Indus Valley Times

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପରେ ୧୨ ଅଟକ

 Breaking News

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପରେ ୧୨ ଅଟକ

August 15
14:03 2024

ପାରାଦୀପ, ୧୫/୮ : ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପ ଥାନାରେ ୧୨ ଜଣଙ୍କୁ ଅଟକ ରଖିଛି ପୁଲିସ। ଅଟକଙ୍କ ମଧ୍ୟରେ୧୧ ଜଣ ଯୁବକ ଥିବାବେଳେ ଜଣେ ବୃଦ୍ଧ ଥିବା ଜଣାଯାଇଛି। ପୁଲିସ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ସେମାନଙ୍କୁ ପରିଚୟ ପତ୍ର ଯାଞ୍ଚ କରାଯାଇଛି।
ଗତକାଲି କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ପାରାଦୀପ ଆସୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପାରାଦୀପ ବସଷ୍ଟାଣ୍ଡରେ ସେମାନେ ଓହ୍ଲାଇବା ବେଳେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା। ଅଟକ ବ୍ୟକ୍ତିମାନେ ବଙ୍ଗଳା ଭାଷାରେ କଥା କହୁଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପାରାଦୀପ ବସଷ୍ଟାଣ୍ଡ , ସମୁଦ୍ର କୂଳ, ଷଣ୍ଢକୁଦ ବସ୍ତି, ନେହରୁବଙ୍ଗଳା ଓ ମାଛଧରା ବନ୍ଦର ପରି ବିଭିନ୍ନ ସ୍ଥାନରେ ପୁଲିସ ଯାଞ୍ଚ କରୁଥିବା ବେଳେ ଉପକୂଳ ସମୁଦ୍ରରେ ମଧ୍ୟ ମେରାଇନ ପୁଲିସ ପକ୍ଷରୁ ପାଟ୍ରୋଲିଂ କରିବା ସହ ବୋଟଗୁଡିକରେ କଡାକଡି ଯାଞ୍ଚ କରାଯାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930