Indus Valley Times

ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

 Breaking News

ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

October 07
19:33 2025

କମ୍ଭୁଧର କ୍ଷତିଙ୍କ ରିପୋର୍ଟ
ବୌଦ୍ଧ , ୭ / ୧୦ : ସୋମବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ଜିଲାପାଳ ବିଭୂତି ଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକଙ୍କ ରାହୁଲ୍ ଗୋୟଲଙ୍କ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରୁଥିବା ଦେଖିବାକୁ ମିଳିଛି । ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବୌଦ୍ଧ ତହସିଲଦାର, ବୌଦ୍ଧ ବିଡ଼ିଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ସମାଧାନରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।
ବୌଦ୍ଧ ବ୍ଲକ ଓ ଏନଏସି ଅଂଚଳର ଜନ ସାଧାରଣ ସେମାନଙ୍କ ବିଭିନ୍ନ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଶିବିରକୁ ଆସିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930