Indus Valley Times

ରାଷ୍ଟ୍ରପତି ପଦ ବିଜୟ ପରେ ବିଜେପି ତରଫରୁ ବିଜୟ ଉତ୍ସବ ପାଳନ

 Breaking News

ରାଷ୍ଟ୍ରପତି ପଦ ବିଜୟ ପରେ ବିଜେପି ତରଫରୁ ବିଜୟ ଉତ୍ସବ ପାଳନ

ରାଷ୍ଟ୍ରପତି ପଦ ବିଜୟ ପରେ ବିଜେପି ତରଫରୁ ବିଜୟ ଉତ୍ସବ ପାଳନ
July 24
21:18 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

କନ୍ଧମାଳ,୨୪/୭: ପ୍ରଥମଥର ପାଇଁ ଓଡ଼ିଶାର ଜଣେ ମହିଳା ରାଷ୍ଟ୍ରପତି ପଦ ପାଇଁ ବିଜୟ ପରେ ଡ଼ିଆରଡ଼ିଏ ଛକରେ ବିଜେପି ଦଳ ପକ୍ଷରୁ ପାଳନ ହୋଇଛି ବିଜୟ ଉତ୍ସବ। ଏହି ଅବସରରେ ଯୋଗ ଦେଇଥିବା ବିଜେପି ନେତା ଓ କର୍ମୀମାନେ ନାଚ ନାଚିବା ସହିତ ମିଠା ବାଣ୍ଟିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣି ମହାନ୍ତି, ଯୁବନେତା ଗୋଲକ କହଁର, ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ଅଜିତ୍ ପଟନାୟକ, ବିଜେପି କାଉନସିଲର ରମେଶ ମହାନ୍ତି, ବାବୁ ମହାନ୍ତି, ଜିଲା ସଂପାଦକ ଲିଙ୍ଗରାଜ ଦଳବେହେରା, ପରେଶ ମହାପାତ୍ର ଓ ଅନ୍ୟମାନେ ଏଥିରେ ସାମିଲ୍ ହୋଇଥିଲେ। ସେହିଭଳି ବିଜେପି ପକ୍ଷରୁ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବାଣ ଫୁଟାଇ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ବିଭିନ୍ନ ଅଞ୍ଚଳର ବହୁ ସ୍ଥାନୀୟ ନେତାମାନେ ସାମିଲ୍ ହୋଇଥିଲେ।
କନ୍ଧମାଳ : ଫୁଲବାଣୀ ପଲିଟେକନିକ୍ କଲେଜରେ ପୁରସ୍କାର ବିତରଣ ଉତ୍ସବ
କନ୍ଧମାଳ,୨୪/୭: କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ଥିବା ପଲିଟେକନିକ୍ କଲେଜରେ ‘ୱାର୍ଲ୍ଡ ଅଫ୍ ୟୁଥ୍ ସିଡ୍ୟୁଲ ଡେ ଇଭେଣ୍ଟ’ କାର୍ଯ୍ୟକ୍ରମ ଗୁଡିକର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଶିକ୍ଷା ଗ୍ରହଣ ଓ ଶାରୀରିକ ସୁସ୍ଥତା ପାଇଁ ଖେଳକୁଦରେ ପାରଦର୍ଶିତା ହାସଲ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଇଭେଣ୍ଟର ପ୍ରାୟ ୮୦ ଜଣ କୃତୀ ପ୍ରତୀଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ଅନ୍ୟତମ ଅତିଥି ଭାବେ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଯୋଗ ଦେଇ କାର୍ଯ୍ୟ କ୍ଷେତ୍ରରେ ଜ୍ଞାନ, କୌଶଳ,ଓ ହୃଦୟର ସହମତିରେ ଭଲମନ୍ଦ ନିର୍ଦ୍ଧାରଣ ସହ କାମ କରିବା ଆବଶ୍ୟକ।
ଛାତ୍ରଛାତ୍ରୀ ମାନେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ଆବଶ୍ୟକୀୟ ଯନ୍ତ୍ରପାତିକୁ ମଧ୍ୟ ସଠିକ ଭାବରେ ବ୍ୟବହାର ଯୋଗ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ସାହୁ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ସାଂସ୍କୃତିକ ସମ୍ପାଦକ ଅଜୟ କୁମାର ରଥ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
କନ୍ଧମାଳ,୨୪/୭ : ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ।
୯ ଅଭିଯୁକ୍ତଙ୍କୁ ଗିରଫ କଲା ଫୁଲବାଣୀ ସଦର ଥାନା ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ୱନାଥ ମଲ୍ଲିକ। ଏହା ପୂର୍ବରୁ ଅନ୍ୟ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସଦର ପୋଲିସ । ସୂଚନାନୁଯାୟୀ, ଗଉଡପଡା ଗ୍ରାମର ଜଣେ ନାବାଳିକା ଦୂତିପଡା ଲେମ୍ବୁ ବଗିଚା ହାଇସ୍କୁଲ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ ।
ସ୍କୁଲ ଛୁଟି ହେବାରୁ ସେ ତାଙ୍କ ମାଆଙ୍କ ସାଙ୍ଗରେ ଘରକୁ ଆସିଥିଲେ । ଘରେ କିଛି ଦିନ ରହିବା ପରେ ସେ ଡକାଙ୍ଗିରେ ଥିବା ସାଙ୍ଗ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ଆଉ ଘରକୁ ଫେରି ନଥିଲେ ।
ଦୁଇଦିନ ପରେ ଆଇଟିଆଇ ପାଖ ନିକଟସ୍ଥ ଏକ ଆମ୍ବ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ ।
ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପୂର୍ବରୁ ନାବାଳିକାକୁ ମାଡ଼ ମାରି ଲହୁ ଲୁହାଣ କରାଯିବା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା ।
ଏହାକୁ ନେଇ ଜିଲ୍ଲାରେ କଂଗ୍ରେସ, କୁଇ ସମାଜ ଏବଂ ଏବିଭିପି ପକ୍ଷରୁ ଏସ୍ପିଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା । ଗତ ୨୧ ତାରିଖରେ ଏବିଭିପି ପକ୍ଷରୁ ଏକ ବିଶାଳ ରାଲି ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ନକଲେ ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏବିଭିପି ଚେତାବନୀ ଦେଇଥିଲା ।
ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧିଦଳ ଏସପିଙ୍କୁ ଭେଟି ଏହାର ସଠିକ ତଦନ୍ତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।
ଏହା ସହିତ କଂଗ୍ରେସର ମୋହନା ବିଧାୟକ ତଥା କନ୍ଧମାଳ ଜିଲା ପ୍ରଭାରୀ ଦାଶରଥି ଗମାଙ୍ଗ ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ନାବାଳିକା ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ ।
ତେବେ ଏହି ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।
ବାଲିଗୁଡା: ଗାଧୋଇବାକୁ ଯାଇଥିବାବେଳେ ନଦୀରେ ଭାସି ବୃଦ୍ଧ ମୃତ
ବାଲିଗୁଡା,୨୪/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ ଗାଧୋଉଥିବା ବେଳେ ନଦୀ ରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମୁଣ୍ଡିଗଡ଼ ଗାଁ ର ରାଇସିଂ ପାତ୍ର ।
ମୁଣ୍ଡିଗଡ଼ ଗାଁ ର ରାଇସିଂ ଶନିବାର ନଦୀ ତୁଠ କୁ ଗାଧେଇବାକୁ ଯାଇଥିଲେ। ହଠାତ ନଦୀରେ ପାଣିର ମାତ୍ରା ବଢ଼ି ଯାଇଥିଲା। ସେ ପାଣି ରୁ ବାହାରି ନ ପାରି ନଦୀ ରେ ଭାସିଯାଇଥିଲେ । ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କ ସନ୍ଧାନ ମିଳିନଥିଲା ।
ରବିବାର ସକାଳେ ଗାଧୁଆ ଘାଟରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ରାହୁଲ ନଦୀ ର କୁନ୍ଦଲି ଦର ନାମକ ଘାଟ ରେ ତାଙ୍କ ମୃତଦେହ ଅଟକି ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଗ୍ରାମବାସୀ ମୃତଦେହକୁ ଚି଼ହ୍ନଟ କରି ତୁମୁଡିବନ୍ଧ ପୋଲିସକୁ ଜଣାଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି ।ବାଲିଗୁଡା

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031