁଥିବା ସରକାର କେବେବି କୌଣସି ଅଧିକାରୀଙ୍କ ଛାଡ଼ିବେ ନାହିଁ ବୋଲି ପୁଣି ଥରେ ଚେତାଇ ଦେଇଛନ୍ତି ମୋହନ ମାଝୀ । ପିଅନଠାରୁ ଆରମ୍ଭ କରି ଆଇଏଏସ୍ କାହାକୁ ଛଡ଼ା ଯାଉ ନାହିଁ । ଦୁର୍ନୀତି କଲେ ଜେଲ ଯିବାକୁ ପଡ଼ିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକଙ୍କ ଦୁଆରକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ
ସେହିପରି ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଜନତାଙ୍କ ପାଇଁ ଖୋଲିଛି । ଆଜି ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆର ମୁହଁକୁ ଯାଉଛନ୍ତି ବୋଲି କହିଛନ୍ତି ମୋହନ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଲୋକଙ୍କ ସହ ଯୋଡ଼ି ହୋଇଛୁ । ଅଭିଯୋଗ ଶୁଣାଣି କେବଳ ଭୁବନେଶ୍ୱର ସହରରେ ସୀମିତ ନାହିଁ ବରଂ ଜିଲ୍ଲାବ୍ୟାପୀ କରାଯାଇଛି ।
ଚଳିତ ବର୍ଷ ପୂରଣ ହେବ ୪୦ ହଜାର ପଦବୀ
ସେହିପରି ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାରୋଟି ବର୍ଗଙ୍କୁ ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଚାରୋଟି ବର୍ଗ ହେଲେ ଗରିବ, ଅନ୍ନଦାତା, ଯୁବ ବର୍ଗ ଓ ମହିଳାଙ୍କ ଗୁରୁତ୍ୱ ଦିଆଯାଇଛି । ବିଗତ ଏକ ବର୍ଷ ମଧ୍ୟରେ ୨୮, ୦୦୦ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି ।
ସେହିପରି ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ସଂକଳ୍ପ ଦିଆଯାଇଥିବା ଦେଢ଼ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପରିଶେଷରେ ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ଏକ ବର୍ଷ ମଧ୍ୟରେ ୧୧ଟି କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ୨୦୩୬ ଭିଜନ୍ ପାଇଁ ୩୬ଟି କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି । ‘ବର୍ଷ ଏକ, ସଫଳତା ଅନେକ’ ବୋଲି ବାରମ୍ବାର ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଶା ଯେପରି ସବୁ ରାଜ୍ୟମାନଙ୍କ ପାଇଁ ଆଦର୍ଶ ହେବ ସେଥିପାଇଁ ଆମେ ପରିଶ୍ରମ କରିଚାଲିଛୁ। ସେ ପରିଶ୍ରମର ସୁଫଳ ମିଳିବା ଆରମ୍ଭ କରିଛି। ଓଡିଶା ଧିରେ ଧିରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରି ଚାଲିଛି । ଗୁଡ୍ ଗଭର୍ଣ୍ଣାସ୍ ରେ ଓଡିଶା ଏବେ ସାରା ଦେଶରେ ଏକ ମଡେଲ୍। ଗୋଟିଏ ବର୍ଷରେ ଆମେ ଅନେକ ସଫଳତା ପାଇଛୁ। ‘ବର୍ଷ ଏକ, ସଫଳତା ଅନେକ’।
ଗଣମାଧ୍ୟମକୁ ଧନ୍ୟବାଦ
ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରତ୍ୟେକ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା, ଗଠନ ମୂଳକ ସମାଲୋଚନା କରିବା ଏବଂ ବିଭିନ୍ନ ପ୍ରସ୍ତାବ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।
ମୋହନ ସରକାରଙ୍କ ରିପୋର୍ଟ କାର୍ଡ
ଚା ମହାପ୍ରଭୁଙ୍କ ଆର୍ଶୀବାଦରେ ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛୁ
ଚା ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ସଫଳତାର ଶୀର୍ଷରେ ପହଁଚିଛୁ
ଚା ଆସନ୍ତା ୨୦ ତାରିଖରେ ଷଷ୍ଠ ଥର ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ
ଚା ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଚା ଗତ ବର୍ଷ ଜୁନ ୧୨ ତାରିଖ ୪ଟି ପ୍ରମୁଖ ନିଷ୍ପତ୍ତି ନେଇଥିଲୁ
ଚା ସୁଭଦ୍ରା ଯୋଜନା ଲାଗୁ କଲୁ
ଚା ଧାନ କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮ ଶହ ଟଙ୍କା ବୃଦ୍ଧି
ଚା ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଥିଲୁ, ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଗଠନ
ଚା ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଓଡ଼ିଶା ଭାରତରେ ଦ୍ୱିତୀୟରେ ଅଛି
ଚା ସମୃଦ୍ଧ କୃଷି ଯୋଜନାରେ ୩୭,୮୦୦ କୋଟିର ବଜେଟ୍ କରିଛୁ
ଚା ଅଦିନିଆ ବର୍ଷା କ୍ଷୟକ୍ଷତିକୁ ରିଲିଫ୍ କୋର୍ଡରେ ଯୋଡ଼ା ଗଲା
ଚା ଜାତୀୟ ଶିକ୍ଷା ନୀତି ଓ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି
ଚା ଦୁର୍ନୀତି ଗ୍ରସ୍ତଙ୍କ ଅଧିକାରୀଙ୍କୁ ଛଡ଼ା ଯାଉ ନାହିଁ । ଦୁର୍ନୀତି କଲେ, ଜେଲ ଯିବ
ଚା ପିଅନଠାରୁ ଆରମ୍ଭ କରି ଆଏଏସ୍ କାହାକୁ ଛଡ଼ା ଯିବା ନାହିଁ
ଚା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜରିଆରେ ଲୋକଙ୍କ ସହ ଯୋଡ଼ି ହୋଇଛୁ
ଚା ଗରିବ, ଅନ୍ନଦାତା, ଯୁବ ବର୍ଗ ଓ ମହିଳାଙ୍କ ଗୁରୁତ୍ୱ ଦିଆଯାଇଛି
ଚା ସଂକଳ୍ପ ପତ୍ରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି କାର୍ଯ୍ୟକ୍ଷମ ହୋଇଛି
ଚା ଏକ ବର୍ଷରେ ୨୮ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି
ଚା ୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ହାତକୁ ନେଇଛୁ
ଚା ବର୍ଷ ଏକ ସଫଳତା ଅନେକ

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031