Indus Valley Times

ରୋଚକ ହେବ ନୂଆପଡ଼ା ଉପନିର୍ବାଚନ; ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

 Breaking News

ରୋଚକ ହେବ ନୂଆପଡ଼ା ଉପନିର୍ବାଚନ; ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ରୋଚକ ହେବ ନୂଆପଡ଼ା ଉପନିର୍ବାଚନ; ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ
October 31
19:06 2025

ଭୁବନେଶ୍ୱର , ୩୧/୧୦ : ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇଛି। ଦିନ ରାତି ଏକ କରି ତିନି ପ୍ରମୁଖ ଦଳ ଏବେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜ ସମର୍ଥକଙ୍କ ସହ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ରଖିଛନ୍ତି।
ଏହାରି ଭିତରେ ଏବେ ସ୍ନେହାଙ୍ଗିନୀଙ୍କ ପାଇଁ ସିଧାସଳଖ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୩ ନଭେମ୍ବର ଆସନ୍ତା ସୋମବାରରେ ନବୀନ ନୂଆପଡ଼ାରେ ପ୍ରଚାର କରିବେ। ଏନେଇ ନିଜେ ନବୀନ ଭିଡିଓ ଜାରି କରି ସୂଚନା ଦେଇଛନ୍ତି।
ସୋସିଆଲ ମିଡ଼ିଆ ‘ଏକ୍ସ’ରେ ବିଜେଡି ସୁପ୍ରିମୋ ନବୀନ ଆଜି ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ନୂଆପଡାର କୋମନାକୁ ଆସିବା ନେଇ କହିଛନ୍ତି।
ଏଥିସହ ଗତକାଲି ମଧ୍ୟ ନବୀନ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ \’ବିଜୟ ହେବ ନୂଆପଡ଼ାର, ଆରମ୍ଭ ହେବ ସେବା ଓ ବିକାଶର ନୂଆ ଧାରା\’ ବୋଲି ଉଲ୍ଲେଖ କରିବା ସହ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କର ପ୍ରଚାରର ଏକ ଭିଡ଼ିଓ ପୋଷ୍ଟ କରିଥିଲେ।
କୋମନାରେ ଆସନ୍ତା ୩ ତାରିଖରେ ଏକ ସମାବେଶ ଓ ୭ ତାରିଖରେ ନୂଆପଡ଼ାରୁ ଖରିଆର ରୋଡ୍ ପର‌୍ୟ୍ୟନ୍ତ ନବୀନ ଶୋଭାଯାତ୍ରା କରିବେ।
ପୂର୍ବରୁ ଦଳୀୟ ପ୍ରାର୍ଥୀ ରୂପେ ସ୍ନେହାଙ୍ଗିନୀଙ୍କୁ ନୂଆପଡା ପାଇଁ ମନୋନୀତ କରି ନବୀନଙ୍କ ନିଷ୍ପତ୍ତି ବିରୋଧୀଙ୍କୁ ଚକିତ କରିଥିଲା। ସେହିପରି ଦଳର ରଣନୀତିକୁ କାର‌୍ୟ୍ୟକାରୀ କରିବାକୁ ପଶ୍ଚିମ ଓଡ଼ିଶାର ଦମଦାର ନେତାମାନଙ୍କୁ ପ୍ରଚାର ଏବଂ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ବିଶେଷକରି ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ, ଏନ୍‌ଏସିଯାଏଁ ନିର୍ଦ୍ଦିଷ୍ଟ ନେତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରାଯାଇଛି।
ନୂଆପଡ଼ା ରାଜନୀତି ପାଣିପାଗକୁ ମାପି ନବୀନ ପ୍ରଥମେ ଷ୍ଟିୟରିଂ କମିଟି, ଜୋନାଲ କମିଟି ଏବଂ ଲୋକାଲ ଆକ୍ସନ କମିଟି କରିଥିଲେ। ଏହାପରେ ପରେ ଦଳର ଆଗଧାଡ଼ିର ନେତାଙ୍କୁ ବିବିନ୍ନ ଦାୟିତ୍ୱ ନ୍ୟସ୍ତ କରିଥିବା ବେଳେ ଦଳ ସୁଚିନ୍ତିତ ଢଙ୍ଗରେ ନିଜର ପ୍ରଚାର କାର‌୍ୟ୍ୟକ୍ରମକୁ ଜାରି ରଖିଛି। ନବୀନଙ୍କ ଏହି ଗସ୍ତ ସବୁ ରାଜନୈତିକ ସମୀକରଣକୁ ବଦଳାଇଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031