Indus Valley Times

ରାସ୍ତା ମଝିରେ ଓଲଟିଲା ଅଟୋ, ୬ ଛାତ୍ରଛାତ୍ରୀ ଆହତ

 Breaking News

ରାସ୍ତା ମଝିରେ ଓଲଟିଲା ଅଟୋ, ୬ ଛାତ୍ରଛାତ୍ରୀ ଆହତ

December 30
11:31 2024

ପୁରୀ, ୩୦/୧୨ : ଆଉ ଦୁଇ ଦିନ ପରେ ସରିବା ୨୦୨୪ ଏବଂ ଆଗମନ ହେବ ଇଂରାଜୀ ନବ ବର୍ଷ ୨୦୨୫ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଘଟିବ। ବର୍ଷର ଶେଷ ଦିନ ଓ ନୂଆ ବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଭକ୍ତଙ୍କ ଆଗମନ ଘଟିଲାଣି ।
କେମିତି ସୁରୁଖୁରୁରେ ଦର୍ଶନ ହେବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ୩୧ ଓ ୧ ତାରିଖ କେବଳ ସିଂହ ଦ୍ୱାରା ଦେଇ ଶ୍ରଦ୍ଧାଳୁ ମନ୍ଦିରରେ ପ୍ରବେଶ କରିବେ । ଏ ନେଇ ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସଦ୍ୟତମ ସୂଚନା ଅନୁଯାୟୀ, ସାଧାରଣ ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଅନ୍ୟପଟେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଦୁଇ କମାଣ୍ଡାଣ୍ଟ ରାଙ୍କର ଅଧିକାରୀଙ୍କ ସମେତ ୧୦ ଅତିରିକ୍ତ ଏସ୍‌ପି, ୩୩ ଡିଏସ୍‌ପିଙ୍କ ସମେତ ୬୨ ଇନ୍ସପେକ୍ଟର, ୨୪୫ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୩୦ ହାବିଲଦାର, ୨୯୦ ଜଣ କନଷ୍ଟେବଳ ମୁତୟନ ରହିବେ।
ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୋଲିସ ମୁତୟନ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ପୋଲିଲିସ ତରଫରୁ ନାକାବନ୍ଦି କରାଯାଉଛି। ଏହାସହ ସମୁଦ୍ର କୂଳରେ ସ୍ୱତନ୍ତ୍ର ଆଉଟ ପୋଷ୍ଟ ରହିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହ ମିନା।
ଏଥିସହ ଜିଲ୍ଲା ପୋଲିସ ଓ ହୋଟେଲ୍ ମାଲିକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଯାତ୍ରୀଙ୍କ ସୁରକ୍ଷିତ ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ରିଜର୍ଭ ପୁଲିସ ସମ୍ମିଳନୀ କକ୍ଷରେ ବସ୍ ମାଲିକ, ଅଟୋଚାଳକଙ୍କ ସହ ଜିଲ୍ଲା ପୁଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ନୋ ପାର୍କିଂ ଅବା ଅନ୍ୟ ଭିଡ଼ ଜାଗାରେ ଅଯଥା ଭିଡ଼ ନ କରିବା ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଭିଡ଼ ବେଳେ ପୁଲିସକୁ ସହଯୋଗ ପାଇଁ ୧୦୦ଜଣ ଯୁବ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031